ଭିତରକନିକା ଜୀବଜନ୍ତୁ ପ୍ରତି ବଢୁଛି ବିପଦ

କେନ୍ଦ୍ରାପଡ଼ା ଅଫିସ, ୮।୧୧: ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ ଏବଂ କେନ୍ଦ୍ରାପଡ଼ା ଜିଲାର ଏକ ଟିମ୍‌ ଗତ ବୁଧବାର ଡାଙ୍ଗମାଳକୁ ଯାଇଥିଲେ। ସେଠାରେ ଏହି ଟିମ୍‌ର ୧୪ ଜଣ ନିକଟସ୍ଥ ଅରଣ୍ୟ ନିବାସରେ ମଧ୍ୟାହ୍ନଭୋଜନ କରିଥିଲେ। ତେବେ ଭୋଜନରେ ହରିଣ ମାଂସ ସାମିଲ ହୋଇଥିବା ସନ୍ଦେହ କରି ତଦନ୍ତ ଦାବିରେ ରାହା ଫାଉଣ୍ଡେଶନ, ଜୟଦୁର୍ଗା ଫାଉଣ୍ଡେଶନ ଓ ଭିତରକନିକା ଯୁବ ପରିଷଦର ସଭ୍ୟମାନେ ଜୟଦୁର୍ଗା ଗେଟ ନିକଟରେ ଶନିବାର ରାସ୍ତାରୋକୋ କରିଥିଲେ। ଏ ସମ୍ପର୍କରେ କନିକା ରେଞ୍ଜର ମାନସ କୁମାର ଦାସ ଘଟଣାର ତଦନ୍ତ ହେବ କହିବା ପରେ ରାସ୍ତାରୋକୋ ହଟିଥିଲା। ଅପରପକ୍ଷରେ ଭୋଜନ ପାଇଁ ବାହାରୁ ମାଂସ ଆସିଥିବା ଅରଣ୍ୟ ନିବାସର ପରିଚାଳକ ମତ ଦେଇଥିବା ବେଳେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ କହିଛନ୍ତି, ମାଂସ ତରକାରି ଭୋଜନରେ ସାମିଲ ହୋଇଥିଲା। ଏହା ହରିଣ ମାଂସ ନୁହେଁ। ଏହି ଘଟଣା ବନ ବିଭାଗର ତଦନ୍ତ ଅଧୀନରେ ଥିବାବେଳେ ଭିତରକନିକା ବନ୍ୟଜନ୍ତୁଙ୍କ ପ୍ରତି ବିପଦ ବଢୁଥିବା ସଙ୍କେତ ଦେଉଛି। ଏହି ଜାତୀୟ ଉଦ୍ୟାନରୁ ନିୟମିତ ହରିଣ, ବାର୍‌ହା, କୁମ୍ଭୀର ଆଦି ଶିକାର ହେଉଛି। ସେହିପରି ଦେଶୀ ବିଦେଶୀ ପକ୍ଷୀ ଶିକାରୀଙ୍କ ଝୁଲାରୁ ବାହାରୁଛି। ଗତ ଦୁଇ ଦଶନ୍ଧୀ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଶିକାରୀ ଗିରଫ ହୋଇଥିବା ବନ ବିଭାଗ ରେକର୍ଡ କହୁଛି। ତେବେ ଏହି ଶିକାରୀଙ୍କୁ ଆଶାନୁରୂପକ ଦଣ୍ଡ ମିଳୁ ନ ଥିବାରୁ ଶିକାର ଓ ଶିକାରୀଙ୍କୁ ରୋକି ହେଉନାହିଁ ବୋଲି ସ୍ଥାନୀୟ ଅଧିବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଯଶୋବନ୍ତ ସିଂହ, ପବିତ୍ର କରଣ, ଜଗନ୍ନାଥ ଦାସ, ରବୀନ୍ଦ୍ର ସିଂହ, ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକା ସଂରକ୍ଷିତ ଜଙ୍ଗଲରେ ହରିଣ, ବାର୍‌ହା, ଠେକୁଆଠାରୁ ଆରମ୍ଭ କରି ଦେଶୀ ବିଦେଶୀ ପକ୍ଷୀ ରହୁଛନ୍ତି। ବିଭିନ୍ନ ସମୟରେ ଶିକାରୀ ଶିକାର ପାଇଁ ଫାଶ, ଯନ୍ତା ଓ ପୋଷା କୁକୁର ବ୍ୟବହାର କରୁଛନ୍ତି। ପ୍ଲାଷ୍ଟିକ ରଶି ଅଥବା ବାଇକ୍‌ର କ୍ଲଚ ଓୟାରକୁ ଫାଶ ଭାବେ ବ୍ୟବହାର କରାଯାଉଥିବା ବେଳେ ଶିକାରକୁ ଘଉଡାଇବା ପାଇଁ କୁକୁରଙ୍କୁ ଲଗାଯାଉଛି। ବନ୍ୟ ଜୀବଙ୍କୁ ଶିକାର କରିଥିବା ଅଭିଯୋଗରେ ବାରମ୍ବାର ଶିକାରୀ ଧରା ପଡୁଛନ୍ତି। ଏହାସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଶିକାର କମିବା ପରିବର୍ତ୍ତେ ବଢି ଚାଲିଛି। ବହୁ ସମୟରେ ଭିତରକନିକା ବୁଲିବାକୁ ଆସୁଥିବା ଉଚ୍ଚ ପଦବୀଧାରୀଙ୍କୁ ସନ୍ତୁଷ୍ଟି ପାଇଁ କର୍ମଚାରୀମାନେ ଏଠାରୁ ପଶୁ ଶିକାର କରି ମାଂସ ପ୍ରଦାନ କରୁଥିବା ପ୍ରଚାର ହେଉଛି। ଏହାର ତଦନ୍ତ ପାଇଁ ରାସ୍ତାରୋକୋ ହୋଇଥିଲା ବୋଲି ସେମାନେ କହିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, କ୍ଷୀତିଶ କୁମାର ସିଂହ ପ୍ରମୁଖ କହିଛନ୍ତି, ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଶିକାର ଯୋଗୁ ଭିତରକନିକାର ଜୈବ ବିବିଧତା ନଷ୍ଟ ହେଉଛି। ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ଜଙ୍ଗଲ ଅଧିକ ଘଞ୍ଚ ହୋଇଥାଏ। ତେବେ ଗିରଫ ଶିକାରୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିଲେ ଶିକାର କମିବ ବୋଲି ସେମାନେ ମତ ଦେଇଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ଦୋଷୀଙ୍କୁ ଦଣ୍ଡବିଧାନ ପାଇଁ ଉପଯୁକ୍ତ ପ୍ରମାଣ ଆବଶ୍ୟକ। ବନ ବିଭାଗ ନିକଟରେ ଫୋରେନ୍‌ସିକ ଲାବରେଟୋରି ନାହିଁ। ସେହିପରି ଶିକାରୀଙ୍କ ଅଙ୍ଗୁଳି ଛାପ ଓ ଆର୍ମସ ଆକ୍ଟ ଲଗାଇବା ଅଭିଯୋଗପତ୍ରରେ ଦେଖିବାକୁ ମିଳୁନାହିଁ। ତଦନ୍ତ ଅଧିକାରୀଙ୍କ ବୟାନ ମାମଲାରେ ଗୁରୁତ୍ୱ ବହନ କରେ। ତଦନ୍ତକୁ ଗୁରୁତ୍ୱ ଦିଆଗଲେ ଅପରାଧୀକୁ ଦଣ୍ଡ ମିଳିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ କନିକା ରେଞ୍ଜର ଦାସଙ୍କୁ ପଚାରିବାରେ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ନିଷ୍ଠାର ସହ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅରଣ୍ୟ ନିବାସରେ ମାଂସ ଭୋଜନ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri