ବାପାଙ୍କ ଋଣ ଶୁଝିବାକୁ ଝିଅ ବନ୍ଧକ

ଲାଠୋର, ୩୧।୧(ଡି.ଏନ.ଏ.): ଅଗ୍ରିମ ଟଙ୍କା ନେଇ ୨୦୨୦ ନଭେମ୍ବରରେ ତେଲଙ୍ଗାନାକୁ ସ୍ତ୍ରୀଙ୍କ ସହ ଦାଦନ ଖଟିବାକୁ ଯାଇଥିଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଡେବରିଆମୁଣ୍ଡା ଗ୍ରାମର ସ୍ବର୍ଣ୍ଣ ଶବର(୪୫)। ତେଲଙ୍ଗାନାର ଜଗତଲ ଜିଲା ମାଟିପୁଲି ଗ୍ରାମର ସମ୍ପଦ ଗୌଡଙ୍କ ଇଟାଭାଟିରେ ସେ କାମ କରୁଥିଲେ । ହେଲେ ସେଠାରେ ହଠାତ୍‌ ଅସୁସ୍ଥ ହୋଇପଡିଲେ। ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେଲା । ଭାଟି ମାଲିକ ସ୍ବର୍ଣ୍ଣଙ୍କ ଚିକିତ୍ସା ପାଇଁ କୌଣସି ଦାୟିତ୍ୱ ନ ନେଇ ସ୍ତ୍ରୀ ମିନାବତୀଙ୍କ ସହ ସ୍ବର୍ଣ୍ଣଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କଲେ। ହେଲେ ସ୍ବର୍ଣ୍ଣଙ୍କ ୧୮ବର୍ଷୀୟା ଝିଅ କୁମାରୀଙ୍କୁ ଆଣି ଇଟାଭାଟିରେ ଛାଡିବା ପରେ ତୁମେ ଦୁହେଁ ଘରକୁ ଯାଇପାରିବ ବୋଲି ସେ ସର୍ତ୍ତ ରଖିଲେ। ମାଲିକଙ୍କ ନିର୍ଦ୍ଦେଶକ୍ରମେ ସର୍ଦ୍ଦାର କବି ମେହେର ସ୍ବର୍ଣ୍ଣ ଓ ମିନାବତୀ ବଲାଙ୍ଗୀରରେ ପହଞ୍ଚିବା ପୂର୍ବରୁ ଜାନୁୟାରୀ ୧୩ରେ କୁମାରୀଙ୍କୁ ନେଇ ଇଟାଭାଟିରେ ଛାଡି ଆସିଲେ। ଏବେ କୁମାରୀ ସେହି ଇଟା ଭାଟିରେ କାମ କରୁଛନ୍ତି। ମା’ବାପା ନେଇଥିବା ଅଗ୍ରିମ ଟଙ୍କା ସେ ଦିନରାତି ପରିଶ୍ରମ କରି ଭରଣା କରୁଛନ୍ତି। ଏଣେ ଗାଁରେ ପହଞ୍ଚତ୍ବା ପରେ ମିନାବତୀ ସ୍ବାମୀଙ୍କୁ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୬ତାରିଖରେ ଭର୍ତ୍ତି କରିଥିଲେ। ହେଲେ ୨୮ତାରିଖରେ ସେ ଆଖି ବୁଜିଲେ ା ଝିଅ କୁମାରୀ ତେଲଙ୍ଗାନାରେ ରହିଥିବା ବେଳେ ମୀନାବତୀ ଅନ୍ୟ ୨ ପିଲାଙ୍କୁ ଧରି ଗାଁରେ ରହିଛନ୍ତି। ଅନ୍ୟ କୌଣସି ଉପାୟ ତାଙ୍କ ପାଖରେ ନାହିଁ ା କେବଳ ଲୁହ ଢ଼ାଳିବା ଛଡ଼ା ସେ ଆଉ କିଛି କରିପାରିବେ ନାହିଁ ବୋଲି କହିଛନ୍ତି ା ସ୍ବାମୀଙ୍କ ଶୁଦ୍ଧିକ୍ରିୟା କରିବାକୁ ତାଙ୍କ ପାଖରେ ଟଙ୍କା ନାହିଁ। ଏପରି ପରିସ୍ଥିତିରେ କୁମାରୀଙ୍କୁ ସେଠାରୁ ଫେରାଇ ଆଣିବା ସହ ଶ୍ରମିକମାନଙ୍କ ପାଇଁ ରହିଥିବା ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ବର୍ଣ୍ଣଙ୍କ ପରିବାରବର୍ଗ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri