Posted inଖେଳ

ନିର୍ଣ୍ଣାୟକ ଟି୨୦ ମୁକାବିଲା: ଲକ୍ଷ୍ୟ ସିରିଜ ବିଜୟ

ଅହମଦାବାଦ,୨୦।୩(ପି.ଟି.): ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ଟି୨୦ ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛନ୍ତି। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ସିରିଜ ଏବେ ୨-୨ ବରାବର ସ୍ଥିତିରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଉଭୟ ଦଳ ପରସ୍ପରକୁ ଭେଟିବେ। ପ୍ରତିକୂଳ ପରସ୍ଥିତିରେ ଦମ୍‌ଦାର ପ୍ରଦର୍ଶନ କରି ଚତୁର୍ଥ ଟି୨୦ରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ତା’ର ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିଛି। ସିରିଜରେ ଏପର୍ଯ୍ୟନ୍ତ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛି। ଟସ୍‌ ହାରିଥିଲେ ମଧ୍ୟ ଭାରତ ବିଜୟୀ ହୋଇଛି। ଅନ୍ତିମ ମୁକାବିଲା ଜିତି ଉଭୟ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି।
ସିରିଜରେ ଭାରତ ଏପର୍ଯ୍ୟନ୍ତ ନୂତନ ତଥା ନିର୍ଭୀକ ଖେଳ ଉପରେ ଅଧିକ ଧ୍ୟାନ ଦେଇଛି। ଅନ୍ତିମ ମୁକାବିଲାର ଫଳାଫଳ ଯାହା ହେଉନା କାହିଁକି ଭାରତ ଆଗକୁ ଘରୋଇ ପରିବେଶରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସବୁ ପ୍ରକାର ସ୍ଥିତିରେ ଆକ୍ରମଣ କରିବାର କ୍ଷମତା ରଖୁ ନ ଥିଲା। ତେବେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଆବିଷ୍କାର ପରେ ଭାରତୀୟ ଟିମ୍‌ ମାନେଜମେଣ୍ଟର ଚିନ୍ତା ନିଶ୍ଚିତ ଭାବେ କମ୍‌ ହୋଇଥିବ। ଏହି ଦୁଇ ଖେଳାଳି ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରି ନିଜ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଇଛନ୍ତି। ୩ ନମ୍ବରରେ ବ୍ୟାଟିଂ କରି ସୂର୍ଯ୍ୟକୁମାର ୩୧ ବଲରୁ ୬ ଚୌକା ଓ ୩ ଛକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହା କୋହଲିଙ୍କୁ ମଧ୍ୟ ପ୍ରଭାବିତ କରିଛି। ଦିନିକିଆ ସିରିଜ ପାଇଁ ଘୋଷିତ ଦଳରେ ମଧ୍ୟ ସୂର୍ଯ୍ୟକୁମାରଙ୍କୁ ସ୍ଥାନ ମିଳିଛି। ସୂର୍ଯ୍ୟକୁମାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କୋହଲି। ଦଳରେ ସ୍ଥାନ ପାଇଥିବା ହରିୟାଣା ଅଲରାଉଣ୍ଡର ରାହୁଲ ଟଓ୍ବୋଟିଆ ଏପର୍ଯ୍ୟନ୍ତ ସୁଯୋଗ ପାଇନାହାନ୍ତି। ଅନ୍ତିମ ମ୍ୟାଚ୍‌ରେ ତାଙ୍କୁ ପଦାର୍ପଣ କରିବାର ସୁଯୋଗ ଦିଆଯିବ ବୋଲି ଆଶା କରାଯାଉଛି। ପୁଣି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂରେ ପ୍ରଭାବୀ ସାବ୍ୟସ୍ତ ହେବା ମଧ୍ୟ ଭାରତ ପାଇଁ ଏକ ବଡ଼ କଥା। ଗତ ମ୍ୟାଚ୍‌ରେ ସେ ୪ ଓଭର ବୋଲିଂ କରି ୧୬ ରନ ଦେବା ସହ ୨ଟି ମୂଲ୍ୟବାନ ଉଇକେଟ ଅକ୍ତିଆର କରିଥିଲେ। ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ସୁଯୋଗ ପାଇଥିବା ରାହୁଲ ଚହର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ତେବେ ଓ୍ବାଶିଂଟନ ସୁନ୍ଦର ଆଶାନୁରୂପ ସଫଳତା ହାସଲ କରି ନ ଥିଲେ। କ୍ରମାଗତ ଭାବେ ବିଫଳ ହେଉଥିବା ଲୋକେଶ ରାହୁଲ ଚମକ ଦେଖାଇବେ ବୋଲି ଆଶା କରାଯାଉଛି। କାକର ସମସ୍ୟା ସତ୍ତ୍ୱେ ଭାରତ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର ହାସଲ କରିବା କୋହଲିଙ୍କୁ ସନ୍ତୁଷ୍ଟ କରିଥିବ।
ଅପରକ୍ଷରେ ଇଂଲଣ୍ଡ ଜୋଶ ବଟଲର ଓ ୧ ନମ୍ବର ବ୍ୟାଟ୍ସମ୍ୟାନ ଡାଓ୍ବିଡ ମଲାନ ପୂର୍ବପରି ଧୂଆଁଧାର ବ୍ୟାଟିଂ କରିବେ ବୋଲି ଆଶା କରୁଛି। ଦୁଇ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ ଏପର୍ଯ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। କ୍ରିସ୍‌ ଜୋର୍ଡାନ ମଧ୍ୟ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି। ତେବେ ଚତୁର୍ଥ ଟି୨୦ରେ ସେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ। ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଆମେ ଖେଳ ଜାରି ରଖିଛୁ ଓ ଅଧିକରୁ ଅଧିକ ଶିକ୍ଷା କରିବାକୁ ପ୍ରୟାସ କରୁଛି। ତେବେ ମ୍ୟାଚ୍‌ ସହ ସିରିଜ ଜିତିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି। କଳା ଓ କଠିନ ଏହି ଉଇକେଟ ସିରିଜର ଶ୍ରେଷ୍ଠ ବ୍ୟାଟିଂ ପିଚ୍‌ ସାବ୍ୟସ୍ତ ହେବ। ମ୍ୟାଚ୍‌ର ଶେଷ ଆଡକୁ କାକର ସମସ୍ୟା ଟସ୍‌ ହାରିବା ଦଳକୁ ଚିନ୍ତାର ନିଶ୍ଚିତ ଭାବେ ପକାଇବ।
ପ୍ରଥମ ଟି୨୦ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟ ହାସଲ କରିଥିଲା। ସେହିପରି ତୃତୀୟ ଟି୨୦ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଥିଲା। ଚତୁର୍ଥ ଟି୨୦ରେ ଭାରତ ଟସ୍‌ ହାରିଥିଲେ ମଧ୍ୟ ୮ ରନରେ ବିଜୟୀ ହୋଇ ସିରିଜକୁ ବରାବର ସ୍ଥିତିକୁ ଆଣିଥିଲା।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି, ଦୀପକ ଚହର, ରାହୁଲ ଟଓ୍ବୋଟିଆ ଓ ଇଶାନ କିଷନ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ଜୋଶ ବଟଲର, ଜାସନ ରଏ, ଲିଆମ ଲିଭିଂଷ୍ଟୋନ, ଡାଓ୍ବିଡ ମଲାନ, ବେନ୍‌ ଷ୍ଟୋକ୍ସ, ମୋଇନ ଅଲି, ଅଦିଲ ରସିଦ, ରିସି ଟୋପ୍ଲେ, କ୍ରିସ ଜୋର୍ଡାନ, ମାର୍କ ଉଡ, ସାମ୍‌ କୁରାନ, ଟମ୍‌ କୁରାନ, ସାମ ବିଲିଙ୍ଗ୍ସ, ଜନି ବେୟାରଷ୍ଟୋ ଓ ଜୋଫ୍ରା ଆର୍ଚର।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ଟସ୍‌: ସନ୍ଧ୍ୟା ୬.୩୦
ସ୍ଥାନ: ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମଦାବାଦ
ପ୍ରସାରଣ: ଷ୍ଟାରସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri