Posted inଖେଳ

୩୦୫୮ ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କରିପାରନ୍ତି ଏହି କ୍ରିକେଟର୍‌

ଲିଡ୍ସ,୨୭।୮: ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ୨୦୨୧ରେ ସେ ଏପର୍ଯ୍ୟନ୍ତ ୧୩୯ରୁ ଅଧିକ ଟେଷ୍ଟ ରନ କରିସାରିଲେଣି। ଦୁନିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୭୫୦ ରନ ମାର୍କକୁ ଛୁଇଁ ପାରି ନାହାନ୍ତି। ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜୋ ରୁଟ ୧୨୧ ରନ ସ୍କୋର କରିବା ପରେ ଆଉଟ୍‌ ହୋଇଥିଲେ। ସିରିଜର କ୍ରମାଗତ ତୃତୀୟ ମ୍ୟାଚରେ ସେ ଏକ ଶତକ ହାସଲ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଶତକରେ ମଧ୍ୟ ପହଞ୍ଚି ପାରି ନାହାଁନ୍ତି। ଏହି କାରଣରୁ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଏକ ଦୃଢ ସ୍ଥିତିରେ ପହଞ୍ଚିଛି।
୨୦୨୧ ବର୍ଷ ବିଷୟରେ କହିବାକୁ ଗଲେ ଜୋ ରୁଟ ୧୧ଟି ମ୍ୟାଚର ୨୧ ଇନିଂସରେ ହାରାହାରତି ୭୦ରେ ୧୩୯୮ ରନ ସ୍କୋର କରିଛନ୍ତି। ୬ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକରେ ମାରିଛନ୍ତି। ସେ ୨୨୮ ରନର ସବୁଠାରୁ ବଡ ଇନିଂସ ଖେଳିଛନ୍ତି। ପାକିସ୍ତାନ ବ୍ୟାଟ୍ସମ୍ୟାନ ମହମ୍ମଦ ୟୁସୁଫ ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ ରେକର୍ଡ ରଖିଛନ୍ତି। ୨୦୦୬ ରେ, ସେ ହାରାହାରି ୯୯ରେ ୧୧ ଟି ଟେଷ୍ଟର ୧୯ ଇନିଂସରେ ୧୭୮୮ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୯ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଥିଲେ। ଏଭଳି ପରିସ୍ଥିତିରେ ଜୋ ରୁଟ ବର୍ତ୍ତମାନ ମହମ୍ମଦ ୟୁସୁଫଙ୍କଠାରୁ ମାତ୍ର ୩୯୦ ରନ ପଛରେ ଅଛନ୍ତି। ଯଦି ସେ ଅଧିକ ୩୯୧ ରନ ସ୍କୋର କରନ୍ତି ତେବେ ସେ ଗୋଟିଏ ବର୍ଷରେ ସର୍ବାଧିକ ରନ ସ୍କୋରର ହେବେ। ଟେଷ୍ଟ କ୍ରିକେଟ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୩୦୫୯ ଖେଳାଳି ଅବତରଣ କରିଛନ୍ତି। ତେଣୁ ରୁଟ୍‌ ଯଦି ୩୯୧ ରନ୍‌ କରନ୍ତି ତେବେ ୩୦୫୮ ଖେଳାଳିଙ୍କୁ ପଛରେ ପକାଇଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?