ପୂଜା ପାଇଁ ଚାନ୍ଦା ବନ୍ଦ, ବଣ୍ଟାଯିବ ମାସ୍କ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ):କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ଭକ୍ତଶୂନ୍ୟ ନିରାଡ଼ମ୍ବର ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଏପରିସ୍ଥିତିରେ ଚଳିତବର୍ଷ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ କୋଭିଡ୍‌ କଟକଣା ଭିତରେ ନିଆରା ଢଙ୍ଗରେ ପୂଜା ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଏଥର କାହାଠାରୁ ଚାନ୍ଦା ଗ୍ରହଣ କରାଯିବନି। କରୋନା ଦାଉରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ସ୍ଥାନୀୟ କଲୋନୀରେ ଘରେ ଘରେ ମାସ୍କ ଓ ସାନିଟାଇଜର ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି।
ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀର ଆସୋସିଏଶନ ପକ୍ଷରୁ କୁହାଯାଇଛି ଯେ, ୨୦୦୮ରୁ ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ଓ ମଣ୍ଡପର ପୀଠ ଦେବୀ ପ୍ରତିଦିନ ପୂଜା ପାଆନ୍ତି। ହିନ୍ଦୁ, ମୁସ୍‌ଲିମ୍‌ ଓ ଖ୍ରୀଷ୍ଟିଆନ୍‌ ଆଦି ଧର୍ମର ଲୋକେ ମା’ଙ୍କୁ ପୂଜା କରନ୍ତି। ତିନି ଧର୍ମର ଧାର୍ମିକ ସଙ୍କେତରେ ତୋରଣ ନିର୍ମାଣ କରାଯାଏ। କିନ୍ତୁ ଚଳିତବର୍ଷ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ କେବଳ ବୈଦିକ ବିଧିବିଧାନ ପାଳନ ପୂର୍ବକ ମଣ୍ଡପରେ ପୂଜାକାର୍ଯ୍ୟ ହେବ। ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ବାରଣ ପାଇଁ ସାମ୍ନାରେ କପଡ଼ା ଟଙ୍ଗା ହୋଇ ପୂଜା କାର୍ଯ୍ୟ ସମାପନ କରାଯିବ ଓ ମଣ୍ଡପ ପାର୍ଶ୍ୱରେ ଅସ୍ଥାୟୀ ପୁଷ୍କରିଣୀ କରାଯାଇ ଭସାଣି କରାଯିବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପୂଜାମଣ୍ଡପ ଓ ପୂଜାମଣ୍ଡପର ଚତୁଃପାର୍ଶ୍ୱକୁ ବିଶୋଧନ କରାଯିବ। ପୂଜାମଣ୍ଡପ ସମ୍ମୁଖରେ ମାସ୍କ ଓ ସାନିଟାଇଜର ମହଜୁଦ ରଖାଯିବ। ଷଷ୍ଠୀରୁ ଭସାଣି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳେ କଲୋନୀ ବିଶୋଧନସହ ସମସ୍ତ ରାସ୍ତାକୁ ସଫେଇ କରାଯିବ। କଲୋନୀରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସହ ମାଗଣା ମାସ୍କ, ସାନିଟାଇଜର ଓ ଚାରା ବଣ୍ଟନ କରାଯିବ। ସମସ୍ତ ଭକ୍ତ ଘରେ ରହି ପ୍ରଚାର ପତ୍ରରେ ପୂଜା କାର୍ଯ୍ୟସୂଚୀ ଅନୁଯାୟୀ ପୂଜା ଓ ବ୍ରତ କରିବା ସହିତ ଘର ଆଗରେ ୬ଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଏକ ପୂର୍ଣ୍ଣ କଳଶ ବସାଇବା ପାଇଁ ଆସୋସିଏଶନ ପକ୍ଷରୁ କଲୋନୀବାସୀଙ୍କୁ ନିବେଦନ କରାଯାଇଛି। ଏହି ସମ୍ମିଳନୀରେ ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ, ସଭାପତି ପ୍ରକାଶଚନ୍ଦ୍ର ବିଜୁଳି, ଉପସଭାପତି ଖଗେଶ୍ୱର ଖଣ୍ଡାୟତରାୟ, ସହସମ୍ପାଦକ ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri