ସଜେଇ ହେଉଛି ଫତେଗଡ଼ ଶ୍ରୀରାମ ମନ୍ଦିର

ନୟାଗଡ଼/ଭାପୁର,୨୧।୧(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଅଯୋଧ୍ୟାରେ ରାମଲାଲା ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ଜାନୁଆରୀ ୨୨ରେ ନୟାଗଡ଼ ଜିଲା ଭାପୁର ବ୍ଲକ ଅଧୀନ ଫତେଗଡ ଗିରି ଗୋବର୍ଦ୍ଧନ ପାହାଡ଼ର ଶୀର୍ଷରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଫତେଗଡ଼ର ଶ୍ରୀରାମ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିର ସଜେଇ ହେଉଛି। ମନ୍ଦିରର କାରୁକାର୍ଯ୍ୟ ଓ ପ୍ରାକୃତିକ ଶୋଭାରାଜିିକୁ ଅନୁଧ୍ୟାନ କଲେ ୨ୟ ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଫତେଗଡ଼ ଗିରି ଗୋବନ୍ଧନ ପାହାଡ। ଏଥିପାଇଁ ଗତ ୧୭ ତାରିଖରୁ ପୂଜାପାଠ ଆରମ୍ଭ ହୋଇଛିା ମନ୍ତ୍ର, ବେଦ ପାଠରେ ପ୍ରକମ୍ପିତ ହୋଇ ଉଠିଛି ଫତେଗଡ ଗଁା ଓ ଗିରି ଗୋବର୍ଦ୍ଧନ ପାହାଡ। ପ୍ରାୟ ୧୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହେଇ ରାମ ମନ୍ଦିରକୁ ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ଭାଡିକିଳା ଓ ସାକେରି ଗଁା ସମେତ ବିଭିନ୍ନ ଗଁାର ବଛା ବଛା ଦେଢ଼ଶହ କାରିଗର ପ୍ରାୟ ୫ ବର୍ଷ ଧରି ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯଦିଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ହୋଇ ନାହିଁ ତଥାପି ସେଠାରେ ଆଧ୍ୟାମତ୍ିକ ପରିବେଶ ସୃଷ୍ଟି କରିଛି। ପ୍ରଥମରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ସେଠାରେ ଭିଡ଼ ଜମାଇଛନ୍ତି ା ପାହାଡ଼ ଚଢ଼ିବା ଓ ବଣଭୋଜିର ମଜା ଉଠାଇବା ସହ ଶ୍ରୀରାମ ଓ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ପରି ସୁବିଧା ପର୍ଯ୍ୟଟକଙ୍କୁ ଆନମନା କରିଛି। ଏହି ପାହାଡ଼ର ୪ କି.ମି.ଦୂରରେ ତରବାଲୁର ଉଷ୍ଣ ପ୍ରସବଣ, ୧୪ କି.ମି. ଦୂରରେ କଣ୍ଟିଲୋ ନୀଳମାଧବ ମନ୍ଦିର, ୨୫ କି.ମି.ଦୂରରେ ମା ଭଟ୍ଟାରିକା ମନ୍ଦିର, ୧୪ କି.ମି.ଦୂରରେ ଟି ବ୍ରିଜ ଓ ବୈଦେଶ୍ୱରର ସିଂହନାଥ ପୀଠ ରାମ ମନ୍ଦିରର ସୌନ୍ଦର୍ଯ୍ୟ ବଢ଼ାଇଛି। ପର୍ଯ୍ୟଟନ ପାଇଁ ମଣିଷର ଆଗ୍ରହ ବହୁ ପୁରୁଣା ହୋଇଥିବାରୁ ପର୍ଯ୍ୟଟନ ଓ ଠାକୁର ଦର୍ଶନର ସୁବିଧା ଥିବା ଫତେଗଡ଼ ରାମ ମନ୍ଦିରରେ ଏବେଠାରୁ ଆରମ୍ଭ ହୋଇଗଲାଣି ଗହଳି, ଯାହାକି ନୟାଗଡ଼ ଜିଲାକୁ ଚର୍ଚ୍ଚାରେ ଆଣିବା ସହ ଏକ ନୂଆ ପର୍ଯ୍ୟଟନ ସ୍ଥଳୀ ରୂପେ ଉଭା ହୋଇଛି। ସରକାରୀସ୍ତରରେ ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଦାବି ଉଠିଲାଣି ।

ରାଜସ୍ଥାନରରୁ ଆସିଛି ରାମଲାଲା ମୂର୍ତ୍ତି
ଶ୍ରୀରାମ ମନ୍ଦିରରେ ପୂଜା ପାଇବେ ୬ ଫୁଟ ଉଚ୍ଚର ମାବଲ ନିର୍ମିିତ ଶ୍ରୀରାମଙ୍କ ମୂର୍ତ୍ତି, ଯାହାକି ରାଜସ୍ଥାନରୁ ଆସିଛି। ଏଥିପାଇଁ ବ୍ୟୟ ହୋଇଛି ସାଢ଼େ ୬ ଲକ୍ଷ ଟଙ୍କା। ସେହିଭଳି ପାହାଡ଼ ଉପରେ ୧୮ ଏକର ଜମିରେ ଗଢ଼ି ଉଠିଛି ମନ୍ଦିର। ମନ୍ଦିରକୁ ଆକର୍ଷଣୀୟ କରିବା ପାଇଁ ନିର୍ମାଣ ଚାଲିଛି ପାର୍କ, ଶିଶୁ ଉଦ୍ୟାନ, ରୋପୱେ। ଆଉ କ’ଣ କରିବାର ଆବଶ୍ୟକତା ରହିଛି ସେନେଇ ମ୍ୟାପ ପ୍ରସ୍ତୁତି ଚାଲିଛି ।

ସୁକ୍ଷ୍ମ କାରୁକାର୍ଯ୍ୟ ହିଁ ଆକର୍ଷଣ
ସମୁଦ୍ର ପତନରୁ ୧୮୦୦ଫୁଟ ପାହାଡ଼ ଉପରେ ନିର୍ମାଣ ହୋଇଥିବା ୬୫ ଫୁଟର ରାମ ମନ୍ଦିରର କାରୁକାର୍ଯ୍ୟ ଦେଖିଲା ଭଳି ହୋଇଛି। ଖୋର୍ଦ୍ଧା ତହସିଲ ଭୋଗପୁରର ବଉଳମାଳା ପଥରେ ମନ୍ଦିରର କାରୁକାର୍ଯ୍ୟ ହୋଇଛି ।
ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ପ୍ରଥମେ ୩୫ ଫୁଟର ନାଟ୍ୟ ମନ୍ଦିର, ୪୫ ଫୁଟର ମୁଖାଶାଳା ଅତିକ୍ରମ କରିବାକୁ ପଡୁଛି। ରେଖ, ଭଦ୍ର ଓ ମୋହନ ଢ଼ାଞ୍ଚାରେ ମନ୍ଦିରର ନିର୍ମିିତ।
ପୁରୀ, କୋଣାର୍କ ଓ ତାରାତାରିଣୀ ମନ୍ଦିର କାରୁକାର୍ଯ୍ୟର ଝଲକ ଏଠାରେ ଦେଖିବାକୁ ମିଳୁଛି। ୪୫୦ ପ୍ରକାରର ଘୋଡା ହାତୀ, ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସୂର୍ଯ୍ୟ, ହନୁମାନ, ଗଣେଶ ଓ ଶିବଙ୍କ ପାର୍ଶ୍ୱ ଦେବାଦେବୀ ମନ୍ଦିର, ଠାକୁରଙ୍କ ଦଶବତାରର ଦୃଶ୍ୟ ଅତିବ ମନୋରମ। ସେହିଭଳି ୧୮୦୦ ଫୁଟର ପାହାଡ଼କୁ କାଟି ୨କି.ମି.ର କଂକ୍ରିଟ ରାସ୍ତା କରାଯାଇଛି। ଯାନବାହାନ ଉପରକୁ ସୁବିଧାରେ ଉଠି ପାରୁଛି ।

ବାସ୍ତବତାର ରୂପ ନେଲା ସ୍ବପ୍ନ
ଗିରି ଗୋବର୍ଦ୍ଧନ ପାହାଡ଼ରେ ଶ୍ରୀରାମ ମନ୍ଦିରର ନିର୍ମାଣ ନେଇ ଫତେଗଡ଼ର ଚକ୍ରଧର ପ୍ରଧାନ ଦେଖିଥିବା ସ୍ବପ୍ନ ସାକାର ହୋଇଛି । ଚକ୍ରଧର ନିଜର ସ୍ବପ୍ନ ସମ୍ପର୍କରେ ଗଁା ଲୋକଙ୍କୁ କହିବା ପରେ ନିଜେ ମନ୍ଦିର ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ପରେ ଶ୍ରୀରାମ ସେବା ପରିଷଦ ଗଠନ କରାଯାଇ ଦାନ, ଦକ୍ଷିଣା ଓ ବିଭିନ୍ନ ଭକ୍ତଙ୍କ ସହାୟତାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିଲା । ଚକ୍ରଧରଙ୍କ ପୁଅ ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ । ମନ୍ଦିର ନିର୍ମାଣରେ ପରେ ଭାବବିହ୍ବଳ ହୋଇ ଉଠିଛନ୍ତି ଚକ୍ରଧର। ୬୭ ବର୍ଷ ବୟସରେ ନିଜେ ମନ୍ଦିରକୁ ଯାଇ ସବୁ କିଛି ବୁଝାବୁଝି କରିବାରେ ଲାଗିି ପଡିଛନ୍ତି ।

ଧର୍ମସଭା ଓ ସାଧୁୁସନ୍ଥଙ୍କ ସମାବେଶ
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମାରୋହ ଅବସରରେ ଫତେଗ୍‌ଡ଼ ପାହାଡ ଶୀର୍ଷରେ ଥିବା ରାମ ମନ୍ଦିରରେ ରବିବାର ହେବ ଧର୍ମ ସଭା । ଯୋଗ ଦେବେ ୫ ହଜାର ସାଧୁସନ୍ଥ । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚିଳାନନ୍ଦ ସରସ୍ବତୀ ଏଥିରେ ଯୋଗ ଦେଇ ସନାତନ ଧର୍ମ ଉପରେ ଉଦ୍‌ବୋଧନ ଦେବେ ।
ଧର୍ମସଭା ଓ ସାଧୁସନ୍ଥ ସମ୍ମିଳନୀ ପରେ ଭଜନ ସମାରୋହ ହେବ । ୨୪ ତାରିଖରେ ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅତିଥି ଭାବେ ଯୋଗ ଦେବେ । ୨୨ ତାରିଖରେ ଜଗଦ୍‌ଗୁରୁ ଶ୍ରୀରାମ ମନ୍ଦିର ଯଜ୍ଞ ମଣ୍ଡପ ପରିଦର୍ଶନ ସହ ଗୁରୁପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଇବେ। ୨୪ ତାରିଖରେ ପୂର୍ଣ୍ଣାହୁତି ପରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉସତ୍ବର ଉଦ୍‌ଯାପନ ହେବ ।

ଗୁଆ, ପାନ ଓ ନଡିଆ ଦେଇ ନିମନ୍ତ୍ରଣ
ଶରଣକୁଳର ଲଡୁବାବା, ନୟାଗଡ଼ିର ଦକ୍ଷିଣକାଳୀ, ରଣପୁର ମଣନାଗଙ୍କ ପରି ଦେବାଦେବୀ ପୀଠ, ମଠ, ଧାର୍ମିକ ଅନୁଷ୍ଠାନକୁ ଗୁଆ, ପାନ ଓ ନଡିଆ ଦେଇ ନିମନ୍ତ୍ରଣ କରାଯାଇଛି । ସେହିପରି ଜିଲାପାଳ, ଉପଜିଲାପାଳ, ଏସ୍‌ପିଙ୍କ ପରି ପଦଧିକାରୀ, ଜିଲା ଅଧିକାରୀ, ବ୍ଲକ ଅଧିକାରୀ, ଥାନା ଓ ଫାଣ୍ଡି, ସରକାରୀ କର୍ମଚାରୀ, ସାଧାରଣ ଲୋକ, ଜନ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ପଡୋଶୀ ଜିଲା କଟକ ଓ ଖୋର୍ଦ୍ଧା ଜିଲାର ଦେବାଦେବୀ ମନ୍ଦିରଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ନିମନ୍ତ୍ରଣ କରାଯାଇଛି ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?