‘ଗୁରୁଜୀ’ଙ୍କ ଗିରଫ ଦାବି ଜୋର ଧରିଲା

ଖୋର୍ଦ୍ଧା ଅଫିସ,୨୯ା୮: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଡ଼ବା ଗ୍ରାମର ମାଗୁଣୀ ନାୟକ ଓ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ମାନବବାଦ ସଂଗଠନ କର୍ମକର୍ତ୍ତା ମାଡ଼ ମାରୁଥିବା ଭିଡିଓ ଭାଇରାଲ ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଶନିବାର ଜିଲା ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଏବଂ ବେଗୁନିଆ ଥାନାଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ପ୍ରମୁଖ କଡ଼ବା ଗାଁରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ମାଗୁଣୀଙ୍କ ପରିବାରଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେବା ପରେ ସେ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଶନିବାର ପୋଲିସ ତାଙ୍କୁ ଥାନାକୁ ଡାକି ପଚରାଉଚୁରା କରିଛି। ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ମାଡ଼ ମରାଯିବା ନେଇ ମାଗୁଣୀ ୭ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଏମାନଙ୍କ ମଧ୍ୟରୁ ଗତ ୨ତାରିଖରେ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ପିଟି ହତ୍ୟା ପରେ ପୋଡି ମାମଲାରେ ୬ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଦୋରା ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ସଙ୍ଗଠନର ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କୁ ଗିରଫ ଲାଗି ମାଗୁଣୀଙ୍କ ପରିବାର ଏବଂ ଗ୍ରାମବାସୀ ଦାବି କରିଛନ୍ତି।

ବେଗୁନିଆ ବ୍ଲକରେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ତାଲିବାନ ଶାସନ ଚଳାଇଛନ୍ତି ବୋଲି ମାଗୁଣୀ ଗଣମାଧ୍ୟମ ନିକଟରେ କହିଛନ୍ତି। ମାନସ ପେସାରେ ଜଣେ ଆଇନଜୀବୀ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ତାଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରୁଛନ୍ତି। ତାଙ୍କ ସଙ୍ଗଠନ ସହିତ ନ ରହିଲେ ହତ୍ୟା ଧମକ ମିଳୁଛି ଏବଂ ଅକଥନୀୟ ମାଡ଼ ମଧ୍ୟ ଦିଆଯାଉଛି। ଏହି ସଙ୍ଗଠନ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୃଷ୍ଠପୋଷକତାର ଛତ୍ରଛାୟା ତଳେ ରହି ଚାଲିଛି। ଅନୁସୂଚିତ ଜାତି, ଜନଜାତି ଲୋକଙ୍କୁ ନିଜ ସଙ୍ଗଠନରେ ସାମିଲ କରାଇ ସେମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଛି। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ(ଆର୍‌ଏସ୍‌ଏନ୍‌ଏମ୍‌) ନାମରେ ସଂଗଠନ ତିଆରି ହୋଇଛି। ସ୍ଥାନୀୟ ଗ୍ରାମବାସୀ ଏହାକୁ ମାନବବାଦ ସଙ୍ଗଠନ ବୋଲି କହୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀରେ ଭୁବନେଶ୍ୱରରେ ବିଜେଡି ପକ୍ଷରୁ ଆୟୋଜିତ ମହାମିଶ୍ରଣ ପର୍ବରେ ମାନସଙ୍କ ନେତୃତ୍ୱରେ ବେଗୁନିଆ ବ୍ଲକର ବହୁ ଅନୁସୂଚିତ ଜନଜାତି, ଆଦିବାସୀ ଯୋଗ ଦେଇଥିଲେ। ରାଜନୈତିକ ଛତ୍ରଛାୟା ତଳେ ରହିଥିବାରୁ ମାନସଙ୍କ ବିରୋଧରେ ବହୁ ସଙ୍ଗିନ ଅଭିଯୋଗ ରହିଥିବା ସତ୍ତ୍ୱେ ପୋଲିସ ତାଙ୍କ ନିକଟରେ ପହଞ୍ଚତ୍ବାକୁ ଭୟ କରୁଥିବା ଜଣାପଡ଼ିଛି। ସତ୍ୟବ୍ରତ ହତ୍ୟାକାଣ୍ଡ ମାନସଙ୍କ ଇଙ୍ଗିତରେ କରାଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଥିବା ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ସତ୍ୟବ୍ରତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ମାନସଙ୍କ ନାମ ଉଲ୍ଲେଖ ରହିଥିବାବେଳେ ପୋଲିସ କାହିଁକି ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁ ପ୍ରଶ୍ନରେ ଏସ୍‌ପି ଦୋରା ପ୍ରଶ୍ନକୁ ଏଡାଇ ଚାଲିଯାଇଥିଲେ। କାହା ଚାପରେ ଜିଲା ପୋଲିସ ନୀରବତା ଅବଲମ୍ବନ କରୁଛି ତାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି।
ମାଗୁଣୀ ୨୦୧୧ରୁ ମାନସଙ୍କ ସଙ୍ଗଠନରେ କାମ କରୁଥିଲେ। ପରବର୍ତ୍ତୀ ସମୟରେ ମାଗୁଣୀ ତାଙ୍କ ସହ କାମ କରିବା ବନ୍ଦ କରିଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଦୁଇ ମାସତଳେ ସଙ୍ଗଠନ କମକର୍ତ୍ତା ମାନସଙ୍କ ଇଙ୍ଗିତରେ ବାପାପୁଅଙ୍କୁ ମାଡ଼ ମାରିଥିଲେ। କେବଳ ମାଗୁଣୀ ନୁହଁନ୍ତି ପୂର୍ବରୁ ଅନେକ ଗ୍ରାମବାସୀଙ୍କ ସେମାନଙ୍କଠାରୁ ଏଭଳି ମାଡ଼ ଖାଇଛନ୍ତି ବୋଲି ସଙ୍ଗଠନର କର୍ମକର୍ତ୍ତାଙ୍କ ରୋଷର ଶୀକାର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି। ଗ୍ରାମବାସୀଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଏହି ଭିଡିଓ ଭାଇରାଲ କରାଯାଇଛି। ଆଗକୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଛି। ତା ପୂର୍ବରୁ ଆଦିବାସୀଙ୍କୁ ଏକାଠି କରିବା ଏନେଇ ଏହି ଷଡ଼ଯନ୍ତ୍ର ଚାଲିଛି ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ମାନବାଦ ସଂଗଠନ ମୁଖ୍ୟ ମାନସଙ୍କୁ ପଚାରିବାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଷଡ଼ଯନ୍ତ୍ର ଅଟେ। ମାଗୁଣୀ ଓ ତାଙ୍କ ପୁଅଙ୍କୁ ମାଡ଼ ମରାଯିବା ଭିଡିଓ ଭାଇରାଲ ଘଟଣାର ତର୍ଜମା କରାଯାଉ। ଏହା ସହିତ ମୋର କୌଣସି ସପୃକ୍ତି ନାହିଁ ବୋଲି ମାନସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri