ହାଇକୋର୍ଟରେ ବଢ଼ିଛି ମାମଲା ଫଇସଲା ହାର

କଟକ ଅଫିସ,୧୨।୧୦: ନ୍ୟାୟିକ ବ୍ୟବସ୍ଥାରେ କରୋନା ମହାମାରୀ ବିରାଟ ପରିବର୍ତ୍ତନ ଆଣିଛି। ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଦ୍ୱାରା ଓକିଲ, ସାକ୍ଷୀ ଆଦି ଅଦାଲତକୁ ନ ଆସି ଭର୍ଚୁଆଲ ମାଧ୍ୟମରେ ହାଜର ହେବା ଫଳରେ ମାମଲାର ଶୁଣାଣି ଅଧିକ କ୍ରିୟାଶୀଳ ହୋଇପାରିଛି। ଫଳରେ ମାମଲା ଫଇସଲାର ହାର ଉତ୍ସାହଜନକ ଭାବେ ବୃଦ୍ଧି ପାଇଛି ବୋଲି ହାଇକୋର୍ଟ ପକ୍ଷରୁ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ପ୍ରତାପ କୁମାର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟ ବିଚାରପତିଙ୍କ ମାର୍ଗଦର୍ଶନ ଦ୍ୱାରା ଅଦାଲତ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କାଗଜବିହୀନ କୋର୍ଟ, ରେକର୍ଡ ରୁମ ଡିଜିଟାଇଜେଶନ, ଭର୍ଚୁଆଲ କୋର୍ଟ ଆଦି ବ୍ୟବସ୍ଥା ମାମଲା ଫଇସଲା ପଦ୍ଧତିକୁ ସରଳ କରିବା ସହ କାର୍ଯ୍ୟ ସମୟ ହ୍ରାସ କରିବାରେ ସହାୟକ ହୋଇଛି। ମାମଲାଗୁଡ଼ିକର ଅଗ୍ରଗତି ସମ୍ପର୍କିତ ତଥ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇ ଜନସାଧାରଣଙ୍କ ନିମନ୍ତେ ନ୍ୟାୟିକ ପ୍ରକ୍ରିୟାକୁ ସ୍ବଚ୍ଛ କରିବାକୁ ଚେଷ୍ଟା କରାଯାଉଛି।
ରେଜିଷ୍ଟ୍ରାର ଜୁଡିସିଆଲ ସୁମନ ମିଶ୍ରଙ୍କ ସୂଚନାନୁସାରେ, ୨୦୨୦ରେ ୮୩,୪୯୯ ମାମଲା ପଞ୍ଜୀକରଣ ଓ ୬୧,୩୩୫ ମାମଲା ଫଇସଲା, ୨୦୨୧ରେ ୧,୨୮,୭୮୬ ମାମଲା ପଞ୍ଜୀକରଣ ଓ ୧,୦୫,୧୮୨ ଫଇସଲା ଏବଂ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୮,୨୪୫ ମାମଲା ପଞ୍ଜୀକରଣ ହୋଇଥିବାବେଳେ ପୁରୁଣା ମାମଲାକୁ ମିଶାଇ ୧,୦୪,୫୬୦ ମାମଲା ଫଇସଲା ହୋଇଛି। ଏହି ମାମଲା ଫଇସଲା ହାର ମଧ୍ୟ ସବ୍‌-ଅର୍ଡିନେଟ କୋର୍ଟଗୁଡିକରେ ଅନୁରୂପ ଭାବେ ବୃଦ୍ଧି ପାଇଛି। ପୂର୍ବରୁ ଆଣ୍ଟିସିପେଟୋରୀ ବେଲ୍‌ ଆବେଦନର ପଞ୍ଜୀକରଣ ପାଇଁ ୧ରୁ ୨ ମାସ ଲାଗୁଥିବାବେଳେ ଏବେ ମାତ୍ର ୨ ଦିନରେ ହୋଇପାରୁଛି ବୋଲି ସେ କହିଛନ୍ତି।
ରେଜିଷ୍ଟ୍ରାର ରେକର୍ଡସ୍‌ ଅବିନାଶ ସେନାପତି କହିଛନ୍ତି, ହାଇକୋର୍ଟରେ ରେକର୍ଡ ରୁମ୍‌ ଡିଜିଟାଇଜେସନ ସେଣ୍ଟର ପ୍ରତିଷ୍ଠା ହେବା ପରଠାରୁ ଏପର୍ଯ୍ୟନ୍ତ ୫ ଲକ୍ଷ ୬ ହଜାର ୧୪୫ ମାମଲା ରେକର୍ଡ ଡିଜିଟାଇଜ୍‌ଡ ହୋଇଛି। ରେଜିଷ୍ଟ୍ରାର ଇନିସପେକ୍ସନ୍‌ ପ୍ରଭାକର ଗାନ୍ଥିଆଙ୍କ ସୂଚନାନୁସାରେ, ଜିଲା କୋର୍ଟଗୁଡ଼ିକରେ ୨୦୨୧ରେ ୨,୩୮,୫୮୮ ମାମଲା (୫୩,୬୮୮ ଦେୱାନୀ ଓ ୧,୮୪,୯୦୦ ଫୌଜଦାରୀ) ଫଇସଲା ହୋଇଥିବାବେଳେ ୨୦୨୨ ସେପ୍ଟେମ୍ବର ଯାଏ ପୁରୁଣା ମାମଲାକୁ ମିଶାଇ ମୋଟ୍‌ ୩,୩୧,୬୬୬ ଫଇସଲା ହୋଇଛି। ଅନ୍ୟପକ୍ଷରେ ମୋଟର ଭେହିକିଲ ଆକ୍ଟର ଇ-ଚାଲାଣ ପାଇଁ ଅଦାଲତରେ ମାମଲା ସଂଖ୍ୟା ବୃଦ୍ଧି ପାଇଛି।
ହାଇକୋର୍ଟ ପରିସରସ୍ଥ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରେଜିଷ୍ଟ୍ରାର ଭିଜିଲାନ୍ସ ଅଖିଳ କୁମାର ପଶ୍ଚିମକବାଟ, କୋଅର୍ଡିନେଶନ ଆର୍ବିଟ୍ରାରୀ ସେଣ୍ଟର ସୌମ୍ୟକ ପାତ୍ର, ରେଜିଷ୍ଟ୍ରାର ଏକ୍‌ଜାମିନେଶନ ସନ୍ତୋଷ କୁମାର ଦାସ
ରାୟ, ଜଏଣ୍ଟ ରେଜିଷ୍ଟ୍ରାର ତଥା ମୁଖ୍ୟ ବିଚାରପତିଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ
ଆନନ୍ଦ ଦାସ, କେନ୍ଦ୍ରୀୟ ପ୍ରକଳ୍ପ ସଂଯୋଜକ ସତ୍ୟପ୍ରକାଶ ରାୟଚୌଧୁରୀ, ଡେପୁଟି ରେଜିଷ୍ଟ୍ରାର ପ୍ରୋଟୋକଲ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri