Posted inଖେଳ

୧୦ ବର୍ଷ ପରେ ଦଳକୁ ଫେରି ମାତ୍ର ୧୦ ମ୍ୟାଚ୍‌ରେ ବୋର୍ଡକୁ ଚମକାଇଲେ ଏହି କ୍ରିକେଟର୍‌

ଇସଲମାବାଦ,୨୩।୮: ୧୦ ବର୍ଷ ପରେ କୌଣସି ଖେଳାଳି ଦଳକୁ ଫେରିବା ହୁଏତ ସମ୍ଭବ ହୁଏନି। ଏତେ ଦିନ ଅପେକ୍ଷା କରିବା ପୂର୍ବରୁ ମଧ୍ୟ କିଛି ଖେଳାଳି ଆଶା ଛାଡି ଘରେ ବସି ଅବସର ନେଇଯାଆନ୍ତି। କ୍ରିକେଟ ଦୁନିଆରେ ଏମିତି ଅନେକ ଉଦାହରଣ ଅଛି, କିନ୍ତୁ ପାକିସ୍ତାନର ଫୱାଦ ଆଲାମ ଏକ ନୂଆ କାହାଣୀ ଲେଖିଛନ୍ତି। କଦାପି ଆଶା ଛାଡିବା ଏବଂ କେବେ ହାର ମାନିବାର ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ସେ। ପ୍ରାୟ ୧୦ ବର୍ଷ ପାଇଁ ଟେଷ୍ଟ ଦଳରୁ ବାହାରେ ଥିଲେ ମଧ୍ୟ ସେ ଆଶା ଛାଡି ନ ଥିଲେ ଏବଂ ପଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୀର୍ଘ ସମୟ ପରେ ଦଳକୁ ଫେରି ପାକିସ୍ତାନ ବୋର୍ଡ ଏବଂ ଚୟନକର୍ତ୍ତାଙ୍କୁ ଆଇନା ଦେଖାଇଛନ୍ତି। ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ହାସଲ କରି ଟେଷ୍ଟ ଡେବ୍ୟୁ କରିଥିବା ଫୱାଦ ଏହା ପରେ ମାତ୍ର ୨ ଟି ଟେଷ୍ଟ ମ୍ୟାଚ ଖେଳିବାରେ ସକ୍ଷମ ହୋଇଥିଲେ ଏବଂ ଦଳ ବାହାରେ ଥିଲେ।
ପାକିସ୍ତାନର ଚୟନକର୍ତ୍ତାମାନେ ପ୍ରାୟ ୧୦ ବର୍ଷ ପରେ ଫୱାଦଙ୍କୁ ମନେ ପକାଇ ଦଳରେ ସାମିଲ କରିଥିଲେ। ଗତ ବର୍ଷ ଇଂଲଣ୍ଡ ବିପକ୍ଷ ସାଉଥମ୍ପଟନ ଟେଷ୍ଟରୁ ଦଳକୁ ଫେରିଥିଲେ। ସେ ଫେରିବା ପରେ ପ୍ରଥମ ମ୍ୟାଚରେ ଶୂନରେ ଆଉଟ୍‌ ହୋଇଥିଲେ ସତ, କିନ୍ତୁ ଏହା ପରେ ଏହି ଖେଳାଳି ଏକ ଚମତ୍କାର ଖେଳିଥିଲେ। ପ୍ରତ୍ୟାବର୍ତ୍ତନ କରିବା ପରେ ଫୱାଦ ଗୋଟିଏ ବର୍ଷରେ ୪ ଶତକ ହାସଲ କରିଥିଲେ। ସେ ଡିସେମ୍ବର ୨୦୨୦ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୨, ଜାନୁଆରୀ ୨୦୨୧ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୯, ଏପ୍ରିଲ ୨୦୨୧ରେ ଜିମ୍ବାୱେ ବିପକ୍ଷରେ ୧୪୦ ଏବଂ ଏବେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୧୨୪ ରନ କରିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ଚାଲିଥିବା ୨ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଫୱାଦ ଆଲାମ ପାକିସ୍ତାନକୁ ସଙ୍କଟରୁ ରକ୍ଷା କରିଥିଲେ। ସେ ପଡ଼ିଆକୁ ଫେରି ଅପରାଜିତ ୧୨୪ ରନର ଇନିଂସ ଖେଳିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri