ସଜେଇ ହେଉଛି ଫତେଗଡ଼ ଶ୍ରୀରାମ ମନ୍ଦିର

ନୟାଗଡ଼/ଭାପୁର,୨୧।୧(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଅଯୋଧ୍ୟାରେ ରାମଲାଲା ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ଜାନୁଆରୀ ୨୨ରେ ନୟାଗଡ଼ ଜିଲା ଭାପୁର ବ୍ଲକ ଅଧୀନ ଫତେଗଡ ଗିରି ଗୋବର୍ଦ୍ଧନ ପାହାଡ଼ର ଶୀର୍ଷରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଫତେଗଡ଼ର ଶ୍ରୀରାମ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିର ସଜେଇ ହେଉଛି। ମନ୍ଦିରର କାରୁକାର୍ଯ୍ୟ ଓ ପ୍ରାକୃତିକ ଶୋଭାରାଜିିକୁ ଅନୁଧ୍ୟାନ କଲେ ୨ୟ ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଫତେଗଡ଼ ଗିରି ଗୋବନ୍ଧନ ପାହାଡ। ଏଥିପାଇଁ ଗତ ୧୭ ତାରିଖରୁ ପୂଜାପାଠ ଆରମ୍ଭ ହୋଇଛିା ମନ୍ତ୍ର, ବେଦ ପାଠରେ ପ୍ରକମ୍ପିତ ହୋଇ ଉଠିଛି ଫତେଗଡ ଗଁା ଓ ଗିରି ଗୋବର୍ଦ୍ଧନ ପାହାଡ। ପ୍ରାୟ ୧୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହେଇ ରାମ ମନ୍ଦିରକୁ ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ଭାଡିକିଳା ଓ ସାକେରି ଗଁା ସମେତ ବିଭିନ୍ନ ଗଁାର ବଛା ବଛା ଦେଢ଼ଶହ କାରିଗର ପ୍ରାୟ ୫ ବର୍ଷ ଧରି ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯଦିଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ହୋଇ ନାହିଁ ତଥାପି ସେଠାରେ ଆଧ୍ୟାମତ୍ିକ ପରିବେଶ ସୃଷ୍ଟି କରିଛି। ପ୍ରଥମରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ସେଠାରେ ଭିଡ଼ ଜମାଇଛନ୍ତି ା ପାହାଡ଼ ଚଢ଼ିବା ଓ ବଣଭୋଜିର ମଜା ଉଠାଇବା ସହ ଶ୍ରୀରାମ ଓ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ପରି ସୁବିଧା ପର୍ଯ୍ୟଟକଙ୍କୁ ଆନମନା କରିଛି। ଏହି ପାହାଡ଼ର ୪ କି.ମି.ଦୂରରେ ତରବାଲୁର ଉଷ୍ଣ ପ୍ରସବଣ, ୧୪ କି.ମି. ଦୂରରେ କଣ୍ଟିଲୋ ନୀଳମାଧବ ମନ୍ଦିର, ୨୫ କି.ମି.ଦୂରରେ ମା ଭଟ୍ଟାରିକା ମନ୍ଦିର, ୧୪ କି.ମି.ଦୂରରେ ଟି ବ୍ରିଜ ଓ ବୈଦେଶ୍ୱରର ସିଂହନାଥ ପୀଠ ରାମ ମନ୍ଦିରର ସୌନ୍ଦର୍ଯ୍ୟ ବଢ଼ାଇଛି। ପର୍ଯ୍ୟଟନ ପାଇଁ ମଣିଷର ଆଗ୍ରହ ବହୁ ପୁରୁଣା ହୋଇଥିବାରୁ ପର୍ଯ୍ୟଟନ ଓ ଠାକୁର ଦର୍ଶନର ସୁବିଧା ଥିବା ଫତେଗଡ଼ ରାମ ମନ୍ଦିରରେ ଏବେଠାରୁ ଆରମ୍ଭ ହୋଇଗଲାଣି ଗହଳି, ଯାହାକି ନୟାଗଡ଼ ଜିଲାକୁ ଚର୍ଚ୍ଚାରେ ଆଣିବା ସହ ଏକ ନୂଆ ପର୍ଯ୍ୟଟନ ସ୍ଥଳୀ ରୂପେ ଉଭା ହୋଇଛି। ସରକାରୀସ୍ତରରେ ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଦାବି ଉଠିଲାଣି ।

ରାଜସ୍ଥାନରରୁ ଆସିଛି ରାମଲାଲା ମୂର୍ତ୍ତି
ଶ୍ରୀରାମ ମନ୍ଦିରରେ ପୂଜା ପାଇବେ ୬ ଫୁଟ ଉଚ୍ଚର ମାବଲ ନିର୍ମିିତ ଶ୍ରୀରାମଙ୍କ ମୂର୍ତ୍ତି, ଯାହାକି ରାଜସ୍ଥାନରୁ ଆସିଛି। ଏଥିପାଇଁ ବ୍ୟୟ ହୋଇଛି ସାଢ଼େ ୬ ଲକ୍ଷ ଟଙ୍କା। ସେହିଭଳି ପାହାଡ଼ ଉପରେ ୧୮ ଏକର ଜମିରେ ଗଢ଼ି ଉଠିଛି ମନ୍ଦିର। ମନ୍ଦିରକୁ ଆକର୍ଷଣୀୟ କରିବା ପାଇଁ ନିର୍ମାଣ ଚାଲିଛି ପାର୍କ, ଶିଶୁ ଉଦ୍ୟାନ, ରୋପୱେ। ଆଉ କ’ଣ କରିବାର ଆବଶ୍ୟକତା ରହିଛି ସେନେଇ ମ୍ୟାପ ପ୍ରସ୍ତୁତି ଚାଲିଛି ।

ସୁକ୍ଷ୍ମ କାରୁକାର୍ଯ୍ୟ ହିଁ ଆକର୍ଷଣ
ସମୁଦ୍ର ପତନରୁ ୧୮୦୦ଫୁଟ ପାହାଡ଼ ଉପରେ ନିର୍ମାଣ ହୋଇଥିବା ୬୫ ଫୁଟର ରାମ ମନ୍ଦିରର କାରୁକାର୍ଯ୍ୟ ଦେଖିଲା ଭଳି ହୋଇଛି। ଖୋର୍ଦ୍ଧା ତହସିଲ ଭୋଗପୁରର ବଉଳମାଳା ପଥରେ ମନ୍ଦିରର କାରୁକାର୍ଯ୍ୟ ହୋଇଛି ।
ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ପ୍ରଥମେ ୩୫ ଫୁଟର ନାଟ୍ୟ ମନ୍ଦିର, ୪୫ ଫୁଟର ମୁଖାଶାଳା ଅତିକ୍ରମ କରିବାକୁ ପଡୁଛି। ରେଖ, ଭଦ୍ର ଓ ମୋହନ ଢ଼ାଞ୍ଚାରେ ମନ୍ଦିରର ନିର୍ମିିତ।
ପୁରୀ, କୋଣାର୍କ ଓ ତାରାତାରିଣୀ ମନ୍ଦିର କାରୁକାର୍ଯ୍ୟର ଝଲକ ଏଠାରେ ଦେଖିବାକୁ ମିଳୁଛି। ୪୫୦ ପ୍ରକାରର ଘୋଡା ହାତୀ, ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସୂର୍ଯ୍ୟ, ହନୁମାନ, ଗଣେଶ ଓ ଶିବଙ୍କ ପାର୍ଶ୍ୱ ଦେବାଦେବୀ ମନ୍ଦିର, ଠାକୁରଙ୍କ ଦଶବତାରର ଦୃଶ୍ୟ ଅତିବ ମନୋରମ। ସେହିଭଳି ୧୮୦୦ ଫୁଟର ପାହାଡ଼କୁ କାଟି ୨କି.ମି.ର କଂକ୍ରିଟ ରାସ୍ତା କରାଯାଇଛି। ଯାନବାହାନ ଉପରକୁ ସୁବିଧାରେ ଉଠି ପାରୁଛି ।

ବାସ୍ତବତାର ରୂପ ନେଲା ସ୍ବପ୍ନ
ଗିରି ଗୋବର୍ଦ୍ଧନ ପାହାଡ଼ରେ ଶ୍ରୀରାମ ମନ୍ଦିରର ନିର୍ମାଣ ନେଇ ଫତେଗଡ଼ର ଚକ୍ରଧର ପ୍ରଧାନ ଦେଖିଥିବା ସ୍ବପ୍ନ ସାକାର ହୋଇଛି । ଚକ୍ରଧର ନିଜର ସ୍ବପ୍ନ ସମ୍ପର୍କରେ ଗଁା ଲୋକଙ୍କୁ କହିବା ପରେ ନିଜେ ମନ୍ଦିର ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ପରେ ଶ୍ରୀରାମ ସେବା ପରିଷଦ ଗଠନ କରାଯାଇ ଦାନ, ଦକ୍ଷିଣା ଓ ବିଭିନ୍ନ ଭକ୍ତଙ୍କ ସହାୟତାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିଲା । ଚକ୍ରଧରଙ୍କ ପୁଅ ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ । ମନ୍ଦିର ନିର୍ମାଣରେ ପରେ ଭାବବିହ୍ବଳ ହୋଇ ଉଠିଛନ୍ତି ଚକ୍ରଧର। ୬୭ ବର୍ଷ ବୟସରେ ନିଜେ ମନ୍ଦିରକୁ ଯାଇ ସବୁ କିଛି ବୁଝାବୁଝି କରିବାରେ ଲାଗିି ପଡିଛନ୍ତି ।

ଧର୍ମସଭା ଓ ସାଧୁୁସନ୍ଥଙ୍କ ସମାବେଶ
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମାରୋହ ଅବସରରେ ଫତେଗ୍‌ଡ଼ ପାହାଡ ଶୀର୍ଷରେ ଥିବା ରାମ ମନ୍ଦିରରେ ରବିବାର ହେବ ଧର୍ମ ସଭା । ଯୋଗ ଦେବେ ୫ ହଜାର ସାଧୁସନ୍ଥ । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚିଳାନନ୍ଦ ସରସ୍ବତୀ ଏଥିରେ ଯୋଗ ଦେଇ ସନାତନ ଧର୍ମ ଉପରେ ଉଦ୍‌ବୋଧନ ଦେବେ ।
ଧର୍ମସଭା ଓ ସାଧୁସନ୍ଥ ସମ୍ମିଳନୀ ପରେ ଭଜନ ସମାରୋହ ହେବ । ୨୪ ତାରିଖରେ ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅତିଥି ଭାବେ ଯୋଗ ଦେବେ । ୨୨ ତାରିଖରେ ଜଗଦ୍‌ଗୁରୁ ଶ୍ରୀରାମ ମନ୍ଦିର ଯଜ୍ଞ ମଣ୍ଡପ ପରିଦର୍ଶନ ସହ ଗୁରୁପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଇବେ। ୨୪ ତାରିଖରେ ପୂର୍ଣ୍ଣାହୁତି ପରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉସତ୍ବର ଉଦ୍‌ଯାପନ ହେବ ।

ଗୁଆ, ପାନ ଓ ନଡିଆ ଦେଇ ନିମନ୍ତ୍ରଣ
ଶରଣକୁଳର ଲଡୁବାବା, ନୟାଗଡ଼ିର ଦକ୍ଷିଣକାଳୀ, ରଣପୁର ମଣନାଗଙ୍କ ପରି ଦେବାଦେବୀ ପୀଠ, ମଠ, ଧାର୍ମିକ ଅନୁଷ୍ଠାନକୁ ଗୁଆ, ପାନ ଓ ନଡିଆ ଦେଇ ନିମନ୍ତ୍ରଣ କରାଯାଇଛି । ସେହିପରି ଜିଲାପାଳ, ଉପଜିଲାପାଳ, ଏସ୍‌ପିଙ୍କ ପରି ପଦଧିକାରୀ, ଜିଲା ଅଧିକାରୀ, ବ୍ଲକ ଅଧିକାରୀ, ଥାନା ଓ ଫାଣ୍ଡି, ସରକାରୀ କର୍ମଚାରୀ, ସାଧାରଣ ଲୋକ, ଜନ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ପଡୋଶୀ ଜିଲା କଟକ ଓ ଖୋର୍ଦ୍ଧା ଜିଲାର ଦେବାଦେବୀ ମନ୍ଦିରଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ନିମନ୍ତ୍ରଣ କରାଯାଇଛି ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri