ହାଇକୋର୍ଟରେ ବଢ଼ିଛି ମାମଲା ଫଇସଲା ହାର

କଟକ ଅଫିସ,୧୨।୧୦: ନ୍ୟାୟିକ ବ୍ୟବସ୍ଥାରେ କରୋନା ମହାମାରୀ ବିରାଟ ପରିବର୍ତ୍ତନ ଆଣିଛି। ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଦ୍ୱାରା ଓକିଲ, ସାକ୍ଷୀ ଆଦି ଅଦାଲତକୁ ନ ଆସି ଭର୍ଚୁଆଲ ମାଧ୍ୟମରେ ହାଜର ହେବା ଫଳରେ ମାମଲାର ଶୁଣାଣି ଅଧିକ କ୍ରିୟାଶୀଳ ହୋଇପାରିଛି। ଫଳରେ ମାମଲା ଫଇସଲାର ହାର ଉତ୍ସାହଜନକ ଭାବେ ବୃଦ୍ଧି ପାଇଛି ବୋଲି ହାଇକୋର୍ଟ ପକ୍ଷରୁ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ପ୍ରତାପ କୁମାର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟ ବିଚାରପତିଙ୍କ ମାର୍ଗଦର୍ଶନ ଦ୍ୱାରା ଅଦାଲତ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କାଗଜବିହୀନ କୋର୍ଟ, ରେକର୍ଡ ରୁମ ଡିଜିଟାଇଜେଶନ, ଭର୍ଚୁଆଲ କୋର୍ଟ ଆଦି ବ୍ୟବସ୍ଥା ମାମଲା ଫଇସଲା ପଦ୍ଧତିକୁ ସରଳ କରିବା ସହ କାର୍ଯ୍ୟ ସମୟ ହ୍ରାସ କରିବାରେ ସହାୟକ ହୋଇଛି। ମାମଲାଗୁଡ଼ିକର ଅଗ୍ରଗତି ସମ୍ପର୍କିତ ତଥ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇ ଜନସାଧାରଣଙ୍କ ନିମନ୍ତେ ନ୍ୟାୟିକ ପ୍ରକ୍ରିୟାକୁ ସ୍ବଚ୍ଛ କରିବାକୁ ଚେଷ୍ଟା କରାଯାଉଛି।
ରେଜିଷ୍ଟ୍ରାର ଜୁଡିସିଆଲ ସୁମନ ମିଶ୍ରଙ୍କ ସୂଚନାନୁସାରେ, ୨୦୨୦ରେ ୮୩,୪୯୯ ମାମଲା ପଞ୍ଜୀକରଣ ଓ ୬୧,୩୩୫ ମାମଲା ଫଇସଲା, ୨୦୨୧ରେ ୧,୨୮,୭୮୬ ମାମଲା ପଞ୍ଜୀକରଣ ଓ ୧,୦୫,୧୮୨ ଫଇସଲା ଏବଂ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୮,୨୪୫ ମାମଲା ପଞ୍ଜୀକରଣ ହୋଇଥିବାବେଳେ ପୁରୁଣା ମାମଲାକୁ ମିଶାଇ ୧,୦୪,୫୬୦ ମାମଲା ଫଇସଲା ହୋଇଛି। ଏହି ମାମଲା ଫଇସଲା ହାର ମଧ୍ୟ ସବ୍‌-ଅର୍ଡିନେଟ କୋର୍ଟଗୁଡିକରେ ଅନୁରୂପ ଭାବେ ବୃଦ୍ଧି ପାଇଛି। ପୂର୍ବରୁ ଆଣ୍ଟିସିପେଟୋରୀ ବେଲ୍‌ ଆବେଦନର ପଞ୍ଜୀକରଣ ପାଇଁ ୧ରୁ ୨ ମାସ ଲାଗୁଥିବାବେଳେ ଏବେ ମାତ୍ର ୨ ଦିନରେ ହୋଇପାରୁଛି ବୋଲି ସେ କହିଛନ୍ତି।
ରେଜିଷ୍ଟ୍ରାର ରେକର୍ଡସ୍‌ ଅବିନାଶ ସେନାପତି କହିଛନ୍ତି, ହାଇକୋର୍ଟରେ ରେକର୍ଡ ରୁମ୍‌ ଡିଜିଟାଇଜେସନ ସେଣ୍ଟର ପ୍ରତିଷ୍ଠା ହେବା ପରଠାରୁ ଏପର୍ଯ୍ୟନ୍ତ ୫ ଲକ୍ଷ ୬ ହଜାର ୧୪୫ ମାମଲା ରେକର୍ଡ ଡିଜିଟାଇଜ୍‌ଡ ହୋଇଛି। ରେଜିଷ୍ଟ୍ରାର ଇନିସପେକ୍ସନ୍‌ ପ୍ରଭାକର ଗାନ୍ଥିଆଙ୍କ ସୂଚନାନୁସାରେ, ଜିଲା କୋର୍ଟଗୁଡ଼ିକରେ ୨୦୨୧ରେ ୨,୩୮,୫୮୮ ମାମଲା (୫୩,୬୮୮ ଦେୱାନୀ ଓ ୧,୮୪,୯୦୦ ଫୌଜଦାରୀ) ଫଇସଲା ହୋଇଥିବାବେଳେ ୨୦୨୨ ସେପ୍ଟେମ୍ବର ଯାଏ ପୁରୁଣା ମାମଲାକୁ ମିଶାଇ ମୋଟ୍‌ ୩,୩୧,୬୬୬ ଫଇସଲା ହୋଇଛି। ଅନ୍ୟପକ୍ଷରେ ମୋଟର ଭେହିକିଲ ଆକ୍ଟର ଇ-ଚାଲାଣ ପାଇଁ ଅଦାଲତରେ ମାମଲା ସଂଖ୍ୟା ବୃଦ୍ଧି ପାଇଛି।
ହାଇକୋର୍ଟ ପରିସରସ୍ଥ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରେଜିଷ୍ଟ୍ରାର ଭିଜିଲାନ୍ସ ଅଖିଳ କୁମାର ପଶ୍ଚିମକବାଟ, କୋଅର୍ଡିନେଶନ ଆର୍ବିଟ୍ରାରୀ ସେଣ୍ଟର ସୌମ୍ୟକ ପାତ୍ର, ରେଜିଷ୍ଟ୍ରାର ଏକ୍‌ଜାମିନେଶନ ସନ୍ତୋଷ କୁମାର ଦାସ
ରାୟ, ଜଏଣ୍ଟ ରେଜିଷ୍ଟ୍ରାର ତଥା ମୁଖ୍ୟ ବିଚାରପତିଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ
ଆନନ୍ଦ ଦାସ, କେନ୍ଦ୍ରୀୟ ପ୍ରକଳ୍ପ ସଂଯୋଜକ ସତ୍ୟପ୍ରକାଶ ରାୟଚୌଧୁରୀ, ଡେପୁଟି ରେଜିଷ୍ଟ୍ରାର ପ୍ରୋଟୋକଲ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା

ବଣାଇଁ, ୧୭।୪(ପ୍ରଦୀପ ତ୍ରିପାଠୀ): ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଓଡିଶା-ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କମ୍ବିଂ ଅପରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri