Posted inରାଜ୍ୟ

ଘର ଭିତରେ ଅସ୍ତ୍ରାଗାର ଦେଖାଇଲେ ଡି’ ବ୍ରଦର୍ସ

କଟକ ଅଫିସ, ୨୬।୧୨: ଗ୍ୟାଙ୍ଗଷ୍ଟର ଡି’ ବ୍ରଦର୍ସ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ କମିଶନରେଟ୍‌ ପୋଲିସ ଗୁରୁବାରଠାରୁ ୩ ଦିନିଆ ରିମାଣ୍ଡରେ ଆଣିଛି। ଜେଲ ମଧ୍ୟରେ ରହି ଡି’ ବ୍ରଦର୍ସ କିପରି ଅପରାଧ ସାମ୍ରାଜ୍ୟ ଚଳାଉଥିଲେ ତାହା ଜାଣିବାକୁ ପୋଲିସ ଜୋର୍‌ଦାର ଉଦ୍ୟମ ଚଳାଇଛି। ବିଶେଷକରି ଜେଲରୁ କିପରି, କାହା ମାଧ୍ୟମରେ ବନ୍ଧୁକ କାରବାର କରୁଥିଲେ ସେନେଇ ଦୁଇ ଭାଇଙ୍କୁ ସ୍ବତନ୍ତ୍ର ଟିମ୍‌ ଜେରା କରିଛି। ଜଣେ ଅତିରିକ୍ତ ଡିସିପିଙ୍କ ସମେତ ଏସିପି ଓ ଆଇଆଇସିଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ସେମାନଙ୍କୁ ନେଇ ସିଡିଏ ସେକ୍ଟର-୬ସ୍ଥିତ ତାଙ୍କ ବାସଭବନରେ ଛାନଭିନ୍‌ କରିଥିଲା। ଡି’ ବ୍ରଦର୍ସ ଘରେ ଭିତରେ କରିଥିବା ଅସ୍ତ୍ରାଗାର ଦେଖାଇଥିଲେ। ଏହାପରେ ବାସଭବନର ଏକାଧିକ ସିକ୍ରେଟ ଚାମ୍ବରରୁ ପୋଲିସ ଟିମ୍‌ ୩ ମାଉଜର, ୫ ମାଗାଜିନ୍‌, ୧୪୦ରୁ ଊର୍ଦ୍ଧ୍ୱ ଗୁଳି ଓ ନଗଦ ଲକ୍ଷାଧିକ ଟଙ୍କା ଜବତ କରିଛି। ଏଥିସହ ସ୍ବତନ୍ତ୍ର ଟିମ୍‌ ଉକ୍ତ ଘରେ ସର୍ଚ୍ଚ ଅପରେଶନ ଜାରି ରଖିଥିବାବେଳେ ଶନିବାର ମଧ୍ୟ ଏହି ସର୍ଚ୍ଚ ଅପରେଶନ ଜାରି ରହିବ। ଡି’ ବ୍ରଦର୍ସଙ୍କ କଳା ସାମ୍ରାଜ୍ୟ ସହ ବହୁ ଅପରାଧୀଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି। ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଦୁଇଭାଇଙ୍କୁ ପୃଥକ ଭାବେ ନିଆଯାଇଥିଲା। ପ୍ରଥମେ ବଡ଼ଭାଇ ସୁଶାନ୍ତଙ୍କୁୁ ମାଲଗୋଦାମ ଥାନାରେ ପଚରାଉଚରା କରାଯାଇଥିଲା। ଏହାପରେ ସିଡିଏସ୍ଥିତ ବାସଭବନକୁ ନିଆଯାଇ ପ୍ରାୟ ୪ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର କେଉଁଠାରେ ଲୁଚାଇ ରଖାଯାଇଛି ସେନେଇ ଖୋଳତାଡ଼ କରିଥିଲା ପୋଲିସ। ହେଲେ ସେ ପୋଲିସକୁ କୌଣସି ସୂଚନା ଦେଇ ନ ଥିଲେ। ପରେ ଦିନ ପ୍ରାୟ ୩ଟାରେ ସାନଭାଇ ସୁଶୀଲକୁ ଆଣି ପୁଲିସ ଘର ଭିତରେ ଖୋଜାଖୋଜି କରିଥିଲା। ବିଳାସପୂର୍ଣ୍ଣ ବାସଭବନର ଅନେକ କାନ୍ଥକୁ ମଧ୍ୟ ଖୋଳି ଦିଆଯାଇଥିଲା। ପରେ ସିକ୍ରେଟ ଚାମ୍ବରରୁ ବନ୍ଧୁକ ଓ ଟଙ୍କା ମିଳିଥିଲା।
ଗତ ୧୦ ତାରିଖରେ ଡି’ ବ୍ରଦର୍ସଙ୍କ ଘରୁ ୧୬ ମାଉଜର ଓ ୧୦୯୫ ଗୁଳି ସମେତ ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିଲା। ଏସବୁ ଡି’ ବ୍ରଦର୍ସଙ୍କ ସିଡିଏସ୍ଥିତ ଉକ୍ତ ବାସଭବନର ଇଣ୍ଟେରିୟର ଡିଜାଇନ୍‌ ଭିତରେ ଥିବା ସିକ୍ରେଟ ଚାମ୍ବରରେ ଲୁଚାଇ ରଖାଯାଇଥିଲା। ବିହାର ମୁଙ୍ଗେରରୁ ଏହି ଚୋରା ମାଉଜର ଓ ଗୁଳି ଅଣାଯାଇ ବିକ୍ରି କରାଯାଉଥିଲା। ବର୍ତ୍ତମାନ ସୁଶାନ୍ତ ବଲାଙ୍ଗୀର ଜେଲରେ ଥିବାବେଳେ ସୁଶୀଲ ଝାରପଡ଼ା ଜେଲରେ ରହି ଚୋରା ବନ୍ଧୁକ କାରବାର ସହ ଅପରାଧ ମଧ୍ୟ ଘଟାଉଥିଲେ। ସହଯୋଗୀ ପ୍ରକାଶ ବେହେରାଙ୍କୁ ଚୌଦ୍ୱାର ଥାନା ପୋଲିସ ଦ୍ୱାରା ଗିରଫ କରିବା ସହ ତାଙ୍କଠାରୁ ବନ୍ଧୁକ ଓ ଗୁଳି ଜବତ କରିଥିଲା। ତାଙ୍କ ବୟାନ ଆଧାରରେ ଚୋରା ବନ୍ଧୁକ ଯୋଗାଉଥିବା ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା। ପଚରାଉଚରାବେଳେ ଜେଲରେ ରହି ଡି’ ବ୍ରଦର୍ସଙ୍କ ବନ୍ଧୁକ କାରବାର ଓ ଆପରାଧିକ ସାମ୍ରାଜ୍ୟ ସମ୍ପର୍କରେ ସୂଚନା ମିଳିବା ପରେ ସେବେଠୁ ଚଢ଼ାଉ ଜାରି ରହିଛି। ଇତିମଧ୍ୟରେ ପୋଲିସ ୧୨ଜଣଙ୍କୁ ଗିରଫ କରିଛି। ଡି’ ବ୍ରଦର୍ସଙ୍କ ନିର୍ଦ୍ଦେଶରେ ଗୋଟିଏ ମାଉଜରକୁ ୪୦ରୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଥିବାବେଳେ ପ୍ରତି ଗୁଳିକୁ ୩ଶହରୁ ସାଢେ ୩ ଶହ ଟଙ୍କାରେ ବିକ୍ରି କରାଯାଉଥିଲା ବୋଲି ଡିସିପି ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri