ରେଲୱେ ଓଭରବ୍ରିଜ ଦାବି ତେଜିଲା

ଯାଜପୁର ରୋଡ,୫ା୯(ଡି.ଏନ.ଏ.):ବ୍ୟାସନଗର ମିଳିତ ମଞ୍ଚର ଲିଖିତ ଦାବି ଅନୁଯାୟୀ ମିଳିଥିବା ପ୍ରତିଶ୍ରୁତି ଅନୁସାରେ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା, ରେଲବାଇ ଓଭର ବ୍ରିଜ ଓ ଗଳିପୋଲ କାମ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇ ପାରିନାହିଁ। ବ୍ୟାସନଗରବାସୀଙ୍କ ଇଛାଶକ୍ତି ଓ ଏକତାର ଅଭାବ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦଳମତ ର୍ନିବିଶେଷରେ ଏକଜୁଟ ହୋଇ ଏହି ଜରୁରୀ ସମସ୍ୟାର ସମାଧାନ ପାଇଁ ସମସ୍ତେ ଆଗେଇ ଆସିବାକୁ ରବିବାର ମିିଳିତ ମଞ୍ଚର ଏକ ଜରୁରୀକାଳୀନ ବୈଠକରେ ମତପ୍ରକାଶ ପାଇଛି। ଯଦି ଏହି ଦାବିକୁ ଅଣଦେଖା କରାଯାଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ଏଥିପାଇଁ ଏକ ୧୧ ଜଣିଆ କମିଟି ଗଠନ କରାଯିବ ଏବଂ ପୂର୍ବତଟ ରେଳ ଡିଭିଜନର ଡିଆରଏମ, ଯାଜପୁର ଜିଲାପାଳ ଏବଂ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ହୋଇଛି।
କେନ୍ଦୁଝର ରୋଡ ରେଲୱେ ଷ୍ଟେଶନର ଦକ୍ଷିଣ ପାର୍ଶ୍ୱ କ୍ରସିଂ(ସ୍ପେଶିଆଲ କେଟେଗୋରି) ଉପରେ ରେଲୱେ ଓଭର ବ୍ରିଜ(ଆର୍‌ଓବି) କିମ୍ବା ଏହାର ବିକଳ୍ପ ଭାବେ ରେଳଅଣ୍ଡର ବ୍ରିଜ(ଆରୟୁବି) ନିର୍ମାଣ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗତ ଏପ୍ରିଲରେ ନିଷ୍ପତ୍ତି ହୋଇଥିଲା। ହାଇକୋର୍ଟରେ ୧୪୪୨୫/୨୦୧୪ ନମ୍ବର ଜନସ୍ବାର୍ଥ ମାମଲାର ରାୟ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ମାଣ ବିଭାଗର ଯୁଗ୍ମ ସଚିବଙ୍କୁ ପରିବହନ ବିଭାଗର ଅଧୀନସ୍ଥ ସଚିବ ଦୁର୍ଗାଚରଣ ସାହୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ରୋଡ ରେଲବାଇ ଷ୍ଟେଶନର ଦକ୍ଷିଣ ରେଲବାଇ ଫାଟକ ଏକ ସ୍ବତନ୍ତ୍ର ଶ୍ରେଣୀର । କିନ୍ତୁ ଏଠାରେ ଯାତ୍ରୀଙ୍କ ଭିଡ ସବୁବେଳେ ଦେଖିବାକୁ ମିଳିଛି। ଏହି ଫାଟକର ଅପରପାର୍ଶ୍ୱରେ ଯାଜପୁର ସହର ରହିଥିବାବେଳେ ଅନ୍ୟପଟେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ନରସିଂହ ଚୌଧୁରୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରାଣୀ ଚିକିସତ୍ାକେନ୍ଦ୍ର ଆଦି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ରହିଛି ା ଏହାବାଦ୍‌ ଏହି ପାର୍ଶ୍ୱ ଦେଇ ଖରସ୍ରୋତା ନଦୀକୂଳବାସୀ ଯାଜପୁର ରୋଡକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଆସିଥାନ୍ତି। ଏଭଳି ସ୍ଥିତିରେ ଫାଟକ ବନ୍ଦ ରହିଲେ ରୋଗୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପାଇଁ ତାହା ଦୁଃଖ ପାଲଟିଥାଏ। ତେଣୁ ସାଇ ମନ୍ଦିର ନିକଟରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ଆରଓବି ଓ ଆରୟୁବି ନିର୍ମାଣ ପାଇଁ ରେଳ ବୋର୍ଡ ପକ୍ଷରୁ ୮୧.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ବିଭାଗୀୟ ଅବହେଳା କାରଣରୁ ଏହି ପ୍ରକଳ୍ପ ଏଯାଏ ଅଗ୍ରଗତି ଲାଭ କରି ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଚନ୍ଦ୍ରଶେଖର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ନିରଞ୍ଜନ ଘଡେଇ, ବିଶ୍ୱଜିତ ମହାନ୍ତି, ହୃଷିକେଶ ସାହୁ, ରାଜେନ୍ଦ୍ର ବିଶ୍ୱାଳ, ଅକ୍ଷୟ ପଣ୍ଡା, ଦୀପ୍ତିରେଖା ମିଶ୍ର, ଚନ୍ଦ୍ରମଣି ସାମଲ, ଅନନ୍ତ କର, ଆଲେକଜାଣ୍ଡାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?