ରାଜନଗର ସଇରାତରେ ଲାଗିବ ସୀମା ନିର୍ଦ୍ଧାରଣ ଖୁଣ୍ଟି

ଜଳେଶ୍ୱର, ୧୨।୫(ଡି.ଏନ.ଏ.): ଏନ୍‌ଜିଟିରେ ଆଗତ ଦୁଇ ମାମଲାରେ ନିଷ୍ପତ୍ତି ଅନୁଯାୟୀ ବୁଧବାର ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା ନଦୀ ଜଳେଶ୍ୱର ତହସିଲ ଅନ୍ତର୍ଗତ ରାଜନଗର ବାଲିଘାଟ ସଇରାତ୍‌ରେ ଜନଶୁଣାଣି ଶେଷ ହୋଇଛି। ଏହାର ରେକର୍ଡିଂ କରାଯାଇ ସରକାରଙ୍କୁ ଜଣାଇବା ପରେ ନିର୍ଦ୍ଦେଶ ଅନୁଯାୟୀ ବାଲିଖାଦାନ ନୀତିଗତ ଗତ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି।
ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଗ୍ରୀନ ଟ୍ରିବ୍ୟୁନାଲରେ ପୂର୍ବରୁ ଆଗତ ମାମଲା(ନଂ.୧୮୬/୨୦୧୬ ଓ ୧୭୩/୨୦୧୮)ର ବିଚାର କରି ଗତ ୪ା୯ା୧୮ ଓ ୧୭ା୯ା୧୮ରେ ରାୟ ପ୍ରକାଶ ପାଇଥିଲା। ନୀତିଗତ ଭାବେ ବାଲି ସଇରାତର ୫ ହେକ୍ଟରରୁ ଅଧିକ ସ୍ଥାନରେ ଲିଜ୍‌ ଦିଆଯିବାର ହୋଇଥିଲେ ସେଠାରେ ପରିବେଶ ମଞ୍ଜୁର ହେବା ଲାଗି ଜନଶୁଣାଣିର ଆବଶ୍ୟକତା ରହିଛି ା ପୂର୍ବରୁ ସମସ୍ତ ନୀତିନିୟମ ଊଲ୍ଲଂଘନ କରି ପ୍ରଶାସନ ପକ୍ଷରୁ ଖୁଲମଖୁଲା ନିଲାମ ଦିଆଯାଇ କୋଟି କୋଟି ଟଙ୍କା ରାଜସ୍ବ ହଡପ କରାଯାଇ ଆସୁଥିଲା। ଏଥିରେ ପୂର୍ବରୁ ଥିବା ସମସ୍ତ ତହସିଲଦାର, ବାଲେଶ୍ୱରର ଜିଲାପାଳ, ଉପଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସିଆ ବାଲି ସଇରାତଗୁଡିକର ସୀମା ନିର୍ଦ୍ଧାରଣ କରିନାହାନ୍ତି ା ଖୁଣ୍ଟି ପୋତା ନ ଯିବା, ସମସ୍ତ ତଥ୍ୟର ବୋର୍ଡ ଲଗା ନ ଯିବା, ସମସ୍ତ ବିବରଣୀ ଜନସାଧାରଣଙ୍କ ଲାଗି ଜଣାଇ ଦିଆ ନ ଯାଇ ଜଳେଶ୍ୱର ତହସିଲର ୨୩ଟି ବାଲି ସଇରାତ୍‌ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଛି। ରାଜନଗର ବାଲିଘାଟ ସଇରାତ୍‌ ଲାଗି ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିବାରୁ ଗତ କିଛିଦିନ ତଳେ ଏନ୍‌ଜିଟିର ଏକ ଟିମ୍‌ ବାଲି ସଇରାତ୍‌କୁ ପରିଦର୍ଶନ କରିଥିଲେ। ବୁଧବାର ଜନଶୁଣାଣି ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ବୈଠକରେ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ମିତ୍ରସେନ୍‌ ମାଝି ଓ ଅତିରିକ୍ତ ଜିଲାପାଳ ଭବେଶ ଚନ୍ଦ୍ର ନାୟକ, ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ସୁପରଭାଇଜର ଶୁଭେନ୍ଦୁ ସାହୁ, ଆର୍‌ଆଇ ସରୋଜ ବେହେରା, ଦିଲୀପ ଚନ୍ଦ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଜନଶୁଣାଣିରେ ଭାଗ ନେଇଥିଲେ।
ସଇରାତରୁ ଶହ ଶହ ଟ୍ରାକ୍ଟର ଓ ଡମ୍ପର ପ୍ରତିଦିନ ବାଲି ଧରି ବିଦ୍ୟାଳୟ, ମନ୍ଦିର, ଅଙ୍ଗନୱାଡି କେନ୍ଦ୍ର, ସ୍ବାସ୍ଥ୍ୟସେବା କେନ୍ଦ୍ର ନିକଟ ଦେଇ ଯାତାୟାତ କରୁଥିବାରୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିଲେ।
ରାଜନଗର ଗ୍ରାମର ଖାତା ନଂ. ୩୭୭, ପ୍ଲଟ ନଂ.୧୨୯୫ ଓ ୧୩୦୦ରୁ ୧୩ ଏକର ୫୫ ଡିସିମିଲ ରହିଛି। ସରକାରଙ୍କ ନୀତି ଅନୁଯାୟୀ ୫ବର୍ଷ ନିମନ୍ତେ ୨ଲକ୍ଷ କ୍ୟୁବିକ୍‌ ମିଟର ବାଲି ଉଠାଇବାର ନିୟମ ଥିବା ବେଳେ ବର୍ଷକୁ ୪୦ ହଜାର କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ କରାଯିବା ନିୟମ ରହିଛି।
ପ୍ରତିଦିନ ୬୬ ଟ୍ରାକ୍ଟର ବାଲି ଉତ୍ତୋଳନ ହୋଇପାରିବ। ୪୮ଜଣ ମଜୁରି ଓ ଗୋଟିଏ ମେଶିନ ଏଥିରେ ବ୍ୟବହାର କରାଯିବାର ନିୟମ ରହିଛି। କିନ୍ତୁ ପୂର୍ବରୁ ସମସ୍ତ ନିୟମ ଊଲ୍ଲଙ୍ଘନ କରାଯାଇଥିବାରୁ ଅସନ୍ତୋଷ ଦେଖା ଦେଇଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri