ଦାମୋଦରପାଟଣା-ବିଦ୍ରୁପା ରାସ୍ତା ପାଲଟିଛି ମରଣଯନ୍ତା

ପଟ୍ଟାମୁଣ୍ଡାଇ, ୧୦।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ମଧ୍ୟ ଦେଇ ଯାଇଥିବା ଦାମୋଦରପାଟଣା-ବିଦ୍ରୁପା ସଂଯୋଗୀକରଣ ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ପାଇଛି। ମାତ୍ର ଆବଶ୍ୟକ ମରାମତି ଅଭାବରୁ ଏହି ରାସ୍ତା ମରଣଯନ୍ତାରେ ପାଲଟିଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ନଦୀବନ୍ଧ ରାସ୍ତାର ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏପରି କି ବର୍ଷାଦିନେ ଖାଲଖମାରେ ପାଣି ଭର୍ତ୍ତି ହୋଇ ରହିବାରୁ ଦୁର୍ଘଟଣା ଘଟୁଛି। ସ୍କୁଲ, ଅଙ୍ଗନଓ୍ବାଡି, ହାଇସ୍କୁଲ ଓ କଲେଜ ଯାଉଥିବା ପିଲାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ମଧ୍ୟ ଦେଇ ଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉପରେ ଉଭୟ ଜିଲାର ଲୋକମାନେ ନିର୍ଭର କରୁଛନ୍ତି। ଏହି ରାସ୍ତା ଉପରେ କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳର ଅଳପୁଆ, ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ସିଂହଗଁା ଓ ଯାଜପୁର ଜିଲାର କାଇପଡା, କଳାମାଟିଆ, ଅନ୍ୟାସପୁର, ବାଲିବିଲି, ବରୀ, ରାଜତୋଟା, ବରୁଅଁା ହରିପୁର, ସୁଜନପୁର ଆଦି ଅଞ୍ଚଳର ଲକ୍ଷାଧିକ ଲୋକ ଯାତାୟାତ ପାଇଁ ନିର୍ଭର କରୁଛନ୍ତି। ରାସ୍ତା ପୁନଃ ନିର୍ମାଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଜନସାଧାରଣ ଯାତାୟାତ ପାଇଁ ନର୍କ ଯନ୍ତ୍ରଣା ଭୋଗଛନ୍ତି। ଏପରିକି ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ପ୍ରତ୍ୟେହ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।
୧୫ନଂ. ଜୋନ ଜିଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ପଞ୍ଚାୟତ ବିଜେଡି ସଭାପତି ସୁକାନ୍ତ ରାଉତ, ବରିଷ୍ଠ ନେତା ଗଗନ ମହାଳିକ, ତରଡ଼ିପାଳ ସମିତିସଭ୍ୟ ନିରଞ୍ଜନ ବାରିକ ପ୍ରମୁଖ ବହୁ ସ୍ଥାନୀୟ ଲୋକ ପ୍ରତିନିଧି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଭେଟି ତୁରନ୍ତ ଦାମୋଦରପାଟଣା-ବିଦ୍ରୁପା ରାସ୍ତା ମରାମତି ପାଇଁ ଦାବିପତ୍ର ଦେଇଥିଲେ। ବିଧାୟକ ବେହେରା ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ମାତ୍ର ଅଦ୍ୟାବଧି ଏହି ରାସ୍ତାର ଅବସ୍ଥା ପରିବର୍ତ୍ତନ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବତନ ବିଧାୟକ କିଶୋର ତରାଇ ଏହି ରାସ୍ତା ପୁନର୍ବାର ନିର୍ମାଣ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ନିକଟରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଧୋୟାଞ୍ଚଳ ରାସ୍ତାର ଶୋଚନୀୟ ଅବସ୍ଥା ଅନୁଧ୍ୟାନ କରି ଅସନ୍ତୋଷ ପ୍ରକାଶ କରିଥିଲେ। ନିକଟସ୍ଥ ବରୀ ନିର୍ବାଚନମଣ୍ଡଳୀର ଲୋକମାନେ ବିଧାୟିକା ସୁନନ୍ଦା ଦାସଙ୍କୁ ଭେଟି ଏହି ରାସ୍ତା ମରାମତି ଓ ପୁନର୍ବାର ନିର୍ମାଣ ପାଇଁ ଅନୁରୋଧ କରିଥିଲେ। ନିକଟରେ ଟୁକୁ ରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାପାଳଙ୍କୁ ଭେଟି ଅବିଳମ୍ବେ ପଦକ୍ଷେପ ନେବାକୁ ଦାବିପତ୍ର ପ୍ରଦାନ କରିଥିଲେ। ସବୁସତ୍ତ୍ୱେ ରାସ୍ତା ମରାମତି ଓ ପୁନଃ ନିର୍ମାଣ ପାଇଁ ଅଦ୍ୟାବଧି ପଦକ୍ଷେପ ନିଆଯାଇନାହିଁ। ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତା ମରାମତି ଓ ପୁନଃ ନିର୍ମାଣ ଦିଗରେ ପଦକ୍ଷେପ ନ ନେଲେ ଅଞ୍ଚଳବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ ନେଇ ପୋଡିଦେଲେ ପାନ ଦୋକାନ

କୁଆଁରମୁଣ୍ଡା,୧୪।୧୧(ଡି.ଏନ.ଏ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ତହସିଲ ବଜାରରେ ପାନ ଦୋକାନ କରିଥିବା ବାବୁନି ପଣ୍ଡାଙ୍କ ପାନ ଦୋକାନକୁ ଶୁକ୍ରବାର ବିଳମ୍ବିତ...

ଶଟ୍‌ଡାଉନ୍‌ ନ ମାନି ଗହଳି

ଅନୁଗୋଳ ଅଫିସ୍‌, ୬ା୭:  କରୋନା ସଂକ୍ରମଣ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଚଳିତମାସରୁ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। କଟକଣା...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ଔଷଧ ଦୋକାନରେ ଗୁଟ୍‌ଖା, ସିଗାରେଟ୍‌ ବିକ୍ରି

ଭଦ୍ରକ ଅଫିସ, ୨୪।୪: ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍‌ଖା ଓ ସିଗାରେଟ୍‌। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣଙ୍କୁ...

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ : ଫୁଲବାଣୀ ଭବାନୀ କ୍ଲବ ଚାମ୍ପିୟନ

ଖଜୁରିପଡା,୧୦ା୧- ଖଜୁରିପଡା ବ୍ଲକ ଆର.ନୂଆଗାଁ ପଞ୍ଚାୟତ ଗରାକୁମ୍ପାରେ (ଇନସା) କ୍ଲବ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ସେମି ଫାଇନାଲ...

ପ୍ରଥମଥର ପାଇଁ ୧୦୦ ଛାତ୍ରୀଛାତ୍ର ନାମ ଲେଖାଇବେ

ଭବାନୀପାଟଣା,୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ ହେବ। ଏହା ଜଣାପଡ଼ିବା ପରେ ସାଧାରଣରେ...

ଘଡ଼ିଆଳ କୁମ୍ଭୀର ଦେହରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର

ବାରଙ୍ଗ,୨୫ା୧୧(ଡି.ଏନ୍‌.ଏ.): ନନ୍ଦନକାନନରୁ ଚଳିତ ମାସରେ ମହାନଦୀ ଓ ତା’ର ଅବବାହିକାରେ ଛଡ଼ାଯିବ ଘଡ଼ିଆଳ କୁମ୍ଭୀର। ମହାନଦୀରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟ ନେଇ...

ବର୍ଷାରେ ଭୁସୁଡ଼ିଲା ଘର : ଅଳ୍ପକେ ବର୍ତ୍ତଲେ ପରିବାର ଲୋକେ

କାଳିଆପାଣି,୧୯ା୮(ଡି.ଏନ୍‌.ଏ.): ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ରାଁସୋଳ ପାତ୍ରସାହିରେ ଶନିବାର ରାତ୍ରିରେ ପ୍ରବଳ ବର୍ଷା ଯୋଗୁ ରବିନାରାୟଣ ପାତ୍ରଙ୍କ ଗୃହ ଭୁସୁଡ଼ିପଡିଛି। ରବିବାର ସକାଳୁ...

Advertisement
Archives

Model This Week