୪ ଦିନ ଧରି ନିଖୋଜ ଥିଲେ ଧୀବର, ଘୋଡ଼ାହାଡ଼ ଡ୍ୟାମ୍‌ରୁ ମିଳିଲା ମୃତଦେହ

ଦିଗପହଣ୍ଡି,୪ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମକୁ ମାଛ ଧରିବାକୁ ଯାଇଥିବା ଜଣେ ଧୀବର ରବିବାରଠାରୁ ନିଖୋଜ ଥିଲେ। ତେବେ ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଘୋଡ଼ାହାଡ଼ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ବାଲିଘାଇ ଗ୍ରାମର ଭାଲୁ ଓରଫ ରାଜେନ୍ଦ୍ର ବେହେରା। ତାଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି।

ସୂଚନାଯୋଗ୍ୟ, ରବିବାରଠାରୁ ରାଜେନ୍ଦ୍ର ମାଛ ଧରିବାକୁ ଡ୍ୟାମ୍‌କୁ ଯାଇଥିଲେ। ମଙ୍ଗଳବାର ସେ ଘରକୁ ଫେରିବେ ବୋଲି ପରିବାର ଲୋକଙ୍କୁ କହିଥିଲେ। ତେବେ ମଙ୍ଗଳବାର ସା ସୁଦ୍ଧା ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ବୁଧବାର ଗ୍ରାମର ଅନ୍ୟ କିଛି ଧୀବର ମାଛ ଧରିବାକୁ ଡ୍ୟାମ୍‌କୁ ଯାଇଥିବା ବେଳେ ରାଜେନ୍ଦ୍ରଙ୍କ ଡଙ୍ଗା ସହ ମୃତଦେହ ପାଣିରେ ଭାସୁଥିବା ଦେଖିଥିଲେ। ଏନେଇ ରାଜେନ୍ଦ୍ରଙ୍କ ଭାଇ ଗୋପୀନାଥ ବେହେରା କେ. ନୂଆଗାଁ ଥାନାକୁ ଜଣାଇଥିଲେ। ସ୍ଥାନୀୟ ସରପଞ୍ଚ କେ. ସନ୍ତୋଷ କୁମାର ପାତ୍ର ଏବଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ରାଜେନ୍ଦ୍ର ଜଣେ ଗରିବ ଅସହାୟ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗକଲେ ମାଲିକ

ଭବାନୀପାଟଣା,୨୦।୪(ସ୍ବ.ପ୍ର.): ଟମି ମୋ ପରିବାରର ଥିଲା ଜଣେ ସଦସ୍ୟ। ସେ କୁକୁର ହେଲେ ବି ମୋ ପୁଅ ଭଳି ଥିଲା। ହଠାତ୍‌ ତାର ଦେହ ଖରାପ...

ଉଜ୍ଜ୍ୱଳ ଆଲୋକ ପାଇଁ ହାତୀ ବାଟବଣା

କେନ୍ଦୁଝର,୨୪।୫(ସ୍ବ.ପ୍ର.) ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜଙ୍ଗଲାଞ୍ଚଳ ଦେଇ ଯାଇଥିବା ରାଜପଥ ଓ ଜାତୀୟ ରାଜପଥରେ ସୂଚନା ଫଳକ...

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା: ୨ ଗିରଫ

ରେମୁଣା, ୭।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ କ୍ଷୀରଚୋରା ପେଟ୍ରୋଲ ପମ୍ପରେ ରବିବାର ବିଳମ୍ବିତ ରାତିରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ...

ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରାଚାଲାଣ: ୪ ଗିରଫ

ଜଳେଶ୍ୱର,୪ା୪(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଏକ ଟ୍ରକ ଯୋଗେ ୩ ବସ୍ତା (୫୪ କିଲୋ ୧୮୦ଗ୍ରାମ) ଗଞ୍ଜେଇ ଚାଲାଣ ବେଳେ ୬୦ନଂ. ଜାତୀୟ ରାଜପଥରୁ ଜଳେଶ୍ୱର ପୋଲିସ ଧରିବାରେ...

ପଦଚାଳିତ ହାତସଫା ମେଶିନ୍‌ ରଖିବ ସ୍ବଚ୍ଛ

ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।...

ହୋଟେଲ ଛାତରୁ ଖସି ପଡି ଚାଲିଗଲା ଜୀବନ

ପୁରୀ ଅଫିସ,୨୬।୮: ପୁରୀ ବଳିଆପଣ୍ଡାସ୍ଥିତ କ୍ରିଷ୍ଣା ସି ସାଇଟ ହୋଟେଲରେ ଅଘଟଣ ଘଟିଛି। ଗୁରୁବାର ରାତିରେ ହୋଟେଲର ଝରକା ଖୋଲିବାକୁ ଚେଷ୍ଟା କରି ଖସି ପଡି...

ଜମିଜମା ଗଣ୍ଡଗୋଳ, ୩ ଗିରଫ

ବୁଗୁଡ଼ା,୩ା୧୦(ଡି.ଏନ.ଏ.)- ବୁଗୁଡ଼ା ଥାନା କୁଆନଳାରେ ହୋଇଥିବା ଜମିଜମାକୁ ନେଇ ଗଣ୍ଡଗୋଳ ମାମଲାରେ ବୁଗୁଡ଼ା ପୋଲିସ ଗୁରୁବାର ଗୋଟିଏ ପରିବାରର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ବିଜେଡିର ମିଶ୍ରଣ ପର୍ବ: ‘ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକତା’

ବରୀ,୧୭ା୧୧(ସ୍ବ.ପ୍ର.)- ବରୀ ନିର୍ବାଚନମଣ୍ଡଳୀ ଅଧୀନ ଅମଠପୁର ପଞ୍ଚାୟତର କମ୍ପଗଡ଼ ହାଟ ପଡ଼ିଆରେ ରବିବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ବ୍ରଜକିଶୋର ଭଞ୍ଜଙ୍କ...

Advertisement
Archives

Model This Week