‘ଗୁରୁଜୀ’ଙ୍କ ଗିରଫ ଦାବି ଜୋର ଧରିଲା

ଖୋର୍ଦ୍ଧା ଅଫିସ,୨୯ା୮: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଡ଼ବା ଗ୍ରାମର ମାଗୁଣୀ ନାୟକ ଓ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ମାନବବାଦ ସଂଗଠନ କର୍ମକର୍ତ୍ତା ମାଡ଼ ମାରୁଥିବା ଭିଡିଓ ଭାଇରାଲ ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଶନିବାର ଜିଲା ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଏବଂ ବେଗୁନିଆ ଥାନାଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ପ୍ରମୁଖ କଡ଼ବା ଗାଁରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ମାଗୁଣୀଙ୍କ ପରିବାରଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେବା ପରେ ସେ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଶନିବାର ପୋଲିସ ତାଙ୍କୁ ଥାନାକୁ ଡାକି ପଚରାଉଚୁରା କରିଛି। ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ମାଡ଼ ମରାଯିବା ନେଇ ମାଗୁଣୀ ୭ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଏମାନଙ୍କ ମଧ୍ୟରୁ ଗତ ୨ତାରିଖରେ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ପିଟି ହତ୍ୟା ପରେ ପୋଡି ମାମଲାରେ ୬ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଦୋରା ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ସଙ୍ଗଠନର ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କୁ ଗିରଫ ଲାଗି ମାଗୁଣୀଙ୍କ ପରିବାର ଏବଂ ଗ୍ରାମବାସୀ ଦାବି କରିଛନ୍ତି।

ବେଗୁନିଆ ବ୍ଲକରେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ତାଲିବାନ ଶାସନ ଚଳାଇଛନ୍ତି ବୋଲି ମାଗୁଣୀ ଗଣମାଧ୍ୟମ ନିକଟରେ କହିଛନ୍ତି। ମାନସ ପେସାରେ ଜଣେ ଆଇନଜୀବୀ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ତାଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରୁଛନ୍ତି। ତାଙ୍କ ସଙ୍ଗଠନ ସହିତ ନ ରହିଲେ ହତ୍ୟା ଧମକ ମିଳୁଛି ଏବଂ ଅକଥନୀୟ ମାଡ଼ ମଧ୍ୟ ଦିଆଯାଉଛି। ଏହି ସଙ୍ଗଠନ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୃଷ୍ଠପୋଷକତାର ଛତ୍ରଛାୟା ତଳେ ରହି ଚାଲିଛି। ଅନୁସୂଚିତ ଜାତି, ଜନଜାତି ଲୋକଙ୍କୁ ନିଜ ସଙ୍ଗଠନରେ ସାମିଲ କରାଇ ସେମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଛି। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ(ଆର୍‌ଏସ୍‌ଏନ୍‌ଏମ୍‌) ନାମରେ ସଂଗଠନ ତିଆରି ହୋଇଛି। ସ୍ଥାନୀୟ ଗ୍ରାମବାସୀ ଏହାକୁ ମାନବବାଦ ସଙ୍ଗଠନ ବୋଲି କହୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀରେ ଭୁବନେଶ୍ୱରରେ ବିଜେଡି ପକ୍ଷରୁ ଆୟୋଜିତ ମହାମିଶ୍ରଣ ପର୍ବରେ ମାନସଙ୍କ ନେତୃତ୍ୱରେ ବେଗୁନିଆ ବ୍ଲକର ବହୁ ଅନୁସୂଚିତ ଜନଜାତି, ଆଦିବାସୀ ଯୋଗ ଦେଇଥିଲେ। ରାଜନୈତିକ ଛତ୍ରଛାୟା ତଳେ ରହିଥିବାରୁ ମାନସଙ୍କ ବିରୋଧରେ ବହୁ ସଙ୍ଗିନ ଅଭିଯୋଗ ରହିଥିବା ସତ୍ତ୍ୱେ ପୋଲିସ ତାଙ୍କ ନିକଟରେ ପହଞ୍ଚତ୍ବାକୁ ଭୟ କରୁଥିବା ଜଣାପଡ଼ିଛି। ସତ୍ୟବ୍ରତ ହତ୍ୟାକାଣ୍ଡ ମାନସଙ୍କ ଇଙ୍ଗିତରେ କରାଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଥିବା ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ସତ୍ୟବ୍ରତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ମାନସଙ୍କ ନାମ ଉଲ୍ଲେଖ ରହିଥିବାବେଳେ ପୋଲିସ କାହିଁକି ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁ ପ୍ରଶ୍ନରେ ଏସ୍‌ପି ଦୋରା ପ୍ରଶ୍ନକୁ ଏଡାଇ ଚାଲିଯାଇଥିଲେ। କାହା ଚାପରେ ଜିଲା ପୋଲିସ ନୀରବତା ଅବଲମ୍ବନ କରୁଛି ତାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି।
ମାଗୁଣୀ ୨୦୧୧ରୁ ମାନସଙ୍କ ସଙ୍ଗଠନରେ କାମ କରୁଥିଲେ। ପରବର୍ତ୍ତୀ ସମୟରେ ମାଗୁଣୀ ତାଙ୍କ ସହ କାମ କରିବା ବନ୍ଦ କରିଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଦୁଇ ମାସତଳେ ସଙ୍ଗଠନ କମକର୍ତ୍ତା ମାନସଙ୍କ ଇଙ୍ଗିତରେ ବାପାପୁଅଙ୍କୁ ମାଡ଼ ମାରିଥିଲେ। କେବଳ ମାଗୁଣୀ ନୁହଁନ୍ତି ପୂର୍ବରୁ ଅନେକ ଗ୍ରାମବାସୀଙ୍କ ସେମାନଙ୍କଠାରୁ ଏଭଳି ମାଡ଼ ଖାଇଛନ୍ତି ବୋଲି ସଙ୍ଗଠନର କର୍ମକର୍ତ୍ତାଙ୍କ ରୋଷର ଶୀକାର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି। ଗ୍ରାମବାସୀଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଏହି ଭିଡିଓ ଭାଇରାଲ କରାଯାଇଛି। ଆଗକୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଛି। ତା ପୂର୍ବରୁ ଆଦିବାସୀଙ୍କୁ ଏକାଠି କରିବା ଏନେଇ ଏହି ଷଡ଼ଯନ୍ତ୍ର ଚାଲିଛି ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ମାନବାଦ ସଂଗଠନ ମୁଖ୍ୟ ମାନସଙ୍କୁ ପଚାରିବାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଷଡ଼ଯନ୍ତ୍ର ଅଟେ। ମାଗୁଣୀ ଓ ତାଙ୍କ ପୁଅଙ୍କୁ ମାଡ଼ ମରାଯିବା ଭିଡିଓ ଭାଇରାଲ ଘଟଣାର ତର୍ଜମା କରାଯାଉ। ଏହା ସହିତ ମୋର କୌଣସି ସପୃକ୍ତି ନାହିଁ ବୋଲି ମାନସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?