Posted inଖେଳ

କେବଳ ଚୌକା/ଛକା ମାରି ୨୧୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌: ୧୦ ଘଣ୍ଟା ବ୍ୟାଟିଂ କରି ଭାଙ୍ଗିଥିଲେ…

ଜଣେ ବ୍ୟାଟ୍ସମ୍ୟାନଙ୍କ ପ୍ରକୃତ ପରୀକ୍ଷା ଟେଷ୍ଟ କ୍ରିକେଟରେ ଅଛି। ଏହି ଫର୍ମାଟରେ ବ୍ୟାଟ୍ସମ୍ୟାନ, କ୍ରିକେଟ ଦୁନିଆରେ ତାଙ୍କ ସ୍ଥିତି ଜାହିର କରିବାରେ ସୁଯୋଗ ପାଇଥାନ୍ତି। ଟେଷ୍ଟ କ୍ରିକେଟରେ ଏଭଳି କିଛି ମ୍ୟାଚ୍‌ ଅଛି ଯାହା ଦର୍ଶକଙ୍କ ସ୍ମୃତି ଏପର୍ଯ୍ୟନ୍ତି ଲିଭି ନାହିଁ। ଏମିତି ଏକ ମ୍ୟାଚ୍‌ ୧୯୯୪ରେ ଖୋଳାଯାଇଥିଲା। ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଖେଳି ସେ ହଇଚଇ ସୃଷ୍ଟି କରିଥିଲେ। ଏହି ମ୍ୟାଚ୍‌ରେ ଲାରା ୩୭୫ ରନ ସ୍କୋର କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା। ତେବେ ବୋଧହୁଏ କେହି ଭାବିଥିବେ ଯେ ଜଣେ ବ୍ୟାଟ୍ସମ୍ୟାନ ଟେଷ୍ଟରେ ଏହି ସ୍କୋରକୁ ଅତିକ୍ରମ କରିବାକୁ ସକ୍ଷମ ହେବେ। କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ଓପନର୍‌ ମାଥ୍ୟୁ ହେଡେନ ୨୦୦୩ରେ ଲାରାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ, ଏହି ଦିନ ଅର୍ଥାତ୍‌ ୧୦ ଅକ୍ଟୋବରରେ ୩୮୦ ରନ ଇନିଂସ ଖେଳିଥିଲେ।
ପର୍ଥ ଟେଷ୍ଟରେ ଜିମ୍ବାୱେ ବିପକ୍ଷରେ ହେଡେନ ୩୮୦ ରନର ଏହି ଐତିହାସିକ ଇନିଂସ ଖେଳିଥିଲେ। ହେଡେନ ୪୩୭ ବଲରେ ୩୮୦ ରନ ସଂଗ୍ରହ କରିଥିଲେ। ସେ ୬୨୨ ମିନିଟ ଅର୍ଥାତ୍‌ ସାଢେ ୧୦ ଘଣ୍ଟା ବ୍ୟାଟିଂ କରିଥିଲେ। ହେଡେନ ତାଙ୍କ ଇନିଂସରେ ୩୮ ଚୌକା ଓ ୧୧ ଛକା ମାରିଥିଲେ। ତାହା ହେଉଛି, ୩୮୦ର ୨୧୮ରନ ଚୌକା/ଛକାରେ ହାସଲ କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ହେଡେନଙ୍କର ପ୍ରଥମ ତ୍ରିଶକ ଶତକ ଥିଲା।
ଦୀର୍ଘ ଦିନ ଧରି ଟେଷ୍ଟରେ ସବୁଠୁ ବଡ ଇନିଂସ ଖେଳିବାର ଆନନ୍ଦକୁ ହେଡେନ ପାଳନ କରିପାରି ନ ଥିଲେ। କାରଣ ଏପ୍ରିଲ ୨୦୦୪ ଅର୍ଥାତ୍‌ ୬ ମାସ ପରେ, ଲାରା ପୁନର୍ବାର ଇଂଲଣ୍ଡ ବିପକ୍ଷରେ ୪୦୦ ରନର ଅପରାଜିତ ଇନିଂସ ଖେଳି ତାଙ୍କ ନାମରେ ଏହି ରେକର୍ଡ ସୃଷ୍ଟି କରିଥିଲେ। କୌତୁହଳର ବିଷୟ, ଲାରା ଆଣ୍ଟିଗୁଆର ସମାନ ସେଣ୍ଟ ଜୋନ୍ସ ଗ୍ରାଉଣ୍ଡରେ ଏହି ଇନିଂସ ଖେଳିଥିଲେ, ଯେଉଁଠାରେ ସେ ୧୯୯୪ରେ ୧୦ ବର୍ଷ ପୂର୍ବେ ଏକ ଇନିଂସରେ ୩୭୫ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?