Posted inଖେଳ

୧୦ ବର୍ଷ ପରେ ଦଳକୁ ଫେରି ମାତ୍ର ୧୦ ମ୍ୟାଚ୍‌ରେ ବୋର୍ଡକୁ ଚମକାଇଲେ ଏହି କ୍ରିକେଟର୍‌

ଇସଲମାବାଦ,୨୩।୮: ୧୦ ବର୍ଷ ପରେ କୌଣସି ଖେଳାଳି ଦଳକୁ ଫେରିବା ହୁଏତ ସମ୍ଭବ ହୁଏନି। ଏତେ ଦିନ ଅପେକ୍ଷା କରିବା ପୂର୍ବରୁ ମଧ୍ୟ କିଛି ଖେଳାଳି ଆଶା ଛାଡି ଘରେ ବସି ଅବସର ନେଇଯାଆନ୍ତି। କ୍ରିକେଟ ଦୁନିଆରେ ଏମିତି ଅନେକ ଉଦାହରଣ ଅଛି, କିନ୍ତୁ ପାକିସ୍ତାନର ଫୱାଦ ଆଲାମ ଏକ ନୂଆ କାହାଣୀ ଲେଖିଛନ୍ତି। କଦାପି ଆଶା ଛାଡିବା ଏବଂ କେବେ ହାର ମାନିବାର ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ସେ। ପ୍ରାୟ ୧୦ ବର୍ଷ ପାଇଁ ଟେଷ୍ଟ ଦଳରୁ ବାହାରେ ଥିଲେ ମଧ୍ୟ ସେ ଆଶା ଛାଡି ନ ଥିଲେ ଏବଂ ପଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୀର୍ଘ ସମୟ ପରେ ଦଳକୁ ଫେରି ପାକିସ୍ତାନ ବୋର୍ଡ ଏବଂ ଚୟନକର୍ତ୍ତାଙ୍କୁ ଆଇନା ଦେଖାଇଛନ୍ତି। ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ହାସଲ କରି ଟେଷ୍ଟ ଡେବ୍ୟୁ କରିଥିବା ଫୱାଦ ଏହା ପରେ ମାତ୍ର ୨ ଟି ଟେଷ୍ଟ ମ୍ୟାଚ ଖେଳିବାରେ ସକ୍ଷମ ହୋଇଥିଲେ ଏବଂ ଦଳ ବାହାରେ ଥିଲେ।
ପାକିସ୍ତାନର ଚୟନକର୍ତ୍ତାମାନେ ପ୍ରାୟ ୧୦ ବର୍ଷ ପରେ ଫୱାଦଙ୍କୁ ମନେ ପକାଇ ଦଳରେ ସାମିଲ କରିଥିଲେ। ଗତ ବର୍ଷ ଇଂଲଣ୍ଡ ବିପକ୍ଷ ସାଉଥମ୍ପଟନ ଟେଷ୍ଟରୁ ଦଳକୁ ଫେରିଥିଲେ। ସେ ଫେରିବା ପରେ ପ୍ରଥମ ମ୍ୟାଚରେ ଶୂନରେ ଆଉଟ୍‌ ହୋଇଥିଲେ ସତ, କିନ୍ତୁ ଏହା ପରେ ଏହି ଖେଳାଳି ଏକ ଚମତ୍କାର ଖେଳିଥିଲେ। ପ୍ରତ୍ୟାବର୍ତ୍ତନ କରିବା ପରେ ଫୱାଦ ଗୋଟିଏ ବର୍ଷରେ ୪ ଶତକ ହାସଲ କରିଥିଲେ। ସେ ଡିସେମ୍ବର ୨୦୨୦ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୨, ଜାନୁଆରୀ ୨୦୨୧ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୯, ଏପ୍ରିଲ ୨୦୨୧ରେ ଜିମ୍ବାୱେ ବିପକ୍ଷରେ ୧୪୦ ଏବଂ ଏବେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୧୨୪ ରନ କରିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ଚାଲିଥିବା ୨ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଫୱାଦ ଆଲାମ ପାକିସ୍ତାନକୁ ସଙ୍କଟରୁ ରକ୍ଷା କରିଥିଲେ। ସେ ପଡ଼ିଆକୁ ଫେରି ଅପରାଜିତ ୧୨୪ ରନର ଇନିଂସ ଖେଳିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri