ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଆପଣ ମୟୂରର ନାଚ ଦେଖିଥିବେ। ହେଲେ ହରିଣର ନାଚ ଦେଖିଛନ୍ତି କି? ଏଥିରେ ଏକ ହରିଣକୁ ନାଚୁଥିବା ଦେଖିବାକୁ ମିଳୁଛି। ସେ ଗୋଡକୁ ଏପଟ ସେପଟ କରି ଷ୍ଟେପ୍ ପକାଇ ନାଚୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖିଛନ୍ତି, ‘ମୋର ଜବ୍ ନେବା ପରେ ମୁଁ’ । ଭିଡିଓଟି ଭାଇରାଲ ହେବାରେ ଲାଗିଛି।
Me after taking my Jab pic.twitter.com/w4KypzrD3K
— Susanta Nanda IFS (@susantananda3) April 4, 2021