Posted inଖେଳ

ଗୋଟିଏ ଓଭରରେ ଲଗାତର ୮ ଛକା ମାରିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୧।୧୦:ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ କେତେ ରନ ସ୍କୋର କରିପାରିବେ। ଅତିବେଶୀରେ ୩୬ ରନ୍‌। କାରଣ କ୍ରିକେଟର ଗୋଟିଏ ଓଭରରେ ୬ଟି ବଲ ଅଛି, ଯଦି ଜଣେ ବ୍ୟାଟ୍ସମ୍ୟାନ ସମସ୍ତ ବଲରେ ୬ଟି ଛକା ମାରିଛନ୍ତି ତେବେ ୩୬ ରନ ସ୍କୋର ହେବ। କିନ୍ତୁ କ୍ରିକେଟ ଜଗତର ଜଣେ ବ୍ୟାଟ୍ସମ୍ୟାନ ଏହି ପରିସଂଖ୍ୟାନକୁ ଭୂଲ ବୋଲି ପ୍ରମାଣ କରିଛନ୍ତି।
ସୋରେଣ୍ଟୋ ଡନକ୍ରେଗ୍‌ ସିନିୟର କ୍ଲବ ପାଇଁ ଖେଳୁଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସାମ ହାରିସନ ନାଥନ ବେନେଟଙ୍କ ଏକ ଓଭରରେ ୫୦ ରନ ସଂଗ୍ରହ କରିଥିଲେ। ବେନେଟ ଗୋଟିଏ ଓଭରରେ ୮ଟି ବଲ ବୋଲିଂ କରିଥିଲେ, ଯେଉଁଥିରେ ୨ଟି ବଲ ଥିଲା। ଖେଳର ୩୯ ତମ ଓଭରରେ ସେ ଏହି ଓଭର ବୋଲିଂ କରିଥିଲେ। ଫଳରେ ହାରିସନ ୩୯ ତମ ଓଭରରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ୪୦ ତମ ଓଭରରେ ଶତକ ହାସଲ କରିଥିଲେ।
ନ୍ୟୁଜିଲାଣ୍ଡ କ୍ରିକେଟର ବର୍ଟ ଭାନ୍ସ ଗୋଟିଏ ଓଭରରେ ୭୭ ରନ୍‌ ଦେଇ ବେନେଟ୍‌ଙ୍କଠାରୁ ଆଗରେ ଅଚନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ ପର୍ଯ୍ୟନ୍ତ ଖେଳିଥିବା ଭାନ୍ସ ୧୯୯୦ରେ ୭୭ ରନ ଦେଇ ିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ଏପର୍ଯ୍ୟନ୍ତ ମହଙ୍ଗା ଓଭର ରହିଛି। ଏହି ଓଭରରେ ଭାନ୍ସ ଅନେକ ଫୁଲ୍‌ ଟସ୍‌ ବଲ ବୋଲିଂ କରିଥିଲେ। ଏହି ସମୟରେ ତାଙ୍କ ବଲଗୁଡିକ କ୍ରମାଗତ ପାଞ୍ଚଟି ଛକା ମାରିଥିଲେ। କ୍ରିକେଟ ଦୁନିଆରେ ଏହା ମଧ୍ୟ ସବୁଠାରୁ ମହଙ୍ଗା ଓଭର ଅଟେ।
୩ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ୬ଟି ଛକା ମାରିଛନ୍ତି। ଯୁବରାଜ ସିଂ ଟି-୨୦ ବିଶ୍ୱକପ ୨୦୦୭ରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରରେ ୬ଟି ଛକା ମାରିଥିଲେ। ଏଥି ସହିତ, ଗୋଟିଏ ଓଭରରେ ୬ଟି ଛକା ପ୍ରଥମେ ଦକ୍ଷିଣ ଆଫ୍ରିକାର ହର୍ସେଲ ଗିବ୍ସଙ୍କ ଦ୍ୱାରା କରାଯାଇଥିଲା। ସେ ୨୦୦୭ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଏହି କାର୍ଯ୍ୟ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ର କିରନ ପୋଲାର୍ଡ ୬ଟି ଛକା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬।୫: କନ୍ଦମାଳ ଜିଲା ଖଜୁରିନାଳ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଯୁବକଙ୍କ…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ! ଅସଲ କଥା ଖୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୬।୫: ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି…

ସୌମ୍ୟ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ: ମାରିବାକୁ ସତ୍ୟନଗରୁ ପିଲା ଯାଇଥିଲେ ବାଲିଅନ୍ତା: ପୁଣି ଆଉ ଜଣଙ୍କୁ ବାନ୍ଧିଲା…

ଭୁବନେଶ୍ୱର୨୬।୫, ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁର ଅଞ୍ଚଳରୁ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ…

କାଠଯୋଡି ନଦୀ ପଠାରେ ପଡିଛି ମହିଳାଙ୍କ ଗଳିତ ମୃତଦେହ, ଅର୍ଦ୍ଧ ଉଲଗ୍ନ….

କଟକ, ୨୬।୫(ପ୍ରଭୁକଲ୍ୟାଣ ପାଲ): ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ହଠାତ୍‌ ଫାଟିଲା ଚକ, ପୋଲ ତଳକୁ ଖସିପଡିଲା ଟ୍ରକ୍‌; ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବଲାଙ୍ଗୀର,୨୬।୫ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପଦ୍ମପୁର-ପାଟଣାଗଡ ରାସ୍ତା ଜୁରିଆ ବ୍ରିଜ୍‌ ତଳକୁ ଖସି ପଡ଼ିଲା ଟ୍ରକ୍‌ । ଦମକଳବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ଦେବାଶିଷଙ୍କ ଭାଜପାରେ ଯୋଗଦାନକୁ ନେଇ ବିଜେଡି କ୍ଷୁବ୍ଧ, ନବୀନ ପଟ୍ଟନାୟକଙ୍କ ପାଖଲୋକ କହିଲେ, ‘ଭବିଷ୍ୟତରେ ସେ…’

ଭୁବନେଶ୍ୱର, ୨୬।୫: ଭାଜପାରେ ମିଶିଲେ ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ମଙ୍ଗଳବାର ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ରାଜ୍ୟ ସଭାପତି ମନମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri