ଆଜି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ପୁରୀ,୨୮।୭(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକ ଲାଗି ନୀତିକୁ ନେଇ ଦିନକୁ ଦିନ ବିବାଦ ଥମିବା ପରିବର୍ତ୍ତେ ଅଧିକ ଘନେଇବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ସେବକ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ବନକ ଲାଗି ନୀତି ହୋଇପାରୁ ନାହିଁ। କେଉଁ ବାରରେ ମହାପ୍ରଭୁଙ୍କ ବନକଲାଗି ହେବ ତାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ନିଯୋଗ ନିଜ ନିଜ ଜିଦିରେ ଅଟଳ ରହିବା କାରଣରୁ  ନୀଳାଦ୍ରି ବିଜେଠାରୁ ଏଯାବତ ବନକଲାଗି ହୋଇପାରିନାହିଁ। ଯାହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ପରିଲିଖିତ ଦେଖିବାକୁ ମିଳୁଥିବା ବେଳେ ସେବାୟତମାନେ ମଧ୍ୟ ଏପରି କାର୍ଯ୍ୟକୁ ନାପସନ୍ଦ କରୁଛନ୍ତି। ତେବେ ମହାପ୍ରଭୁଙ୍କ ବନକଲଗି ଗୁରୁବାର ମଧ୍ୟ ହୋଇପାରିନାହିଁ। ଅପରପକ୍ଷେ ବୁଧବାର ହିଁ ବନକଲାଗି ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପୁଣି କହିଛି। ତେବେ ଆସନ୍ତା ବୁଧବାର ନକ୍ଷତ୍ର ବନ୍ଦାପନା ନୀତି ରହିଥିବାରୁ ମହାପ୍ରଭୁଙ୍କ ବନକଲାଗି ଆଶା କ୍ଷୀଣ। ଶୁକ୍ରବାର ନୀତି ସବ୍‌କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ନୀତି ସବ୍‌କମିଟି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇ ସମାଧାନର ରାସ୍ତା ବାହାର କରିବାକୁ ଉଦ୍ୟମ ହେବ। ଅପରପକ୍ଷେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ପାଇଁ  ପ୍ରସ୍ତୁତ ହୋଇ ଦତ୍ତ ମହାପାତ୍ର ସେବାୟତ ଶ୍ରୀମନ୍ଦିର ଭିତରକୁ ଯାଇ ବନକ ଘରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଶ୍ରୀମନ୍ଦିର କମାଣ୍ଡର ମନା କରିଥିଲେ। ବୁଧବାର ବନକ ଲାଗି କରିବାକୁ କହିଥିଲେ। ଏହାପରେ ଦତ୍ତ ମହାପାତ୍ରମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଥିଲେ। ବନକ ଲାଗି ନୀତି ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ତେବେ ଆଜି ନୁହେଁ ବରଂ ଆସନ୍ତା ବୁଧବାର ମହାପ୍ରଭୁଙ୍କ ବନକ ଲାଗି ନୀତି ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏ ନେଇ ଦତ୍ତ ମହାପାତ୍ର ସେବକ ସଞ୍ଜୟ ଦାସ ମହପାତ୍ର କହିଛନ୍ତି, ଗୁରୁବାର ମହାପ୍ରଭୁଙ୍କ ବନକଲାଗି ପାଇଁ ମୁଖ୍ୟ ପ୍ରଶାସକଙ୍କ ସହ ଦେଖା ହେଇ ନୀତି କରିବା ପାଇଁ କହିଥିଲୁ। ତେବେ  ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ହେଲା। ବୁଧବାର ବନକଲାଗି ହେବା ପରେ ଗୁରୁବାର ବନକଲାଗି କରାଯିବ କି ନାହିଁ ତାହା ବିଚାର କରାଯିବ। ଆର ସପ୍ତାହରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ବୁଧବାର ବନକଲାଗି କରାଯିବ କି ନାହିଁ ତାହା ବିଚାର କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦେବା ପରେ ଏ ନେଇ ନିଯୋଗର ସଭାପତି, ସମ୍ପାଦକମାନଙ୍କ ସହ ଆଲୋଚନା କରାଯାଇ  ଯାହା ନିଷ୍ପତ୍ତି ନିଆଯିବ । ତେବେ ବୁଧବାର ବନକ ଲାଗି କରିବା ପାଇଁ ନିଯୋଗ ପକ୍ଷରୁ ଲିଖିତ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବା ପାଇଁ କହିଛନ୍ତି। ସେହିପରି ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ମହାପାତ୍ର କହିଛନ୍ତି, ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ନିମନ୍ତେ ଶ୍ରୀମନ୍ଦିର କୁ ଯାଇଥିଲୁ। କିନ୍ତୁ ବନକଲାଗି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନଥିବା କମାଣ୍ଡର କହିଥିଲେ।  ଅପରପକ୍ଷେ ଶ୍ରୀମନ୍ଦିର ପ୍ରଶାସନ ଯଦି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବ ତାକୁ ସ୍ବାଗତ କରିବୁ। ତେବେ ପ୍ରଶାସନ ଦମନ ଲୀଳା କରୁଛି। ମହାପ୍ରଭୁ୍‌ଙ୍କ ନୀତିକୁ ଧ୍ୟାନ ଦେଉନାହାନ୍ତି।  ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଦତ୍ତ ମହାପାତ୍ର ସେବକମାନେ ଗୁରୁବାର ବନକ ଲାଗି କରିବାକୁ ଜିଦ୍‌ ଧରିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁପାଳନ କରିବା ଆବଶ୍ୟକ। ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ସବ୍‌କମିଟି ବୈଠକ ହୋଇ ଆଲୋଚନା କରାଯିବ। ମହାପ୍ରଭୁଙ୍କ ସେବା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି। ତେଣୁ ବ୍ୟକ୍ତି ବିଶେଷଙ୍କ  ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ। ଯେତେବେଳ ନୀତିକୁ ବିଭ୍ରାଟ ହେଉଛି  ଘଟଣାକୁ ଗୁରୁତ୍ୱର ସହ ନିଆଯାଉଛି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦତ୍ତ ମହାପାତ୍ର ସେବାୟତ ଲିଖିତ ଭାବେ ବୁଧବାର ବନକ ଲାଗି କରି ଜଣାଇବେ ପରେ ଏବି ଦ୍ୱନ୍ଦ୍ୱର ସମାଧାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?