Posted inଖେଳ

ଅସମ୍ଭବ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ପ୍ରଥମ ଦିନରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଲଗାତାର ତୃତୀୟ ଟେଷ୍ଟ ମ୍ୟାଚରେ ରୁଟ ଅର୍ଦ୍ଧଶତକ ସ୍କୋର କରିଛନ୍ତି। ଇଂଲଣ୍ଡ ଅଧିନାୟକ ମିଚେଲ ଷ୍ଟାର୍କ ୫୦ ରନ ସ୍କୋର କରିବା ପରେ ଆଉଟ୍‌ ହୋଇଥିଲେ। ଟେଷ୍ଟ କ୍ରିକେଟରେ ଏହା ହେଉଛି ରୁଟଙ୍କ ୫୩ ତମ ଅର୍ଦ୍ଧଶତକ। ତାଙ୍କ ଇନିଂସ ସମୟରେ ରୁଟ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥଙ୍କ ରେକର୍ଡ ଭାଙ୍ଗିଥିଲେ।
ଅଧିନାୟକ ଭାବରେ ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ ସ୍କୋର କରି ଜୋ ରୁଟ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ। ସେ ଏପର୍ଯ୍ୟନ୍ତ ୨୦୨୧ରେ ୧୬୮୦ ରନ ସଂଗ୍ରହ କରିଛନ୍ତି। ୨୦୦୮ରେ ଗ୍ରାମ ସ୍ମିଥ ୧୬୫୬ ରନ ରେକର୍ଡ ସ୍କୋର କରିଥିଲେ। ବିଶ୍ୱ ରେକର୍ଡ ପାକିସ୍ତାନର ମହମ୍ମଦ ୟୁସୁଫଙ୍କ ନାମରେ ଅଛି। ସେ ୨୦୦୬ରେ ୧୧ଟି ମ୍ୟାଚରେ ୧୭୮୮ ରନ ସଂଗ୍ରହ କରିଥିଲେ। ତାଙ୍କ ପରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଭିଭ ରିଚାର୍ଡସ ଅଛନ୍ତି। ସେ ୧୯୭୬ ମସିହାରେ ୧୧ଟି ଟେଷ୍ଟ ମ୍ୟାଚରେ ୧୭୧୦ ରନ ସଂଗ୍ରହ କରିଥିଲେ। ରୁଟ୍‌ ଏବେ ୟୁସୁଫ ଏବଂ ରିଚାର୍ଡସଙ୍କୁ ଅତିକ୍ରମ କରିବାର ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଖେଳାଳିଙ୍କୁ ବଡ ଭାଇ ଆଖ୍ୟା ଦେଲେ ହନୁମା ବିହାରୀ

ବ୍ରିସବେନ୍‌,୧୩।୧: ସିଡନୀ ଟେଷ୍ଟର ଶେଷ ଦିନରେ ଆର.ଅଶ୍ୱିନଙ୍କ ସହ ଦୃଢ ଇନିଂସ ଖେଳି ଭାରତକୁ ପରାଜୟରୁ ରକ୍ଷା କରିଥିଲେ ହନୁମା ବିହାରୀ। ସିଡନୀ ଟେଷ୍ଟର ପଞ୍ଚମ...

ଦୁଲୀପ ଟ୍ରଫି: ନାୟାରଙ୍କ ଲଢ଼ୁଆ ବ୍ୟାଟିଂ

ବେଙ୍ଗାଲୁରୁ, ୨୩।୮(ପି.ଟି.)- ସ୍ଥାନୀୟ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଦୁଲୀପ ଟ୍ରଫି ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ଦିନିଆ ମ୍ୟାଚ୍‌ରେ ପ୍ରିୟାଙ୍କ...

ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ: ଭାରତୀୟ ଦଳରେ ସିନ୍ଧୁ, ସାଇନା

ନୂଆଦିଲ୍ଲୀ, ୨୨ା୧୨ (ପି.ଟି.)-କରୋନା ଭାଇରସ୍‌ ବ୍ରେକ୍‌ ପରେ ପ୍ରଥମଥର ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ଖେଳ ଦେଖିବାକୁ ମିଳିବ।...

କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଛନ୍ତି ପୂର୍ବତନ ଅଲିମ୍ପିକ ଚାମ୍ପିୟନ

ଆମଷ୍ଟରଡାମ୍‌, ୩୦ା୩(ପି.ଟି.)-ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଜଏସି ସୋମ୍‌ବ୍ରୋକ୍‌ ବର୍ତ୍ତମାନ କୋଭିଡ୍‌-୧୯ ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ସୋମ୍‌ବ୍ରୋକ୍‌ ହେଉଛନ୍ତି ନେଦରଲାଣ୍ଡ୍ସ ମହିଳା ହକି...

୨୦୧୯ ଆଇସିସି ବିଶ୍ୱକପର ଶ୍ରେଷ୍ଠ ୫ ରୋଚକ ତଥ୍ୟ

ଗୁରୁବାରଠାରୁ ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହୋଇଛି। ପଞ୍ଚମଥର ପାଇଁ ଇଂଲଣ୍ଡରେ ବିଶ୍ୱକପ୍‌ ଆୟୋଜିତ ହୋଇଛି। ଟୁର୍ନାମେଣ୍ଟର ଉଦ୍‌ଘାଟନୀ...

କେବଳ ସଚିନ ନୁହନ୍ତି, ଏମାନେ ମଧ୍ୟ…

ନୂଆଦିଲ୍ଲୀ, ୨୨।୧୨: ପ୍ରେମ ନା ମାନେ ବୟସ ନା ଆଉକିଛି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସହ ଟିମ୍‌ ଇଣ୍ଡିଆର ଅନ୍ୟ କେତେକ କ୍ରିକେଟରଙ୍କ ନାମ...

ମେଲବୋର୍ନରେ ଟେଷ୍ଟ ଡେବ୍ୟୁ କରି ଭାବବିହ୍ବଳ ହେଲେ ଏହି କ୍ରିକେଟର: ବାପାଙ୍କ ମୃତ୍ୟୁ ପରେ ବି ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ

ମେଲବୋର୍ନ,୨୬।୧୨: ବିଶ୍ୱର ପ୍ରତ୍ୟେକ କ୍ରିକେଟ ଖେଳାଳି ଦିନେ ନା ଦିନେ ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ସ୍ବପ୍ନ ଦେଖିଥାନ୍ତି। ଏହା ପୂରଣ ହେବା ବେଶ୍‌...

ରାକେଶଙ୍କୁ ଲୋନ୍‌ରେ ଆଣିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୧୯।୧(କ୍ରୀଡ଼ା ପ୍ରତିନିଧି)-ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ସଂଘର୍ଷ କରୁଥିବା ଓଡ଼ିଶା ଏଫ୍‌ସି ନର୍ଥଇଷ୍ଟ ୟୁନାଇଟେଡ ଡିଫେଣ୍ଡର ରାକେଶ ପ୍ରଧାନଙ୍କୁ ଲୋନ୍‌ରେ ଆଣିଛି। ପୂର୍ବରୁ ଶିଲଂ...

Advertisement
Archives

Model This Week