Posted inଖେଳ

ଇତିହାସ ରଚିଲେ ଏହି କ୍ରିକେଟର

ଢାକା,୧୦।୮: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୧୦ ମ୍ୟାଚ୍‌ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କରିଛି। ଏହା ସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ହାତେଇଛି ଘଷରାଇ ଦଳ। ବାମହାତୀ ସ୍ପିନ ବୋଲର ଶାକିବ ଅଲ ହାସନ ମ୍ୟାଚରେ ୪ ଉଇକେଟ ନେଇଥିଲେ। ଏହା ସହ ସେ ଟି -୨୦ ଇଣ୍ଟରନ୍ୟାସନାଲରେ ୧୦୦ ଉଇକେଟ ମଧ୍ୟ ପୂରଣ କରିଛନ୍ତି। ସେ ଦୁନିଆର ପ୍ରଥମ ସ୍ପିନ ବୋଲର ହୋଇଛନ୍ତି। ଚତୁର୍ଥ ଥର ପାଇଁ ୪ଟି ଉଇକେଟ ନେଇ ମଧ୍ୟ ସେ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ ବାଂଲାଦେଶ ୧୨୨ ରନ ସଂଗ୍ରହ କରିଛି। ଏହାର ଜବାବରେ ଅଷ୍ଟ୍ରେଲିଆର ଦଳ ୬୨ ରନରେ ଅଲଆଉଟ୍‌ ହୋଇଯାଇଥିଲା।
୩୪ ବର୍ଷ ବୟସ୍କ ବାଂଲାଦେଶର ପୂର୍ବତନ ଅଧିନାୟକ ଶାକିବ ଅଲ ହାସନଙ୍କ ଏହା ଥିଲା ୮୪ ତମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ। ସେ ହାରାହାରି ୨୧ରେ ୧୦୨ଟି ଉଇକେଟ ନେଇଛନ୍ତି। ସେ ୪ ଥର ୪ଟି ଉଇକେଟ୍‌ ଏବ୧ଂ ଥରେ ୫ଟି ଉଇକେଟ ନେଇଛନ୍ତି। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୨୦ ରନ ଦେଇ ୫ ଉଇକେଟ ନେବା। କେବଳ ଏତିକି ନୁହେଁ, ସେ ହାରାହାରି ୨୪ରେ ୧୭୧୮ ରନ ମଧ୍ୟ କରିଛନ୍ତି। ୯ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛି। ତାଙ୍କର ସାମଗ୍ରିକ ଟି -୨୦ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୩୩୬ ଟି ମ୍ୟାଚରେ ୩୮୧ ଉଇକେଟ ନେଇଛନ୍ତି। ୫୩୮୯ ରନ ମଧ୍ୟ ସ୍କୋର କରିଛନ୍ତି। ୧୯ ଅର୍ଦ୍ଧ ଶତକ ମଧ୍ୟ ଏଥିରେ ସାମିଲ ଅଛି। ଶାକିବ ବିଶ୍ୱର ଏକମାତ୍ର ଖେଳାଳି ଯିଏକି ଟି -୨୦ ଇଣ୍ଟରନ୍ୟାସନାଲରେ ୧୦୦ରୁ ଅଧିକ ଉଇକେଟ ଏବଂ ୧୦୦୦ରୁ ଅଧିକ ରନ ସ୍କୋର କରିଛନ୍ତି।
ଟି -୨୦ ଇଣ୍ଟରନ୍ୟାସନାଲ ବିଷୟରେ କହିବାକୁ ଗଲେ ଦୁନିଆର କେବଳ ୨ ବୋଲର ୧୦୦ରୁ ଅଧିକ ଉଇକେଟ ନେଇପାରିଛନ୍ତି। ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ୧୦୭ ଉଇକେଟ ନେଇଛନ୍ତି। ୮୪ ଟି ମ୍ୟାଚରେ ସେ ଦୁଇଥର ୫ ଉଇକେଟ ଏବଂ ଥରେ ୪ ଉଇକେଟ ନେଇଛନ୍ତି। ୬ ରନ ଦେଇ ୫ ଉଇକେଟ ହେଉଛି ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ। ଶାକିବ ୧୦୨ ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥୀ (୯୯) ତୃତୀୟ ସ୍ଥାନରେ, ପାକିସ୍ତାନର ସହିଦ ଆଫ୍ରିଦି (୯୮) ଚତୁର୍ଥ ସ୍ଥାନରେ ଏବଂ ଆଫଗାନିସ୍ତାନର ଲେଗ ସ୍ପିନର ରସିଦ ଖାନ (୯୫) ପଞ୍ଚମ ସ୍ଥାନରେ ଅଛନ୍ତି। ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ୬୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?