Posted inଖେଳ

ଇତିହାସ ରଚିଲେ ଏହି କ୍ରିକେଟର୍‌

କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନ ଟେଷ୍ଟର ତୃତୀୟ ଦିନରେ ସେ ଏକ ଶତକ ସ୍କୋର କରି ଏହା ପ୍ରମାଣ କରିଥିଲେ। ଗୋଟିଏ ସମୟରେ ପାକିସ୍ତାନ ୨ ରନରେ ୩ ଉଇକେଟ ହରାଇଥିଲା। ଦଳ ଅସୁବିଧାରେ ଥିବା ପରି ମନେ ହେଉଥିଲା। ଏଭଳି ପରିସ୍ଥିତିରେ ଫୱାଦ ଗୋଟିଏ ପଟେ ପଥର ପରି ଠିଆ ହୋଇଥିଲେ। ତାଙ୍କୁ ୭୬ ରେ ଆଘାତରୁ ରିଟାର୍ଡହର୍ଟ ନେବାକୁ ପଡିଲା। କିନ୍ତୁ ପରେ ପଡ଼ିଆକୁ ଫେରିଥିଲେ ଏବଂ ଅପରାଜିତ ୧୨୪ ରନ୍‌ କରି କେବଳ ଦଳ ଉପରେ ଆସୁଥିବା ସଙ୍କଟକୁ ଏଡାଇ ଦେଇ ନଥିଲେ, ବରଂ ଦଳକୁ ଏକ ଦୃଢ ସ୍ଥିତିରେ ମଧ୍ୟ ଆଣିଥିଲା।
୩୫ ବର୍ଷୀୟ ଫୱାଡ ୧୨୪ ରନର ଅପରାଜିତ ଇନିଂସ ସହ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ୫ ଟେଷ୍ଟ ଶତକ ହାସଲ କରିବାରେ ସେ ଦ୍ରୁତତମ ଏସୀୟ ହୋଇପାରିଛନ୍ତି। ସେ ୨୨ ଇନିଂସରେ ଏହି ସ୍ଥାନ ହାସଲ କରିଛନ୍ତି। ସେ ଚେତେଶ୍ୱର ପୂଜାରା, ସୌରଭ ଗାଙ୍ଗୁଲି ଏବଂ ଭାରତର ସୁନୀଲ ଗାଭାସ୍କରଙ୍କ ପରି ଭେଟେରାନମାନଙ୍କୁ ଛାଡିଛନ୍ତି। ପୂଜାରା ୨୪ ଇନିଂସରେ ୫ ଟେଷ୍ଟ ଶତକ ହାସଲ କରିଥିଲେ। ଗାଙ୍ଗୁଲି ଏବଂ ଗାଭାସ୍କର ୨୪ ଇନିଂସରେ ୫ ଶତକ ହାସଲ କରିଥିଲେ। ବିଜୟ ହଜାରେ ୨୬ ଇନିଂସରେ ୫ ଶତକ ପୂରଣ କରିଥିଲେ। ପାକିସ୍ତାନ ପକ୍ଷରୁ ୫ ଟେଷ୍ଟ ଶତକ ହାସଲ କରିବାରେ ଫୱାଦ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଧିନାୟକ ୟୁନିସ ଖାନଙ୍କ ନାମରେ ଥିଲା। ସେ ୨୮ଟି ଇନିଂସରେ ତାଙ୍କର ପ୍ରଥମ ୫ ଟେଷ୍ଟ ଶତକ ହାସଲ କରିଥିଲେ। ୨୯ଇନିଂସରେ ସଲିମ ମଲିକ ଏହି ସ୍ଥାନ ହାସଲ କରିଛନ୍ତି। ଏହା ସହ ଫୱାଦ କିଙ୍ଗଷ୍ଟନର ସାବିନା ପାର୍କ ଗ୍ରାଉଣ୍ଡରେ ଶତକ ହାସଲ କରିଥିବା ଷଷ୍ଠ ପାକିସ୍ତାନୀ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ଇମତିଆଜ ଅହମ୍ମଦ ୧୯୫୮ରେ ୧୨୨, ୧୯୫୮ ରେ ୱାଜିର ମହମ୍ମଦ ୧୦୬, ୧୯୭୭ରେ ଆସିଫ ଇକଲାବ ୧୩୫, ୨୦୦୫ରେ ୟୁନିସ ଖାନ ଏବଂ ଇନଜାମାମ-ଉଲ-ହକ ୨୦୦୫ରେ ଅପରାଜିତ ୧୧୭ ସ୍କୋର କରିଥିଲେ। ଏହି କାରଣରୁ ଫୱାଦଙ୍କ ଏହି ସଫଳତା ମଧ୍ୟ ବଡ ଅଟେ। କାରଣ ସେ ଏକ ଦଶନ୍ଧି ପରେ ପାକିସ୍ତାନର ଟେଷ୍ଟ ଦଳକୁ ଫେରିଛନ୍ତି। କିନ୍ତୁ ସେ ଫେରିବା ପରଠାରୁ ତାଙ୍କ ବ୍ୟାଟରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଗତ ୮ ମାସରେ ୪ଟି ଶତକ ହାସଲ କରିଛନ୍ତି। କୌତୁହଳର ବିଷୟ ହେଉଛି ଫୱାଦ ବିଭିନ୍ନ ଦେଶରେ ଏବଂ ବିଭିନ୍ନ ସ୍ଥାନରେ ସମସ୍ତ ୫ ଶତକ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri