ବିଶ୍ୱାସର ସଙ୍କଟ

ଡ. ଚିନ୍ତାମଣି ପଣ୍ଡା

 

ଲୋକ ଚରିତ୍ରରେ ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ନ ରହିଲେ ସମାଜର ସ୍ଥିତି କଳ୍ପନା କରିହୁଏନା। ମାନବ ଏକ ସାମାଜିକ ପ୍ରାଣୀ ହେଲେ ମଧ୍ୟ ନିଜକୁ କିମ୍ବା ନିଜର ପରିବାରକୁ ଶୃଙ୍ଖଳାବଦ୍ଧ କରି ଅନୁଶାସନରେ ଆୟତ୍ତ କରି ରଖିପାରୁ ନାହିଁ। ଫଳତଃ, ସବୁଆଡ଼େ ଅରାଜକତା ବ୍ୟାପିଚାଲିଛି। କେହି କେହି ଏହାକୁ ‘ଘୋର କଳିକାଳର’ ଆଖ୍ୟା ଦେଇ ଶାସ୍ତ୍ର ପୁରାଣର ଦୃଷ୍ଟାନ୍ତ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ବୈଶାଳୀ ନଗରର ରାଜା ନନ୍ଦଙ୍କ ସୁପୁତ୍ର ଜୟପାଳଙ୍କ ବୃତ୍ତାନ୍ତଟିକୁ ଉଦାହରଣ ସ୍ବରୂପ ନିଆଯାଇପାରେ। ସେଦିନ ରାଜକୁମାର ଏକ କୃଷ୍ଣସାରକୁ ଶିକାର କରିବା ପାଇଁ ଜଙ୍ଗଲରେ ପଥ ହୁଡ଼ି ନିଜ ଦଳରୁ ଅଲଗା ହୋଇଗଲେ। ଇତସ୍ତତଃ ଭ୍ରମଣ କରୁ କରୁ ସନ୍ଧ୍ୟା ହୋଇଗଲା। ଏକ ଶାର୍ଦ୍ଦୂଳର ଗର୍ଜନରେ ଡରିଯାଇ କୁମାର ଆମତ୍ରକ୍ଷା ପାଇଁ ବୃକ୍ଷାରୋହଣ କରନ୍ତେ, ବୃକ୍ଷ ଉପରେ ଏକ ଭଲ୍ଲୁକ ହାବୁଡ଼େ ପଡ଼ିଗଲେ। ତଳେ ମହାବଳ, ଉପରେ ଭଲ୍ଲୁକ। ରାଜକୁମାର ଭୟରେ ଶିହରି ଉଠିବା ବେଳକୁ ଭଲ୍ଲୁକଟି ତାଙ୍କୁ ଅଭୟବାଣୀ ଶୁଣାଇ ଏକ ଚୁକ୍ତିରେ ଉପନୀତ ହେବାକୁ ସର୍ତ୍ତ ବାଢ଼ିଲା। ତାହା ଥିଲା ”ରାତ୍ରିର ପ୍ରଥମ ଦୁଇପ୍ରହର କ୍ଳାନ୍ତ ରାଜା ଭଲ୍ଲୁକର ଅଙ୍କରେ ଆଶ୍ରିତ ହୋଇ ନିଦ୍ରା ଯିବେ, ଆଉ ଶେଷ ଦୁଇପ୍ରହର ଜାଗ୍ରତ ରହି ଭଲ୍ଲୁକକୁ ସୁରକ୍ଷା ଦେବେ। ରାତ୍ରି ଉପରାନ୍ତେ ଉଭୟେ ନିଜ ନିଜ ରାସ୍ତାରେ ଚାଲିଯିବେ ପରସ୍ପର କ୍ଷତି ନ କରି।“ ଚୁକ୍ତି ଅନୁଯାୟୀ ପ୍ରଥମ ପ୍ରହରରେ ରାଜକୁମାର କ୍ଳାନ୍ତିଜନିତ ନିଦ୍ରାରେ ଅଚେତନ ହୁଅନ୍ତେ ଅପେକ୍ଷାରତ କ୍ଷୁଧାର୍ତ୍ତ ଶାର୍ଦ୍ଦୂଳଟି ମଣିଷ ଜାତିକୁ ବିଶ୍ୱାସ ନ କରିବାକୁ ନାନା ଉଦାହରଣ ସହ ଜାଗ୍ରତ ଭଲ୍ଲୁକକୁ ଉପଦେଶ ଦେଲା ଏବଂ ରାଜକୁମାରଙ୍କୁ ତାକୁ ସମର୍ପି ଦେବାକୁ ପ୍ରସ୍ତାବ ଦେଲା। ଭଲ୍ଲୁକଟି କିନ୍ତୁ ନିଜର ସତ୍ୟଭଗ୍ନ କରି ରାଜକୁମାରଙ୍କୁ ବଳିଦାନ ଦେବାକୁ ଅସ୍ବୀକାର କଲା। ରାତ୍ରିର ଶେଷ ପ୍ରହରରେ ଠିକ୍‌ ସେହିଭଳି ନାନା ଆଖ୍ୟାନ ଶୁଣାଇ ବ୍ୟାଘ୍ରଟି ଜାଗ୍ରତ ରାଜକୁମାରଙ୍କୁ ହିଂସ୍ରପଶୁକୁ ବିଶ୍ୱାସ ନ କରିବାକୁ ପ୍ରବର୍ତ୍ତାଇଲା।
ଖାଦ୍ୟକୁ ଖାଦକ ମୁହଁରୁ ଛଡ଼ାଇ ନେବାର ପାପରେ ଭାଗୀ ହେବା ପାଇଁ ରାଜକୁମାରଙ୍କୁ କୁହନ୍ତେ ତା କଥାରେ ପ୍ରଲୋଭିତ ହୋଇ ରାଜକୁମାର ଅଙ୍କାଶ୍ରିତ ସୁପ୍ତ ଭଲ୍ଲୁକଟିକୁ ଶକ୍ତ ଧକ୍କାଟିଏ ଦେଇ ତଳକୁ ନିପତିତ କରିବାର ପ୍ରୟାସ କଲେ। କିନ୍ତୁ ସତର୍କ ଭଲ୍ଲୁକଟି ନିଜର ତୀକ୍ଷ୍ଣ ନଖ ଦ୍ୱାରା ଗଛଡାଳକୁ ପ୍ରଗାଢ଼ ଭାବେ ଧରି ରଖିବାରୁ ପ୍ରାଣ ବଞ୍ଚେଇବାରେ ସକ୍ଷମ ହେଲା। ରାତ୍ରି ଶେଷରେ ରାଜକୁମାରଙ୍କ ଜିହ୍ବାରେ ଏହି ମିତ୍ରଦ୍ରୋହ ତଥା ବିଶ୍ୱାସଘାତକତା ପାଇଁ ସେ ‘ସସେମିରା’ ବୋଲି ଲେଖି ଦେଇ ଚାଲିଗଲା, ଯାହାର ପ୍ରଭାବରେ ରାଜକୁମାର ପାଗଳ ପ୍ରାୟ ବୁଲିଲେ। ‘ସସେମିରା’କୁ ପରବର୍ତ୍ତୀ ଅବସ୍ଥାରେ ନନ୍ଦ ରାଜାଙ୍କର ବିଚକ୍ଷଣ ମନ୍ତ୍ରୀ ଅର୍ଥ କରନ୍ତେ ରାଜକୁମାର ମାନସିକ ସୁସ୍ଥତା ଫେରି ପାଇଲେ। ଘଟଣାଟିରେ ସତ୍ୟତା ଯାହା ଥାଉନା କାହିଁକି, ତଦାନିନ୍ତନ ସମାଜ ପାଇଁ ଏହି ଆଖ୍ୟାନଟି ପଥପ୍ରଦର୍ଶକ ଭାବେ ”ବିଶ୍ୱାସଘାତକତା ଏକ ଘୃଣ୍ୟ ପାପ“ର ବାର୍ତ୍ତା ବହନ କରେ।
ଅଧୁନାତନ ସମାଜରେ ସଭ୍ୟଶିକ୍ଷିତ ମାନବ ଆଗରେ ଏସବୁ ଉଦାହରଣ କିଛି ଅର୍ଥ ରଖେନା। ଦ୍ୱିତୀଶ୍ୱର ଚିକିତ୍ସକଙ୍କ ପ୍ରତି ଅଗାଧ ବିଶ୍ୱାସ ହେତୁରୁ ରୋଗୀଟିର ଆମତ୍ୀୟସ୍ବଜନ ତା’ର ଚିକିତ୍ସା ଭାର ସହ ତା’ର ଜୀବନଟିକୁ ସମର୍ପଣ କରିଦେଇଥା’ନ୍ତି। କିନ୍ତୁ ଅଜସ୍ର ଅର୍ଥ ଶ୍ରାଦ୍ଧ କରିବା ସତ୍ତ୍ୱେ ଯେତେବେଳେ ଅନୁଭବ କରନ୍ତି ଯେ, ତାଙ୍କ ଲୋକଟି ଅବହେଳିତ ହୋଇ ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ହେବା ଦୃଷ୍ଟିରୁ ପ୍ରାଣତ୍ୟାଗ କଲା; ସେତେବେଳେ ସେମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯିବା ସ୍ବାଭାବିକ। ଜଣେ ଚିକିତ୍ସକଙ୍କ ପାଇଁ ରୋଗୀମୃତ୍ୟୁର ପ୍ରାଧାନ୍ୟ ଯାହା, ଜଣେ ଆମତ୍ୀୟଙ୍କ ପାଇଁ ତା’ର ପରିଭାଷା ଅଲଗା। ଏହିଠାରୁ ଆରମ୍ଭ ହେଉଛି ବିଶ୍ୱାସର ସଙ୍କଟ। ନା ଚିକିତ୍ସାଳୟ ଚିକିତ୍ସାସେବା ପ୍ରଣାଳୀକୁ ସ୍ବଚ୍ଛ କରୁଛି, ନା ଆମତ୍ୀୟ ସ୍ବଜନଙ୍କୁ ସଠିକ୍‌ ସୂଚନା ପ୍ରଦାନ କରୁଛି। ଯହିଁରୁ ମହାଭାରତ ସୃଷ୍ଟି ହେଉଛି ଏବଂ ଏହି ବ୍ୟୟବହୁଳ ସେବା ପାଇଁ ଜନସମାଜ ଶୋଷିତ ହେଉଥିବାର ଧାରଣା ସୃଷ୍ଟି ହେଉଛି। ରୋଗୀଟିକୁ ତା’ ମୃତ୍ୟୁର ସମୟ ବିଷୟରେ ନିଷ୍ଠୁର ସୂଚନା ଦେଇ ବଞ୍ଚତ୍ ଥାଉ ଥାଉ ମୃତ୍ୟୁର ସ୍ବାଦ ଚଖେଇବାଠାରୁ ଆରମ୍ଭ କରି, ଅବଲୀଳାକ୍ରମେ ତା’ର ଅମ୍ଳଜାନ ସରବରାହକୁ ବନ୍ଦ କରିଦେବାର ମାନସିକତା କୌଣସି ଅନ୍ତର୍ଘାତୀ କାର୍ଯ୍ୟଠାରୁ କମ୍‌ କି?
ଦ୍ୱିତୀୟ ଉଦାହରଣଟି ହେଲା ତଥ୍ୟ ପ୍ରଦାନରେ ଚଞ୍ଚକତା। ମହାମାରୀରେ ସଂକ୍ରମଣ ସଂଖ୍ୟା ତୁଳନାରେ ମୃତ୍ୟୁହାରକୁ ଜନସାଧାରଣ ‘ସରକାରୀ ତଥ୍ୟ-ଧର୍ମକୁ ଆଖିଠାର’ କହି ବିଶ୍ୱାସକୁ ନେଉନାହାନ୍ତି। ଟିକା ପ୍ରଦାନର ବିଭ୍ରାନ୍ତିକର ତଥ୍ୟ, ପ୍ରକାଶିତ ମୃତ୍ୟୁହାର ସହିତ ଶ୍ମଶାନଘାଟର ନିରନ୍ତର ପ୍ରଜ୍ୱଳିତ ବାଡ଼ବାଗ୍ନି କୌଣସି ତାଳମେଳ ରଖେନାହିଁ; ବରଂ ଏକ ଧୂମାୟିତ ପରିବେଶ ସୃଷ୍ଟି କରେ ଅନାସ୍ଥାର, ଅବିଶ୍ୱାସର। ସରକାରଙ୍କ ପ୍ରତି ମହାମାରୀ ମୃତକ ସଂଖ୍ୟା ତଥ୍ୟରେ ଜନସାଧାରଣଙ୍କ ସନ୍ଦେହ କାହିଁକି? ଏହାଠାରୁ ଆଉ ପାଦଟିଏ ଆଗେଇ ଯାଇ ବ୍ୟବସାୟୀ ଭାଇଟି ଜୀବନ ରକ୍ଷାକାରୀ ଔଷଧର ନକଲି ଉତ୍ପାଦ ପ୍ରସ୍ତୁତ କରି ସାରା ସଂସାରର ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲିଦେବା ବିଶ୍ୱାସରେ ବିଷଦାନ ପରି। ଖାଲି ସେତିକି ନୁହେଁ, ସ୍ବାସ୍ଥ୍ୟ ଛଡ଼ା ଶିକ୍ଷାକ୍ଷେତ୍ରରେ ମଧ୍ୟ ଧୁରୀଣ ମାଫିଆମାନେ ଅର୍ଥ ବଳରେ ମେଧାହୀନ ଛାତ୍ରଟିକୁ ନକଲି ମେଧାବୀ ବନାଇ ହାତ ଚିକ୍କଣ କରିବାରେ ପାରଙ୍ଗମ। ଅଶରୀରୀ ଶିକ୍ଷାଦାନ ପ୍ରଣାଳୀରେ ନକଲି ଉପସ୍ଥାନ ଦେଇ ଶିକ୍ଷକମାନଙ୍କୁ ଠକୁଥିବା ବିଦ୍ୟାର୍ଥୀଟିର ପିଠି ଥାପୁଡ଼ାଇ ତା’ର ଅଭିଭାବକଗଣ ଏମନ୍ତ କଳାକାରୀ ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ ଅବିଶ୍ୱସନୀୟତାର ଯେଉଁ ବୀଜଟି ବପନ କରୁଛନ୍ତି, ତା’ର ମାନସପଟରେ ତାହା ଦିନେ ଅଙ୍କୁରୋଦ୍‌ଗମ ହୋଇ ମହାବୃକ୍ଷରେ ପରିଣତ ହେଲା ବେଳକୁ ସାଧାରଣ ଜନତାଙ୍କ ବିଶ୍ୱାସଭାଜନ ହେବ ତ? ”ଶ୍ରେଣୀରେ ନ ଥାଇ ଉପସ୍ଥାନ, ପରୀକ୍ଷା ନ ଦେଇ ବି ଉତ୍ତୀର୍ଣ୍ଣ“- ଏହି ନ୍ୟାୟରେ କୃତକାର୍ଯ୍ୟ ଛାତ୍ରଟିର ବ୍ୟକ୍ତିତ୍ୱ କିପରି ପ୍ରଭାବିତ ତାହା ମନସ୍ତତ୍ତ୍ୱବିଦ୍‌ ହିଁ କହିପାରିବେ।
ଆଜି ଚାରିଆଡ଼େ ବିଶ୍ୱାସର ସଙ୍କଟ। ଏଇ ପରିସ୍ଥିତିରେ ଆଜି ପାରସ୍ପରିକ ସ୍ନେହସୌହାର୍ଦ୍ଦ୍ୟର ଶୃଙ୍ଖଳ ଘୁଣ ଖାଇ ବସିଲାଣି। ଏକ ଅବକ୍ଷୟୋନ୍ମୁଖୀ ସମାଜକୁ ଏହା ଯଦୁବଂଶ ଧ୍ୱଂସ ହେବା ପରି ଅରାଜକତା, ଅବିଶ୍ୱସନୀୟତା ତଥା ଅନାସ୍ଥା ଆଡ଼କୁ ଟାଣି ନେଇ ଆମର ବିଶ୍ୱବିଦିତ ‘ବସୁଧୈବ କୁଟୁମ୍ବକଂ’ ମାନସିକତାକୁ ବଙ୍ଗୋପସାଗରରେ ଦିନେ ନା ଦିନେ ବିଲୀନ କରାଇ ଯେ ନ ଦେବ, ଏଥିରେ ସନ୍ଦେହର ଅବକାଶ ନାହିଁ।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri