ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧିକୁ ବୁଧବାର ବଢାଇ ଦିଆଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ଦ୍ଦେଶ ମୁତାବକ, ୧୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଫର୍ମ ପୂରଣ କରିପାରିବେ। ମେ ୩ରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଛାତ୍ରୀଛାତ୍ରମାନେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ।