Posted inଖେଳ

ଆଇସିୟୁରୁ ବାହାରି ପଡିଆରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ଆବୁଧାବି,୧୨।୧୧:ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିବାର ପାକିସ୍ତାନର ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଥିଲେ। ଟୁର୍ନାମେଣ୍ଟରେ ଏହା ପାକିସ୍ତାନର ପ୍ରଥମ ପରାଜୟ ଏବଂ ଏହି ପରାଜୟ ସହ ଦଳର ଟି -୨୦ ବିଶ୍ୱକପକୁ ଯାତ୍ରା ଶେଷ ହୋଇଛି। ଏହି ମ୍ୟାଚ୍‌ରେ ପାକିସ୍ତାନର ଜଣେ ଖେଲାଳି ସମସ୍ତଙ୍କ ହୃଦୟ ଜିତିଥିଲା। ସେ ହେଉଛନ୍ତି ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ। ଏହାର କାରଣ ହେଉଛି, ଆଇସିୟୁରେ ଦୁଇ ଦିନ ରହିବା ପରେ ମଧ୍ୟ ରିଜୱାନ ସେମିଫାଇନାଲ ମ୍ୟାଚରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ୫୨ ବଲ ୬୭ ସ୍କୋର କରିଥିଲେ।
ମ୍ୟାଚ ପୂର୍ବରୁ ଲୋକମାନେ ଜାଣି ନ ଥିଲେ ଯେ ରିଜୱାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତା’ପରେ ଏହା ଜାଣିବାକୁ ମିଳିଲା ଯେ ସେମିଫାଇନାଲ ପୂର୍ବରୁ ରିଜଓ୍ବାନ ବହୁତ ଅସୁସ୍ଥ ଥିଲେ। ସେମିଫାଇନାଲରେ ପାକିସ୍ତାନର ବ୍ୟାଟିଂ ପରାମର୍ଶଦାତା ମାଥ୍ୟୁ ହେଡେନ ନିଜେ ପ୍ରକାଶ କରିଛନ୍ତି ଯେ ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ଫୁସଫୁସ ସଂକ୍ରମଣ ହେତୁ ରିଜୱାନ ଆଇସିୟୁରେ ଥିଲେ। କିନ୍ତୁ ସେ ସେମିଫାଇନାଲରେ ପ୍ରବେଶ କରି ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଦର୍ଶାଏ ଯେ ସେ ପ୍ରକୃତ ଯୋଦ୍ଧା ଅଟନ୍ତି।
ନଭେମ୍ବର ୯ ରେ ମହମ୍ମଦ ରିଜୱାନଙ୍କ ଛାତିରେ ଗୁରୁତର ସଂକ୍ରମଣ ହୋଇଥିଲା, ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ୨ ରାତି ବିତାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?