ଚାଷୀଙ୍କ ଦ୍ୱାରା ଉଦ୍ଭାବିତ ଧାନ ବିହନର ଚାହିଦା ବଢ଼ୁଛି

ରଘୁନାଥପୁର,୨୨।୪: (ଡି.ଏନ୍‌.ଏ.) ରଘୁନାଥପୁର ବ୍ଲକ ରେଢୁଆ ପଞ୍ଚାୟତ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ର ସମ୍ପାଦକ କ୍ଷେତ୍ରମୋହନ ବେହେରାଙ୍କ ସହଯୋଗରେ ଅଞ୍ଚଳର ୭ ଜଣ ଚାଷୀଙ୍କ ଦ୍ୱାରା ୭ ପ୍ରକାର ଧାନବିହନ ଉଦ୍ଭାବନ କରାଯାଇଛି। ଏହାକୁ ସରକାରୀ ମାନ୍ୟତା ମଧ୍ୟ ମିଳିଛି। ଏହି ଧାନ ବିହନ ଉପରେ ଚାଷୀମାନେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ବେହେରା କହିଛନ୍ତି। ସମ୍ପାଦକ ବେହେରାଙ୍କ ଦ୍ୱାରା ଉଦ୍‌ଭାବନ କରାଯାଇଥିବା ଲାଲ କୁବେର ଅବଧି ୧୩୫ ଦିନ, କାଦମ୍ବିନୀ ବେହେରାଙ୍କ ଲାଲ ବାସ୍ନା ଅବଧି ୧୨୫,ଅବନୀ ବେହେରାଙ୍କ ଲାଲ ସ୍ପେଶାଲ ୧୩ ଅବଧି ୧୩୦ରୁ ୧୩୫ ଦିନ, ସୁଧିରଞ୍ଜନ ବାରିକଙ୍କ ଲାଲମଣି ଅବଧି ୧୪୫ ଦିନ, କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ଲାଲପରି ଅବଧି ୧୪୫ ଦିନ,ବିଜୟ କୁମାର ପାତ୍ରଙ୍କ ଲାଲ ସ୍ପେଶାଲ ଅବଧି ୧୪୫ ଦିନ ଓ ଅଶୋକ କୁମାର ବାରିକଙ୍କ ରତ୍ନମେଣ୍ଟି ଅବଧି ୧୪୫ ଦିନିଆ ଅଧିକ ଅମଳକ୍ଷମ ବୋଲି ଲାଲ୍‌ସଂସ୍ଥା ପକ୍ଷରୁ କୁହାଯାଇଛି। ଏସବୁ ଧାନବିହନ ଚାଷୀଙ୍କ ପ୍ରିୟଭାଜନ ହୋଇପାରିଛି। ଏସବୁ ବିହନ ଦେଶୀ ପ୍ରଜାତିର ହୋଇଥିବାବେଳେ ଏଗୁଡିକ ରୋଗପୋକ ସହଣୀ ଓ ବୁଡି ମରୁଡିକୁ ଅନେକ ମାତ୍ରାରେ ସହ୍ୟ କରିପାରିବ ବୋଲି ସମ୍ପାଦକ ବେହେରା ପ୍ରକାଶ କରିଛନ୍ତି। ଲାଲ୍‌ ସଂସ୍ଥା ସହଯୋଗରେ ଗୋରେଖନାଥ କୃଷକ ମହାସଂଘ ପକ୍ଷରୁ ରାଜ୍ୟର ୧୫ଟି ଜିଲା ଏବଂ ଛତିଶଗଡ଼ର କିଛି ସ୍ଥାନରେ ଚାଷୀ ଏହି ଧାନକୁ ଚାଷ କରି ଉନ୍ନତ ଅମଳକ୍ଷମ ହୋଇପାରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପ୍ଲାଣ୍ଟ ଭେରାଇଟି ବିଭାଗ ପକ୍ଷରୁ ଲାଲ ଧାନ କିସମ ଗୁଡିକ ସରକାରୀ ମାନ୍ୟତା ପାଇବା ପୂର୍ବରୁ ଦେଶର ବିଭିନ୍ନ ଗବେଷଣାଗାରରେ ୧୨ ବର୍ଷ ଧରି ଏହାକୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏହାପରେ ଉଦ୍‌ଭାବନକାରୀ ୭ ଚାଷୀଙ୍କୁ ଟ୍ରୁ ବି ସାର୍ଟିଫିକେଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri