Posted inଖେଳ

ଇତିହାସ ରଚିଲେ ଏହି କ୍ରିକେଟର

ଢାକା,୧୦।୮: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୧୦ ମ୍ୟାଚ୍‌ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କରିଛି। ଏହା ସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ହାତେଇଛି ଘଷରାଇ ଦଳ। ବାମହାତୀ ସ୍ପିନ ବୋଲର ଶାକିବ ଅଲ ହାସନ ମ୍ୟାଚରେ ୪ ଉଇକେଟ ନେଇଥିଲେ। ଏହା ସହ ସେ ଟି -୨୦ ଇଣ୍ଟରନ୍ୟାସନାଲରେ ୧୦୦ ଉଇକେଟ ମଧ୍ୟ ପୂରଣ କରିଛନ୍ତି। ସେ ଦୁନିଆର ପ୍ରଥମ ସ୍ପିନ ବୋଲର ହୋଇଛନ୍ତି। ଚତୁର୍ଥ ଥର ପାଇଁ ୪ଟି ଉଇକେଟ ନେଇ ମଧ୍ୟ ସେ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ ବାଂଲାଦେଶ ୧୨୨ ରନ ସଂଗ୍ରହ କରିଛି। ଏହାର ଜବାବରେ ଅଷ୍ଟ୍ରେଲିଆର ଦଳ ୬୨ ରନରେ ଅଲଆଉଟ୍‌ ହୋଇଯାଇଥିଲା।
୩୪ ବର୍ଷ ବୟସ୍କ ବାଂଲାଦେଶର ପୂର୍ବତନ ଅଧିନାୟକ ଶାକିବ ଅଲ ହାସନଙ୍କ ଏହା ଥିଲା ୮୪ ତମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ। ସେ ହାରାହାରି ୨୧ରେ ୧୦୨ଟି ଉଇକେଟ ନେଇଛନ୍ତି। ସେ ୪ ଥର ୪ଟି ଉଇକେଟ୍‌ ଏବ୧ଂ ଥରେ ୫ଟି ଉଇକେଟ ନେଇଛନ୍ତି। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୨୦ ରନ ଦେଇ ୫ ଉଇକେଟ ନେବା। କେବଳ ଏତିକି ନୁହେଁ, ସେ ହାରାହାରି ୨୪ରେ ୧୭୧୮ ରନ ମଧ୍ୟ କରିଛନ୍ତି। ୯ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛି। ତାଙ୍କର ସାମଗ୍ରିକ ଟି -୨୦ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୩୩୬ ଟି ମ୍ୟାଚରେ ୩୮୧ ଉଇକେଟ ନେଇଛନ୍ତି। ୫୩୮୯ ରନ ମଧ୍ୟ ସ୍କୋର କରିଛନ୍ତି। ୧୯ ଅର୍ଦ୍ଧ ଶତକ ମଧ୍ୟ ଏଥିରେ ସାମିଲ ଅଛି। ଶାକିବ ବିଶ୍ୱର ଏକମାତ୍ର ଖେଳାଳି ଯିଏକି ଟି -୨୦ ଇଣ୍ଟରନ୍ୟାସନାଲରେ ୧୦୦ରୁ ଅଧିକ ଉଇକେଟ ଏବଂ ୧୦୦୦ରୁ ଅଧିକ ରନ ସ୍କୋର କରିଛନ୍ତି।
ଟି -୨୦ ଇଣ୍ଟରନ୍ୟାସନାଲ ବିଷୟରେ କହିବାକୁ ଗଲେ ଦୁନିଆର କେବଳ ୨ ବୋଲର ୧୦୦ରୁ ଅଧିକ ଉଇକେଟ ନେଇପାରିଛନ୍ତି। ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ୧୦୭ ଉଇକେଟ ନେଇଛନ୍ତି। ୮୪ ଟି ମ୍ୟାଚରେ ସେ ଦୁଇଥର ୫ ଉଇକେଟ ଏବଂ ଥରେ ୪ ଉଇକେଟ ନେଇଛନ୍ତି। ୬ ରନ ଦେଇ ୫ ଉଇକେଟ ହେଉଛି ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ। ଶାକିବ ୧୦୨ ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥୀ (୯୯) ତୃତୀୟ ସ୍ଥାନରେ, ପାକିସ୍ତାନର ସହିଦ ଆଫ୍ରିଦି (୯୮) ଚତୁର୍ଥ ସ୍ଥାନରେ ଏବଂ ଆଫଗାନିସ୍ତାନର ଲେଗ ସ୍ପିନର ରସିଦ ଖାନ (୯୫) ପଞ୍ଚମ ସ୍ଥାନରେ ଅଛନ୍ତି। ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ୬୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri