Posted inଖେଳ

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଏହି କ୍ରିକେଟର୍‌

ଦୁବାଇ,୩।୧୦: ଆଜି ଟି -୨୦ ବିଶ୍ୱକପରେ ଭାରତ ଆଫଗାନିସ୍ତାନକୁ ଭେଟିବ। ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଆଫଗାନିସ୍ତାନର ରସିଦ ଖାନଙ୍କ ବ୍ୟତୀତ ଅନ୍ୟ ଜଣେ ବୋଲର ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ବଢାଇବାର ସମ୍ଭାବନା ରହିଛି। ସେ ହେଉଛନ୍ତି ହମିଦ ହାସନ। ୩୪ ବର୍ଷୀୟ ହାସନ ଆଫଗାନିସ୍ତାନର ଟି -୨୦ ଦଳରେ ୫ ବର୍ଷ ପରେ ଏଣ୍ଟ୍ରି କରିଛନ୍ତି। ନାମ୍ବିଆ ବିପକ୍ଷ ଶେଷ ମ୍ୟାଚରେ ସେ ୯ ରନ ଦେଇ ୩ଟି ଉଇକେଟ୍‌ ନେଇ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ୟର୍କର୍ସ ଏବଂ ବାଉନ୍ସର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ବଡ଼ ବିପଦ ହୋଇପାରନ୍ତି।
ଭାରତରେ ୨୦୧୬ ଟି -୨୦ ବିଶ୍ୱକପରେ ଶେଷ ଥର ପାଇଁ ହମିଦ ଆଫଗାନିସ୍ତାନର ଟି -୨୦ ଦଳର ଏକ ଅଂଶ ଥିଲେ। ଏହା ପରେ ତାଙ୍କୁ ଆଘାତ ଏବଂ ଫିଟନେସ କାରଣରୁ ପଡ଼ିଆଠାରୁ ଦୂରରେ ରହିବାକୁ ପଡିଲା। ଏହି ସମୟରେ ସେ କୋଚିଂ, କମେଣ୍ଟ୍ରି ମଧ୍ୟ କରିଥିଲେ। କିନ୍ତୁ ସେ ଏହି କାମକୁ ପସନ୍ଦ କରୁ ନ ଥିଲେ ଏବଂ ତାଙ୍କ ମନରେ କ୍ରିକେଟ ପଡ଼ିଆକୁ ଫେରିବା ପାଇଁ ସର୍ବଦା ଇଚ୍ଛା ଥିଲା। ୨୦୧୯ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ମାଂସପେଶୀ ଆଘାତ ପାଇବା ପରେ ସେ ହଠାତ୍‌ ଦିନିକିଆ କ୍ରିକେଟ ସହିତ ବିଦାୟ ନେଇଥିଲେ।
ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ହମିଦ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ଆଫଗାନିସ୍ତାନ ଦଳ ବହୁତ ଦକ୍ଷ ଏବଂ ଭାରତକୁ ପରାସ୍ତ କରିବାର ଶକ୍ତି ଅଛି। ଆମର ବୋଲିଂ ଏବଂ ଫିଲ୍ଡିଂ ଏବଂ ବ୍ୟାଟିଂ ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି। ଆମର ଦୁନିଆର ସର୍ବୋତ୍ତମ ସ୍ପିନ ଆକ୍ରମଣ ମଧ୍ୟରୁ ଅନ୍ୟତମ। ଏଭଳି ପରିସ୍ଥିତିରେ ଯଦି ଆମେ ଆମର ଶକ୍ତି ଅନୁଯାୟୀ ଖେଳିବା, ତେବେ ଭାରତକୁ ପରାସ୍ତ କରିବା କଷ୍ଟକର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେମାରଙ୍କ ପାଇଁ ବାଲେ, ଜେମ୍ସଙ୍କ ସହ ୧୦୦ ନିୟୁତ

ପ୍ୟାରିସ,୨୩।୮(ପିଟି): ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟାର ଷ୍ଟ୍ରାଇକର ନେମାର ଜୁନିୟରଙ୍କୁ ଦଳରେ ନେବା ପାଇଁ ବହୁ ଦଳ ଆଗଭର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି...

ପ୍ରେମିକାଙ୍କ ଡ୍ୟାନ୍ସ ଭିଡିଓ ଦେଖି ଏମିତି ପ୍ରତିକ୍ରିୟା ଦେଲେ ପୃଥ୍ବୀ ଶ’

ଭାରତୀୟ ଦଳର ଯୁବ ବ୍ୟାଟ୍ସ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ଶ’ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ସେଠାରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି। ମାତ୍ର ୧୮ ବର୍ଷୀୟ...

ମେସିଙ୍କ ଲୁହର ମୂଲ୍ୟ କୋଟିଏ: ଯେଉଁ ଟିସୁ ପେପରରେ ଲୁହ ପୋଛି ଥିଲେ ତା’ର ମୂଲ୍ୟ ଜାଣିଲେ…

ଫୁଟବଲ୍‌ ଜଗତରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ନାମ କିଏ ବା ନ ଜଣେ। ନିକଟରେ ବାର୍ସିଲୋନାରୁ ଲିଓନେଲ ମେସିଙ୍କ ବିଦାୟ ଘୋଷଣା ସମସ୍ତ ଫୁଟବଲ...

ଇତିହାସ ରଚିଲା ଭାରତ

ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲେ। ବୁଧବାର ଜୟପୁରରେ ଖେଳାଯାଇଥିବା ଏହି...

ପୃଥ୍ବୀ ଶ’ଙ୍କ ଦୁର୍ବଳତା ଜାଣିଦେଲେଣି ବିପକ୍ଷ ଟିମ୍‌, ଆଗାମୀ ଟେଷ୍ଟରେ ଦଳରୁ ବାହାରେ ରହିବେ: ଜାହିର

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍‌ର ପୂର୍ବ ବୋଲର ଜାହିର ଖାନ୍‌ ପୃଥ୍ବୀ ଶ’କୁ ନେଇ ବଡ଼ କଥା କହିଛନ୍ତି। ଆସନ୍ତା ଟେଷ୍ଟରେ ସେ ଦଳରୁ ବାହାରି ପାରନ୍ତି...

ପର୍ନ ଷ୍ଟାର ଜନି ସିନ୍ସଙ୍କ ନାଁରେ ଟ୍ରୋଲ୍‌ ହେଲା ଟିମ୍‌ ଇଣ୍ଡିଆ

ଓ୍ବେଲିଂଟନ, ୨୦।୨: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଶୁକ୍ରବାରଠାରୁ ଘରୋଇ ଦଳ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏଥିପୂର୍ବରୁ...

ଏସିଆ କପ୍‌ ପୂର୍ବରୁ ନୂଆ ଲୁକ୍‌ରେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୬।୮: ଅଗଷ୍ଟ ୧୮ରୁ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ। ଏହାକୁ ନେଇ କେଏଲ୍‌ ରାହୁଲ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଜିମ୍ବାଓ୍ବେ ଗସ୍ତ କରିଛି।...

ହକି ଇଣ୍ଡିଆ ପୁରସ୍କାର ଦୌଡ଼ରେ ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୪।୩- ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ତୃତୀୟ ସଂସ୍କରଣ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ହକି ତାରକା ମାନଙ୍କୁ ପୁରସ୍କାର ଆକାରରେ...

Advertisement
Archives

Model This Week