Posted inଖେଳ

ଇତିହାସ ରଚିଲେ ଏହି କ୍ରିକେଟର୍‌

କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନ ଟେଷ୍ଟର ତୃତୀୟ ଦିନରେ ସେ ଏକ ଶତକ ସ୍କୋର କରି ଏହା ପ୍ରମାଣ କରିଥିଲେ। ଗୋଟିଏ ସମୟରେ ପାକିସ୍ତାନ ୨ ରନରେ ୩ ଉଇକେଟ ହରାଇଥିଲା। ଦଳ ଅସୁବିଧାରେ ଥିବା ପରି ମନେ ହେଉଥିଲା। ଏଭଳି ପରିସ୍ଥିତିରେ ଫୱାଦ ଗୋଟିଏ ପଟେ ପଥର ପରି ଠିଆ ହୋଇଥିଲେ। ତାଙ୍କୁ ୭୬ ରେ ଆଘାତରୁ ରିଟାର୍ଡହର୍ଟ ନେବାକୁ ପଡିଲା। କିନ୍ତୁ ପରେ ପଡ଼ିଆକୁ ଫେରିଥିଲେ ଏବଂ ଅପରାଜିତ ୧୨୪ ରନ୍‌ କରି କେବଳ ଦଳ ଉପରେ ଆସୁଥିବା ସଙ୍କଟକୁ ଏଡାଇ ଦେଇ ନଥିଲେ, ବରଂ ଦଳକୁ ଏକ ଦୃଢ ସ୍ଥିତିରେ ମଧ୍ୟ ଆଣିଥିଲା।
୩୫ ବର୍ଷୀୟ ଫୱାଡ ୧୨୪ ରନର ଅପରାଜିତ ଇନିଂସ ସହ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ୫ ଟେଷ୍ଟ ଶତକ ହାସଲ କରିବାରେ ସେ ଦ୍ରୁତତମ ଏସୀୟ ହୋଇପାରିଛନ୍ତି। ସେ ୨୨ ଇନିଂସରେ ଏହି ସ୍ଥାନ ହାସଲ କରିଛନ୍ତି। ସେ ଚେତେଶ୍ୱର ପୂଜାରା, ସୌରଭ ଗାଙ୍ଗୁଲି ଏବଂ ଭାରତର ସୁନୀଲ ଗାଭାସ୍କରଙ୍କ ପରି ଭେଟେରାନମାନଙ୍କୁ ଛାଡିଛନ୍ତି। ପୂଜାରା ୨୪ ଇନିଂସରେ ୫ ଟେଷ୍ଟ ଶତକ ହାସଲ କରିଥିଲେ। ଗାଙ୍ଗୁଲି ଏବଂ ଗାଭାସ୍କର ୨୪ ଇନିଂସରେ ୫ ଶତକ ହାସଲ କରିଥିଲେ। ବିଜୟ ହଜାରେ ୨୬ ଇନିଂସରେ ୫ ଶତକ ପୂରଣ କରିଥିଲେ। ପାକିସ୍ତାନ ପକ୍ଷରୁ ୫ ଟେଷ୍ଟ ଶତକ ହାସଲ କରିବାରେ ଫୱାଦ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଧିନାୟକ ୟୁନିସ ଖାନଙ୍କ ନାମରେ ଥିଲା। ସେ ୨୮ଟି ଇନିଂସରେ ତାଙ୍କର ପ୍ରଥମ ୫ ଟେଷ୍ଟ ଶତକ ହାସଲ କରିଥିଲେ। ୨୯ଇନିଂସରେ ସଲିମ ମଲିକ ଏହି ସ୍ଥାନ ହାସଲ କରିଛନ୍ତି। ଏହା ସହ ଫୱାଦ କିଙ୍ଗଷ୍ଟନର ସାବିନା ପାର୍କ ଗ୍ରାଉଣ୍ଡରେ ଶତକ ହାସଲ କରିଥିବା ଷଷ୍ଠ ପାକିସ୍ତାନୀ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ଇମତିଆଜ ଅହମ୍ମଦ ୧୯୫୮ରେ ୧୨୨, ୧୯୫୮ ରେ ୱାଜିର ମହମ୍ମଦ ୧୦୬, ୧୯୭୭ରେ ଆସିଫ ଇକଲାବ ୧୩୫, ୨୦୦୫ରେ ୟୁନିସ ଖାନ ଏବଂ ଇନଜାମାମ-ଉଲ-ହକ ୨୦୦୫ରେ ଅପରାଜିତ ୧୧୭ ସ୍କୋର କରିଥିଲେ। ଏହି କାରଣରୁ ଫୱାଦଙ୍କ ଏହି ସଫଳତା ମଧ୍ୟ ବଡ ଅଟେ। କାରଣ ସେ ଏକ ଦଶନ୍ଧି ପରେ ପାକିସ୍ତାନର ଟେଷ୍ଟ ଦଳକୁ ଫେରିଛନ୍ତି। କିନ୍ତୁ ସେ ଫେରିବା ପରଠାରୁ ତାଙ୍କ ବ୍ୟାଟରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଗତ ୮ ମାସରେ ୪ଟି ଶତକ ହାସଲ କରିଛନ୍ତି। କୌତୁହଳର ବିଷୟ ହେଉଛି ଫୱାଦ ବିଭିନ୍ନ ଦେଶରେ ଏବଂ ବିଭିନ୍ନ ସ୍ଥାନରେ ସମସ୍ତ ୫ ଶତକ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?