ରେଲୱେ ଓଭରବ୍ରିଜ ଦାବି ତେଜିଲା

ଯାଜପୁର ରୋଡ,୫ା୯(ଡି.ଏନ.ଏ.):ବ୍ୟାସନଗର ମିଳିତ ମଞ୍ଚର ଲିଖିତ ଦାବି ଅନୁଯାୟୀ ମିଳିଥିବା ପ୍ରତିଶ୍ରୁତି ଅନୁସାରେ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା, ରେଲବାଇ ଓଭର ବ୍ରିଜ ଓ ଗଳିପୋଲ କାମ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇ ପାରିନାହିଁ। ବ୍ୟାସନଗରବାସୀଙ୍କ ଇଛାଶକ୍ତି ଓ ଏକତାର ଅଭାବ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦଳମତ ର୍ନିବିଶେଷରେ ଏକଜୁଟ ହୋଇ ଏହି ଜରୁରୀ ସମସ୍ୟାର ସମାଧାନ ପାଇଁ ସମସ୍ତେ ଆଗେଇ ଆସିବାକୁ ରବିବାର ମିିଳିତ ମଞ୍ଚର ଏକ ଜରୁରୀକାଳୀନ ବୈଠକରେ ମତପ୍ରକାଶ ପାଇଛି। ଯଦି ଏହି ଦାବିକୁ ଅଣଦେଖା କରାଯାଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ଏଥିପାଇଁ ଏକ ୧୧ ଜଣିଆ କମିଟି ଗଠନ କରାଯିବ ଏବଂ ପୂର୍ବତଟ ରେଳ ଡିଭିଜନର ଡିଆରଏମ, ଯାଜପୁର ଜିଲାପାଳ ଏବଂ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ହୋଇଛି।
କେନ୍ଦୁଝର ରୋଡ ରେଲୱେ ଷ୍ଟେଶନର ଦକ୍ଷିଣ ପାର୍ଶ୍ୱ କ୍ରସିଂ(ସ୍ପେଶିଆଲ କେଟେଗୋରି) ଉପରେ ରେଲୱେ ଓଭର ବ୍ରିଜ(ଆର୍‌ଓବି) କିମ୍ବା ଏହାର ବିକଳ୍ପ ଭାବେ ରେଳଅଣ୍ଡର ବ୍ରିଜ(ଆରୟୁବି) ନିର୍ମାଣ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗତ ଏପ୍ରିଲରେ ନିଷ୍ପତ୍ତି ହୋଇଥିଲା। ହାଇକୋର୍ଟରେ ୧୪୪୨୫/୨୦୧୪ ନମ୍ବର ଜନସ୍ବାର୍ଥ ମାମଲାର ରାୟ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ମାଣ ବିଭାଗର ଯୁଗ୍ମ ସଚିବଙ୍କୁ ପରିବହନ ବିଭାଗର ଅଧୀନସ୍ଥ ସଚିବ ଦୁର୍ଗାଚରଣ ସାହୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ରୋଡ ରେଲବାଇ ଷ୍ଟେଶନର ଦକ୍ଷିଣ ରେଲବାଇ ଫାଟକ ଏକ ସ୍ବତନ୍ତ୍ର ଶ୍ରେଣୀର । କିନ୍ତୁ ଏଠାରେ ଯାତ୍ରୀଙ୍କ ଭିଡ ସବୁବେଳେ ଦେଖିବାକୁ ମିଳିଛି। ଏହି ଫାଟକର ଅପରପାର୍ଶ୍ୱରେ ଯାଜପୁର ସହର ରହିଥିବାବେଳେ ଅନ୍ୟପଟେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ନରସିଂହ ଚୌଧୁରୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରାଣୀ ଚିକିସତ୍ାକେନ୍ଦ୍ର ଆଦି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ରହିଛି ା ଏହାବାଦ୍‌ ଏହି ପାର୍ଶ୍ୱ ଦେଇ ଖରସ୍ରୋତା ନଦୀକୂଳବାସୀ ଯାଜପୁର ରୋଡକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଆସିଥାନ୍ତି। ଏଭଳି ସ୍ଥିତିରେ ଫାଟକ ବନ୍ଦ ରହିଲେ ରୋଗୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପାଇଁ ତାହା ଦୁଃଖ ପାଲଟିଥାଏ। ତେଣୁ ସାଇ ମନ୍ଦିର ନିକଟରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ଆରଓବି ଓ ଆରୟୁବି ନିର୍ମାଣ ପାଇଁ ରେଳ ବୋର୍ଡ ପକ୍ଷରୁ ୮୧.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ବିଭାଗୀୟ ଅବହେଳା କାରଣରୁ ଏହି ପ୍ରକଳ୍ପ ଏଯାଏ ଅଗ୍ରଗତି ଲାଭ କରି ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଚନ୍ଦ୍ରଶେଖର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ନିରଞ୍ଜନ ଘଡେଇ, ବିଶ୍ୱଜିତ ମହାନ୍ତି, ହୃଷିକେଶ ସାହୁ, ରାଜେନ୍ଦ୍ର ବିଶ୍ୱାଳ, ଅକ୍ଷୟ ପଣ୍ଡା, ଦୀପ୍ତିରେଖା ମିଶ୍ର, ଚନ୍ଦ୍ରମଣି ସାମଲ, ଅନନ୍ତ କର, ଆଲେକଜାଣ୍ଡାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri