ସୁସ୍ଥ ରଖିଛି ଶୂନଗାଡ଼ି

ଭୁବନ, ୩।୬ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧୫ନଂ. ଓ୍ବାର୍ଡରେ ରୁହନ୍ତି ରଥ ସେଠୀ। ଜଣେ ନିଷ୍ଠାପର ସ୍ବାସ୍ଥ୍ୟକର୍ମୀ ଭାବେ ସେ ଯେତିକି ପରିଚିତ, ସେତିକି ଜଣାଶୁଣା ସାଇକେଲ ପ୍ରେମୀ ଭାବରେ। ୧୯୫୮ରେ ଜନ୍ମିତ ରଥଙ୍କୁ ଏବେ ୬୪ ବର୍ଷ ଟପିଲାଣି। ବୃତ୍ତିଗତ ଜୀବନରୁ ଅବସର ନେଇସାରିଲେଣି। ଇତି ମଧ୍ୟରେ ବଦଳିଲାଣି ପାଖାପାଖି ୨୫ରୁ ଊର୍ଦ୍ଧ୍ୱ ସାଇକେଲ। ଅଥଚ ଶୂନଗାଡ଼ି ଚଳାଇବା ନିଶା ଏପରି ଘାରିଛି ଯେ, ଆର୍ଥିକ ସ୍ବଚ୍ଛଳ ହୋଇ ସୁଦ୍ଧା ସେ ମୋଟର ସାଇକେଲ ଚଢ଼ିବାକୁ ବଳାଇନାହାନ୍ତି ମନ।
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରେସର ଭାବେ କାର୍ଯ୍ୟ କରି କିଛିବର୍ଷ ହେଲା ଅବସର ନେଇଛନ୍ତି ରଥ। ହେଲେ କର୍ମମୟ ଜୀବନ ସେମିତି ଚାଲିଛି। ଦୁର୍ଘଟଣାଗ୍ରସ୍ତଙ୍କ କ୍ଷତ ସଫା କରିବା ହେଉ କି ସେଥିରେ ମଲମପଟି କରିବା, ଏଭଳି କାର୍ଯ୍ୟରେ ଆଜି ବି ଖୋଜା ପଡ଼ନ୍ତି ରଥ। ଆଉ ସେ ସାଇକେଲ ଚଢ଼ି ପହଞ୍ଚତ୍ୟାଆନ୍ତି ଠିକଣାସ୍ଥଳରେ। ଦୀର୍ଘବର୍ଷ ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି।
ସାଇକେଲକୁ ନେଇ ରହିଥିବା ଦୁର୍ବଳତା ସମ୍ପର୍କରେ ସେ କୁହନ୍ତି, ଦଶମ ଶ୍ରେଣୀ ପଢ଼ିବା ବେଳେ ପ୍ରଥମେ ସାଇକେଲ ଚଳାଇବା ଆରମ୍ଭ କରିଥିଲେ। ସେତେବେଳେ ଏଭଳି ଅତ୍ୟାଧୁନିକ ସାଇକେଲ ନ ଥିଲା। ୨୪ ଇଞ୍ଚିଆ, ୨୨ ଇଞ୍ଚିଆ ରାଲେ ସାଇକେଲ ବଜାରରେ ଗଡୁଥିଲା। ଏବେ ସମୟ ବଦଳିଛି। ସାଇକେଲ ଫ୍ୟାଶନରେ ପରିଣତ ହୋଇଛି। ଯୁବପିଢ଼ି ମଧ୍ୟ ଏବେ ସାଇକେଲ ଚାଳନାରେ ଆଗ୍ରହୀ ହେଉଛନ୍ତି। ସରକାରୀ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଏହା ଶୁଭସଙ୍କେତ। ଦୀର୍ଘ ୫୦ ବର୍ଷ ହେଲା ସାଇକେଲ ସୁଖଦୁଃଖର ସାଥୀ ପାଲଟିଛି। ଇତିମଧ୍ୟରେ ୨୫ରୁ ଅଧିକ ସାଇକେଲ ବଦଳିଥିଲେ ମଧ୍ୟ ପୁରୁଣା ରାଲେ ଭଳି ବଡ଼ ସାଇକେଲ ଚଳାଇବାର ମଜା ଅଲଗା ବୋଲି ରଥ ମତ ଦେଇଛନ୍ତି। ଦୈନିକ ରୋଗୀଙ୍କ ସେବାରେ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଛି। ସେ ପ୍ରତିଦିନ ୨୦ରୁ ୨୫ କିଲୋମିଟର ସାଇକେଲ ଚଳାଉଛନ୍ତି। ଏଭଳି ଅଭ୍ୟାସ ସୁସ୍ଥ ରଖିବାରେ ସହାୟକ ହୋଇଛି। ପରିଣତ ବୟସରେ ଫିଟ୍‌ ଅନୁଭବ କରୁଛନ୍ତି। ସ୍ବତନ୍ତ୍ର ଭାବେ ବ୍ୟାୟାମ କି ଯୋଗ କରିବାକୁ ପଡୁନାହିଁ। ଏବେ ପେଟ୍ରୋଲ, ଡିଜେଲ ଦର ବଢ଼ିବା ମଧ୍ୟବିତ୍ତ ପରିବାର ପାଇଁ ବୋଝ ପାଲଟିଛି। ଏଭଳି ଯାନବାହନ ପ୍ରଦୂଷଣ ବଢ଼ାଉଛନ୍ତି। ତେଣୁ ଯୁବପିଢ଼ି ଦୈନିକ ସାଇକେଲିଂ କରିବା ଦରକାର। ଆଖପାଖରେ ହେଉଥିବା କାମରେ ବାଇକ୍‌ ବଦଳରେ ସାଇକେଲରେ ଗଲେ ତେଲ ବାବଦ ଖର୍ଚ୍ଚ ସଞ୍ଚୟ ହେବ। ଶରୀର ମଧ୍ୟ ସୁସ୍ଥ ରହିବ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା

ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri