Posted inଖେଳ

ସଚିନଙ୍କୁ ବୁଢା କହୁଥିଲେ ଏହି କ୍ରିକେଟର୍‌, ସେହ୍ବାଗ ଦେଇଥିଲେ ଉଚିତ୍‌ ଜବାବ

ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ। ତାଙ୍କ କ୍ୟାରିୟର୍‌ରେ ତେନ୍ଦୁଲକର ବିନା କାରଣରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ ଝଗଡା କରୁ ନ ଥିଲେ। କିନ୍ତୁ ଅନେକ ଖେଳାଳି ତେନ୍ଦୁଲକରଙ୍କୁ ସ୍ଲେଜିଂ କରିବାକୁ ପଛାଉ ନ ଥିଲେ। ଥରେ କ୍ରିକେଟ ପଡ଼ିଆରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାଇକେଲ କ୍ଲାର୍କ ସଚିନ ତେନ୍ଦୁଲକରଙ୍କୁ ବୁଢା ବୋଲି କହିଥିଲେ। ସଚିନ ଏହାର କୌଣସି ଉତ୍ତର ଦେଇ ନ ଥିଲେ। କିନ୍ତୁ ତାଙ୍କ ସହ ବ୍ୟାଟିଂ କରୁଥିବା ବୀରେନ୍ଦ୍ର ସେହ୍ବାଗ ଏହାର ଉଚିତ୍‌ ଜବାବ ଦେଇଥିଲେ।
ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଶୋ’ରେ ସେହ୍ବାଗ ଏହାର ଖୁଲାସା କରିଥିଲେ। ସେ କହିଥିଲେ ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚରେ  ମୁଁ ଏବଂ ସଚିନ ବ୍ୟାଟିଂ କରୁଥିଲୁ। ସେତେବେଳେ ଅଷ୍ଟ୍ରେଲିଆ ଦଳରେ ମାଇକେଲ କ୍ଲାର୍କ ନୂଆ ନୂଆ ଏଣ୍ଟ୍ରି କରିଥାନ୍ତି। ବ୍ୟାଟିଂ ସମୟରେ କ୍ଲାର୍କ ସଚିନଙ୍କୁ କ୍ରମାଗତ ଭାବରେ ସ୍ଲେଜିଂ କରୁଥିଲେ।  ତୁମେ ବୃଢା ହୋଇଯାଇଛ। ଏବେ ଆଉ ଫିଲ୍ଡିଂ କରିପାରିବ ନାହିଁ। ଏମିତି କେତେ କ’ଣ କହୁଥିଲେ। ଦୀର୍ଘ ସମୟ ଧରି କ୍ଲାର୍କଙ୍କ କଥା ଶୁଣିବା ପରେ ସେହ୍ବାଗ ତାଙ୍କ ନିକଟକୁ ଯାଇ ପଚାରିଥିଲେ, ତୁମର ବୟସ କେତେ? କ୍ଲାର୍କ ଉତ୍ତରରେ ୨୩ ବର୍ଷ କହିଥିଲେ। ସେହ୍ବାଗ କହିଥିଲେ, ତୁମେ ଜାଣିଛ ଟେଷ୍ଟରେ ସଚିନଙ୍କ ଶତକ ସଂଖ୍ୟା ଆପଣଙ୍କ ବୟସଠାରୁ ଅଧିକ। ଏହା ଶୁଣିବା ପରେ ମଧ୍ୟ ମାଇକେଲ କ୍ଲାର୍କ ସୁଧୁରି ନ ଥିଲେ। ପରେ ସେହ୍ବାଗ ପୁଣି ଥରେ କ୍ଲାର୍କଙ୍କ ନିକଟକୁ ଯାଇ ତାଙ୍କୁ କହିଥିଲେ ଯେ, ତୁମର ବନ୍ଧୁ ତୁମକୁ ପପ୍‌ (କୁକୁର)ବୋଲି ଡାକନ୍ତି? କ୍ଲାର୍କ କହିଲେ ହଁ। ଏହା ପରେ ମାଇକେଲ କ୍ଲାର୍କ ଆପେ ଚୁପ୍‌ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭୫ ବର୍ଷ ପରେ ଭାରତୀୟ କ୍ରିକେଟରେ ଘଟିଲା ଏମିତି

ବ୍ରିସବେନ୍‌,୧୫।୧: ଟେଷ୍ଟ କ୍ରିକେଟରେ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ଦଳ ଦୀର୍ଘ ଦିନ ଧରି କ୍ରିକେଟର ସବୁଠାରୁ ବଡ ଫର୍ମାଟ ଖେଳୁଥିବା ଖେଳାଳିଙ୍କ ଶ୍ରେଷ୍ଠ ଏକାଦଶରେ...

ପାକିସ୍ତାନ ଜର୍ନାଲିଷ୍ଟଙ୍କୁ ଜବାବ ଦେଲେ ଭେଙ୍କଟେଶ ପ୍ରସାଦ

ବାଙ୍ଗଲୋର, ୧୧ା୪- ପୂର୍ବତନ ଭାରତୀୟ ପେସର ଭେଙ୍କଟେଶ ପ୍ରସାଦ ରବିବାର ପାକିସ୍ତାନର ଜଣେ ଜର୍ନାଲିଷ୍ଟଙ୍କୁ ଜବାବ ଦେଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଏବେ ପାଲଟିଛି ଚର୍ଚ୍ଚାର...

ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଧୋନୀ ଯିବେନି

ମୁମ୍ବାଇ,୧୮।୭- ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହ ଯିବେନାହିଁ। ଏହି ଗସ୍ତରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ୩ଟି...

ସେହ୍ବାଗଙ୍କ ଆଇପିଏଲ୍‌ ଏକାଦଶରେ କୋହଲି ଅଧିନାୟକ

ନୂଆଦିଲ୍ଲୀ, ୧୨।୧୧- ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ପ୍ରତିଯୋଗିତା ଶେଷରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ...

‘ହସ ଲାଗେ, ଗୋଟିଏ ଦୁଇଟି ମ୍ୟାଚ୍‌ ଖେଳିଥିବା ଲୋକ ଜ୍ଞାନ ଦେଉଛନ୍ତି’

ନୂଆଦିଲ୍ଲୀ,୨୦।୭: ଦୀର୍ଘଦିନ ଧରି ନିଜର ଖରାପ ଫର୍ମ ସହ ଲଢ଼ୁଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଦେଢ଼ ବର୍ଷ ଧରି ସେ...

ଗିଲ୍‌ଙ୍କୁ ମ୍ୟାଚ ଫି’ର ଶତ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ, ୮ା୧ (ପି.ଟି.)- ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବା ଅଭିଯୋଗରେ କ୍ରିକେଟର ଶୁବମନ ଗିଲ୍‌ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ମ୍ୟାଚ ଫି’ର ଶତପ୍ରତିଶତ ଜରିମାନା...

ବିସିସିଆଇର ଅନ୍ତରୀଣ ସିଇଓ ହେଲେ ହେମଙ୍ଗ ଅମିନ୍‌

ନୁଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ହେମଙ୍ଗ ଅମିନ୍‌ଙ୍କୁ ଏହାର ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରିଛି। ଗତ ସପ୍ତାହରେ ରାହୁଲ...

ଏକଦା ଜୋତା କିଣିବାକୁ ପଇସା ନ ଥିଲା; ଖାଲି ପାଦରେ କରୁଥିଲେ ବୋଲିଂ; ଏବେ ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି…

କରାଚି, ୩୦।୬: ନିକଟରେ ଶେଷ ହୋଇଥିବା ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌) ୨୦୨୧ରେ ସର୍ବାଧିକ ଉଇକେଟ ନେଇ ଚମକିଛନ୍ତି ବୋଲର ଶାହାନଓ୍ବାଜ ଡାହାନି। ସେ ଦଳକୁ ଜିତାଇବାରେ...

Advertisement
Archives

Model This Week