ଗଣତନ୍ତ୍ରର ମାପକାଠି

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଫେବୃୟାରୀରେ ମତ ରଖିଛନ୍ତି ଯେ କୃଷକ ଆନ୍ଦୋଳନକୁ ନେଇ ଯେଉଁମାନେ ପ୍ରତିବାଦ କରୁଛନ୍ତି, ସେମାନେ ‘ଆନ୍ଦୋଳନଜୀବୀ’। ଆନ୍ଦୋଳନଜୀବୀର ଅର୍ଥ ବୁଝାଇବାକୁ ଯାଇ ସେମାନଙ୍କୁ ବୃତ୍ତିଗତ ପ୍ରତିବାଦକାରୀ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଯେଉଁ ବିଦେଶୀ ସେଲିବ୍ରିଟିମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଏଫ୍‌ଡିଆଇ ବା ଫରେନ୍‌ ଡେଷ୍ଟ୍ରକ୍‌ଟିଭ୍‌ ଆଇଡିଓଲୋଜି ବୋଲି କହିଛନ୍ତି। ସମସ୍ତେ ଜାଣନ୍ତି ଏଫ୍‌ଡିଆଇ ଅର୍ଥ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ। ହେଲେ ପ୍ରଧାନମନ୍ତ୍ରୀ ପାଶ୍ଚାତ୍ୟ ତାରକାଙ୍କୁ ବିଦେଶୀ ବିଧ୍ୱଂସୀ ବିଚାରଧାରା ଆଖ୍ୟା ଦେଇ ସମାଲୋଚନା କରିଛନ୍ତି।
ଭାରତରେ ହେଉଥିବା ବିକ୍ଷୋଭକୁ ତେଜିବା ପାଇଁ ବିଦେଶୀ ହସ୍ତକ୍ଷେପ ହେଉଛି ବୋଲି ଯାହା କୁହାଯାଉଛି, ତାହାର ସତ୍ୟତା ରହିଛି। କିନ୍ତୁ ବୁଝିବା ଦରକାର ଯେ, କେଉଁଥିପାଇଁ ଏଭଳି ସ୍ଥିତି ଉପୁଜିଲା। ଏହି ସ୍ତମ୍ଭରେ ୮ ଫେବୃୟାରୀରେ ‘ଶର୍ମାଙ୍କୁ ମାନିନିଅ’ ଶୀର୍ଷକରେ ଲେଖିଥିଲୁ। ଯେଉଁ ଚାଷୀମାନେ ନିଜର ମଙ୍ଗଳ କେଉଁଥିରେ ହେବ ତାହା ବୁଝିବାରେ ଅକ୍ଷମ ସେଭଳି ନାଗରିକଙ୍କ ପାଇଁ ସକାରାତ୍ମକ ଆଇନ ସୃଷ୍ଟି କରିବା ବ୍ୟର୍ଥ ହୋଇପାରେ। ତେଣୁ ଆର୍‌ଏସ୍‌ଏସ୍‌ର ବରିଷ୍ଠ ନେତା ରଘୁନନ୍ଦନ ଶର୍ମାଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତି ଉଲଗ୍ନ ହେବାକୁ ଚାହୁଁଛି, ତାହାକୁ ଲୁଗା ପିନ୍ଧାଇବାର ପ୍ରୟୋଜନ ନାହିଁ। ଏଠାରେ ଆହୁରି ମଧ୍ୟ କହିହେବ ଯେ ସ୍ବାଧୀନ ଭାରତ ଇତିହାସକୁ ଦେଖିଲେ ଆଜିର କୃଷକ ଆନ୍ଦୋଳନ ପାଉଥିବା ଅନ୍ତର୍ଜାତୀୟ ଓ ଆଭ୍ୟନ୍ତରୀଣ ସମର୍ଥନ ବୁଝିବା ସହଜ ହୁଏ। ଉଦାହରଣ ସ୍ବରୂପ ଗତ ଶତାବ୍ଦୀର ୭୦ ଦଶନ୍ଧିରେ ଭାରତରେ ଆଭ୍ୟନ୍ତରୀଣ ଅସନ୍ତୋଷ ପ୍ରକାଶ ପାଇବାରୁ ବିଦେଶୀ ଶକ୍ତିଙ୍କ ପ୍ରବେଶ ଦ୍ୱାର ଖୋଲିଯାଇଥିଲା। ସେତେବେଳକାର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଫରେନ୍‌ ହ୍ୟାଣ୍ଡ୍‌ ବା ବିଦେଶୀ ହାତ ସମ୍ପର୍କରେ ବାରମ୍ବାର ଦୋହରାଇଥିଲେ। ଏହା ସ୍ବୀକାର କରିବାକୁ ହେବ ଯେ, ଆଜିର ଅନେକ ଭାଜପା ନେତା ସେହି ସମୟର ଏମରଜେନ୍ସି ବା ଜରୁରିକାଳୀନ ପରିସ୍ଥିତିକୁ କଠୋର ସମାଲୋଚନା କରୁଛନ୍ତି। ଏବେ ବାଡ଼ ଆରପଟେ ଥିବା କେତେକ ସମାଲୋଚକଙ୍କ କହିବା ଅନୁଯାୟୀ ଆଜି ମଧ୍ୟ ଅଘୋଷିତ ଜରୁରିକାଳୀନ ପରିସ୍ଥିତିର ବାତାବରଣ ସୃଷ୍ଟି ହୋଇଗଲାଣି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇହେବ ନାହିଁ। ଆଭ୍ୟନ୍ତରୀଣ ଅସନ୍ତୋଷ ପ୍ରକାଶ ପାଇବାରୁ ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ବୃଦ୍ଧି ପାଉଛି। ତେବେ ଗତ ଶତାବ୍ଦୀର ପରିସ୍ଥିତି ସହିତ ଆଜିକୁ ତୁଳନା କଲେ ଅନେକ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଉଦାହରଣ ସ୍ବରୂପ, ପୂର୍ବରୁ ଭାରତର ଭିତିରି ଅସନ୍ତୋଷ ପ୍ରକାଶ ପାଇଲେ ବିଦେଶୀ ସରକାର ବିଭିନ୍ନ ମାଧ୍ୟମରେ ମୁଣ୍ଡ ପୂରାଉଥିଲେ। ଏବେ ସୋସିଆଲ୍‌ ମିଡିଆର ପହୁଞ୍ଚ ଯୋଗୁ ବିପ୍ଳବର ରୂପ ବଦଳିବାକୁ ଆରମ୍ଭ କଲାଣି। ଏହାର ପ୍ରଥମ ଛବି ଆରବ ସ୍ପ୍ରିଙ୍ଗ୍‌ ସମୟରେ ଦେଖିବାକୁ ମିଳିଥିଲା। ପୁନର୍ବାର ସଦ୍ୟ ଏହାର ଦୃଷ୍ଟାନ୍ତ ବର୍ମା ବା ମ୍ୟାନ୍‌ମାର ସାମରିକ ଶାସକଙ୍କ ବିରୋଧରେ ସେଠାକାର ଜନସାଧାରଣଙ୍କ ସୋସିଆଲ୍‌ ମିଡିଆ ଯୁଦ୍ଧ ଉଲ୍ଲେଖନୀୟ। ଏହି ପ୍ରଚ୍ଛଦପଟରେ ଭାରତ ସରକାରଙ୍କ ଦ୍ୱାରା ଟୁଇଟରକୁ ନୋଟିସ୍‌ ଦିଆଯାଇ ୨୦୦ ଟୁଇଟ୍‌ ଏବଂ ଆକାଉଣ୍ଟ ବନ୍ଦ କରିବା ପାଇଁ କୁହାଯାଇଥିଲା। ତାହାକୁ ଟୁଇଟର ଅଣଦେଖା କରିଛି। ଯେଉଁ କେତୋଟି ଆକାଉଣ୍ଟକୁ ବନ୍ଦ କରିଥିଲା, ସେଗୁଡ଼ିକୁ ଅତି କମ୍‌ ସମୟରେ ଖୋଲି ଦିଆଗଲା। ଏବେ ଭାରତ ସରକାର ଟୁଇଟରକୁ ଆହୁରି ୧,୧୭୫ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ପଠାଇଛନ୍ତି। ଭାରତ ସରକାରଙ୍କ ଏହିସବୁ ନିର୍ଦ୍ଦେଶକୁ ଟୁଇଟର ନ ଶୁଣିବା ଯୋଗୁ ସରକାରଙ୍କ ଏକ ପ୍ରକାର ସମ୍ମାନହାନି ଘଟୁଛି। ଏଥିସହିତ ଟୁଇଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସେଙ୍କ ଦ୍ୱାରା ଅନେକ ଚାଷୀସମର୍ଥନକାରୀ ଟୁଇଟ୍‌କୁ ପସନ୍ଦ କରାଯାଇଥିବା ହେତୁ ଟୁଇଟରର ନିରପେକ୍ଷତାକୁ ଭାରତ ସରକାର ସନ୍ଦେହରେ ଦେଖୁଛନ୍ତି। ଏଠାରେ ଟୁଇଟର ସମ୍ପର୍କରେ ଉଲ୍ଲେଖ କରିବା ଉଚିତ ହେବ। ଟିକ୍‌ଟକ୍‌ କିମ୍ବା ଫେସ୍‌ବୁକ୍‌ ଭଳି ଅନେକ ସୋସିଆଲ ମିଡିଆ ରହିଛି, ଯେଉଁଥିରେ ବଡ଼ କମ୍ପାନୀଠାରୁ ଆରମ୍ଭକରି ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ସଦସ୍ୟ ରହି ଯୋଗଦାନ କରିପାରୁଛନ୍ତି। ଟୁଇଟରର ଏକ ମୌଳିକ ତଫାତ୍‌ ରହିଛି। ଏଥିରେ ନିର୍ଦ୍ଦିଷ୍ଟ ଅକ୍ଷର ମଧ୍ୟରେ ନିଜର ମତ ପ୍ରକାଶ କରିବାକୁ ପଡ଼ିଥାଏ। ଅବଶ୍ୟ ମତ ପ୍ରକାଶ କରିବା ପରିବର୍ତ୍ତେ କେବଳ ଅଭଦ୍ର ଭାଷାରେ ଗାଳିଗୁଲଜ କରିବାକୁ ପସନ୍ଦ କରିଥାନ୍ତି। ସେହିଭଳି ଲୋକଙ୍କୁ ‘ଟ୍ରୋଲ୍‌’ର ଆଖ୍ୟା ଦିଆଯାଇଥାଏ। କୃଷକଙ୍କ ଆନ୍ଦୋଳନ ସପକ୍ଷରେ ରିହାନା, ଗ୍ରେଟା ଥନ୍‌ବର୍ଗ, ସୁଜାନ ସାରଣ୍ଡନ ଏବଂ ଆହୁରି ଅନେକ ନାମୀଦାମୀ ବ୍ୟକ୍ତିତ୍ୱ ଚାଷୀଙ୍କ ସମର୍ଥନରେ ଟୁଇଟ୍‌ କଲେ। ପରେ ସେମାନଙ୍କୁ ଭାରତରୁ ବହୁସଂଖ୍ୟକ ଟୁଇଟର ସଦସ୍ୟମାନେ କେବଳ ଅଭଦ୍ର ଭାଷା ବ୍ୟବହାର କରିଥିବା ହେତୁ ମୂଳ ଅସୁବିଧାଜନକ ଟୁଇଟ୍‌ ଅତ୍ୟନ୍ତ ବଡ଼ ଆକାରରେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିପାରିଲା। ନୀରବ ରହିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ମଧ୍ୟ ଏକ ଟୁଇଟ ଯୋଗେ ଏହି ଅନ୍ତର୍ଜାତୀୟ ତାରକାମାନଙ୍କୁ ଖଣ୍ଡନ କରାଗଲା।
ଏଭଳି ସ୍ଥିତିରେ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଭାଷଣରେ ଚାଷୀ ଆନ୍ଦୋଳନକାରୀଙ୍କୁ ‘ଆନ୍ଦୋଳନଜୀବୀ’ର ଆଖ୍ୟା ଦେବାରୁ ଭାରତ ବିରୋଧୀ ଶକ୍ତିମାନଙ୍କ କାର୍ଯ୍ୟ ସହଜ ହୋଇଯାଉଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶାସନର ପତନ ପରେ ବିଶ୍ୱବ୍ୟାପୀ ନୂଆ ସ୍ରୋତ ଆରମ୍ଭ ହୋଇଛି। ଜୋ ବାଇଡେନ୍‌ଙ୍କ ଆସନ୍ତା ୪ ବର୍ଷ ଶାସନ ପୃଥିବୀବ୍ୟାପୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଶକ୍ତିଶାଳୀ କରିବାକୁ ବାଧ୍ୟ ହେବ। ଏହା ଦୟା ନୁହେଁ, ଆମେରିକା ଆଭ୍ୟନ୍ତରୀଣ ରାଜନୀତିର ପ୍ରତିଫଳନ। ଏହି ଚକ୍ରବୂ୍ୟହରେ କେବଳ ନିର୍ବାଚନ ଜିଣିଲେ ଗଣତନ୍ତ୍ର ପ୍ରତିଷ୍ଠା ହେଲା ବୋଲି ଧରିନିଆଯିବ ନାହିଁ। ସେଥିପାଇଁ ଜନସାଧାରଣଙ୍କ ସ୍ବରକୁ ଶୁଣିବା ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଗଣତନ୍ତ୍ରର ମାପକାଠି ଭାବେ ଗଢ଼ିଉଠୁଛି। ଭାରତକୁ ଏଥିପ୍ରତି ସଜାଗ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri