ଆରାଧନାରୁ ହେବ ଦିନ ଆରମ୍ଭ

ଅନୁଗୋଳ ଅଫିସ, ୧ା୧: ନବବର୍ଷ ୨୦୨୩କୁ ନେଇ ସବୁଆଡ଼େ ଉତ୍ସବର ବାତାବରଣ। ବର୍ଷର ପ୍ରଥମ ଦିନକୁ କିଏ କେମିତି କାଟିବେ, ତାହାକୁ ନେଇ ବହୁ ପୂର୍ବରୁ ହୋଇସାରିଛି ପ୍ରସ୍ତୁତି। ଯୁବପିଢ଼ି ତ ବେଶ୍‌ ଆଗରୁ ଯୋଜନା କରିସାରିଛନ୍ତି। ହେଲେ ଏ କ୍ଷେତ୍ରରେ ବୟସ୍କ ତଥା ବରିଷ୍ଠ ନାଗରିକମାନେ ମଧ୍ୟ ପଛରେ ପଡ଼ିନାହାନ୍ତି। ପରିବାର ସହ ପୂରା ଦିନ କାଟିବାକୁ ସେମାନେ ଚାହିଁ ବସିଛନ୍ତି। କିନ୍ତୁ ପ୍ରଥମେ ମନ୍ଦିର ଯାଇ ଦିଅଁଙ୍କ ଆରାଧନା କରିବେ। ପରିବାର ସଦସ୍ୟଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ମାଗିବେ। ସୁଖ, ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିବେ। ଏହା ପରେ ଯାଇ ଦିନ ଆରମ୍ଭ କରିବା ସେମାନଙ୍କ ଏକାନ୍ତ ଇଚ୍ଛା। ନୂଆବର୍ଷରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅନୁଗୋଳର ଶୈଳଶ୍ରୀକ୍ଷେତ୍ର, ମା’ ବୁଢ଼ୀ ଠାକୁରାଣୀଙ୍କ ସହ ଅନ୍ୟ ମନ୍ଦିରଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୈଳଶ୍ରୀକ୍ଷେତ୍ରରେ ସକାଳ ୮ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ଗହଳି ନିୟନ୍ତ୍ରଣ ପାଇଁ ପରିଚାଳନା କମିଟି ସଦସ୍ୟମାନଙ୍କୁ ନିୟୋଜିତ କରାଯିବ ବୋଲି କମିଟି ସମ୍ପାଦକ ହେମନ୍ତ ଦାସ ସୂଚନା ଦେଇଛନ୍ତି।

 

ପରିବାର ପାଇଁ ଆଶୀର୍ବାଦ ମାଗିବି
ସକାଳୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ଅନ୍ୟ କାର୍ଯ୍ୟ କରିବି। ବର୍ଷ ଆରମ୍ଭ ହେଉଥିବାରୁ ଏହା ଯେପରି ପରିବାର ପାଇଁ ସୁଖ, ସମୃଦ୍ଧି ଆଣିଦେବ ସେଥିପାଇଁ ଜଗତର ନାଥଙ୍କ ନିକଟରୁ ଆଶୀର୍ବାଦ ମାଗିବି।
– ସରସ୍ବତୀ ଦେବୀ, ଅନୁଗୋଳ
ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା
ନୂଆବର୍ଷର ନୂଆ ସକାଳରେ ପ୍ରଥମେ ଦିଅଁ ଦର୍ଶନ କରାଯିବ। ଏଥିସହ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ପରିବାର ସହ ଏକାଠି ଖାଇବାର ଯୋଜନା ରହିଛି। ବର୍ଷର ପ୍ରଥମ ଦିନ ପରିବାରକୁ ସମ୍ପୂର୍ଣ୍ଣ ସମୟ ଦିଆଯିବ।
– ବିଜୟ କୁମାର ଦାସ, ବରିଷ୍ଠ ନାଗରିକ, ଅନୁଗୋଳ
ଦର୍ଶନ ପରେ ଯାଇ ଉତ୍ସବ
ନୂଆବର୍ଷରେ ପୂଜାର୍ଚ୍ଚନା ଓ ଠାକୁରଙ୍କୁ ଦର୍ଶନ ନିଶ୍ଚିତ କରାଯିବ। ହେଲେ ନବବର୍ଷକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯିବାକୁ ସମସ୍ତ ଯୋଜନା କରାଯାଇଛି। ପରିବାର ଓ ପୁରୁଣା ସାଙ୍ଗସାଥିଙ୍କ ମେଳରେ ଖୁବ୍‌ ମଜା କରାଯିବ।
– ନଗେନ୍ଦ୍ର ଜେନା, ବରିଷ୍ଠ ନାଗରିକ, ଅନୁଗୋଳ
ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିବି
୨୦୨୩ ଯେପରି ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଆଣିଦେବ ସେଥିପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି। ବର୍ଷର ପ୍ରଥମ ଦିନକୁ ଖୁବ୍‌ ଆନନ୍ଦ ଓ ଉଲ୍ଲାସର ସହ ସମସ୍ତେ ପାଳନ କରନ୍ତୁ, ଏହା ହିଁ ଶୁଭ କାମନା।
– ସୁପ୍ରତିଭା ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri