Advertisement
Posted inଖେଳ

ବିଶ୍ୱରେକର୍ଡ ଭାଙ୍ଗି ବାପାଙ୍କ ନାଁ ରଖିଥିଲେ ଏହି କ୍ରିକେଟର୍‌

କ୍ରିକେଟରେ ପ୍ରତି ମ୍ୟାଚ୍‌ରେ ରେକର୍ଡ ସୃଷ୍ଟି ହୁଏ ଏବଂ ଭାଙ୍ଗେ ମଧ୍ୟ। କିନ୍ତୁ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା କଷ୍ଟକର। ଶ୍ରୀଲଙ୍କାର ମହାନ ସ୍ପିନର ମୁଥିୟା ମୁରଲୀଥରନଙ୍କ ୮୦୦ ଟେଷ୍ଟ ଉଇକେଟକୁ କୌଣସି ବୋଲର ଭାଙ୍ଗିବା ସହଜରେ ସମ୍ଭବ ନୁହେଁ। ୨୦୦୮ରେ ମୁରଲୀଧରନ ଭାରତ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ। ୧୩ ବର୍ଷ ପୂର୍ବେ ଆଜି ମୁଥିୟା ମୁରଲୀଥନ ୮୦୦ ଟେଷ୍ଟ ଉଇକେଟ ନେଇ ଇତିହାସ ରଚିଥିଲେ। ତାଙ୍କ ଟେଷ୍ଟ କ୍ୟାରିୟରର ଶେଷ ବଲରେ ମୁରଲୀଥରନ ଗୋଟିଏ ଉଇକେଟ ନେଇଥିଲେ ଏବଂ ଏହା ପରେ କ୍ରିକେଟରୁ ବିଦାୟ ନେଇଥିଲେ। ତାଙ୍କର ୧୮ ବର୍ଷର ଟେଷ୍ଟ କ୍ୟାରିୟରର ଶେଷ ଦିନରେ ମୁରଲୀଥରନ ଭାରତୀୟ ଖେଳାଳି ପ୍ରଜ୍ଞା ଓଝାଙ୍କ ଉଇକେଟ ନେଇ ୮୦୦ ଟେଷ୍ଟ ଉଇକେଟ ନେଇଥିଲେ।
ଶ୍ରୀଲଙ୍କାର କାଣ୍ଡିରେ ଜନ୍ମିତ ମୁରଲିଙ୍କ ପିତା ଏକ ବିସ୍କୁଟ କମ୍ପାନୀରେ କାମ କରୁଥିଲେ। କିନ୍ତୁ ଏହା ସତ୍ତ୍ୱେ ତାଙ୍କ ପୁଅ ବିଶ୍ୱ କ୍ରିକେଟରେ ଏକ ଖ୍ୟାତି ଅର୍ଜନ କରିଥିଲେ। ପିଲାଦିନରୁ ବହୁ କଷ୍ଟ ସହିଥିଲେ ମଧ୍ୟ ଟେଷ୍ଟରେ ମୁରଲୀଥରନ ୮୦୦ ଏବଂ ଦିନିକିଆରେ ୫୩୪ ଉଇକେଟ ନେଇଥିଲେ। ଟି -୨୦ରେ ମଧ୍ୟ ମୁରଲୀଧଥନ ୧୩ ଉଇକେଟ ନେଇଥିଲେ। ଏହିପରି ଭାବରେ ମୁରଲୀଥରନ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୩୪୭ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଖେଳିବାବେଳେ ଚିୟର୍‌ଲିଡର୍ସଙ୍କୁ ପ୍ରେମ କରିବସିଥିଲେ ଏହି ଖେଳାଳି

ଭାରତ ଗସ୍ତରେ ଆସିଛି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ। ଅଧିନାୟକ କ୍ୱିଣ୍ଟନ ଡିକକ୍‌ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜକୁ ବରାବର କରିଛି। ଏବେ ଟେଷ୍ଟ...

କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି କ୍ରିକେଟର: ଭିଡିଓ ଭାଇରାଲ

ଆଇପିଏଲ୍‌ ୨୦୨୦ର ୧୩ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍‌ ମଧ୍ୟରେ ମୁହଁମୁହିଁ ହୋଇଥିଲା। ଏହି ମ୍ୟାଚରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌...

ଭାରତୀୟ ଅଭିନେତ୍ରୀଙ୍କୁ ଅପହରଣ କରିନେଇ ବିବାହ କରିବାକୁ ଚାହୁଁଥିଲେ ଏହି କ୍ରିକେଟର୍‌

ବଲିଉଡ ଏବଂ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ବହୁ ପୁରୁଣା। ବହୁ ପୁରୁଖା କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ ଓ ବିବାହ କରିବା ଖବର ସର୍ବଦା ଚର୍ଚ୍ଚାରେ...

ଛକା ମାରିବାରୁ ବ୍ୟାଟରଙ୍କ ଉପରକୁ ଫୋପାଡ଼ିଲେ ବଲ

ଢାକା,୨୦।୧୧: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ ଆହତ ହୋଇଛନ୍ତି। ହେଲେ ତାଙ୍କ ଆହତ ହେବାର କାରଣ ସାଧାରଣ...

ଟୁଇଟ୍‌ କରି ଜାଡେଜା କହିଦେଲେ ଏଭଳି କଥା, କୋହଲିଙ୍କୁ ନେଇ ବିବାଦ ମଧ୍ୟରେ…

ନୂଆଦିଲ୍ଲୀ,୧୮।୧୧:  ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ...

ଜାତୀୟ ସଫ୍ଟଟେନିସ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୬।୬(ସ୍ପୋଟର୍‌ସ ବ୍ୟୁରୋ)- ମଧ୍ୟପ୍ରଦେଶର ଭୋପାଳଠାରେ ଆସନ୍ତା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ୧୪ତମ ଜାତୀୟ ଜୁନିୟର ସଫ୍ଟଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍‌ରେ...

ଧୋନୀ-କୋହଲି-ପନ୍ତଙ୍କ ମଧ୍ୟରୁ କିଏ ସବୁଠୁ ଭଲ ଅଧିନାୟକ:ଗମ୍ଭୀର କହିଲେ….

ନୂଆଦିଲ୍ଲୀ,୧୦।୧୦: ଆଇପିଏଲ ୨୦୨୧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପ୍ଲେ ଅଫ ଖେଳୁଥିବା ଚାରିଟି ଦଳ ଟାଇଟଲ ଉଠାଇବାକୁ ପ୍ରସ୍ତୁତ ଅଛନ୍ତି। ପ୍ରତ୍ୟେକ ଦଳର...

ଭାରତ ଆଗରେ ୧୫୩ ରନ୍‌ର ଟାର୍ଗେଟ୍‌

ଦୁବାଇ,୨୦।୧୦: ସ୍ଥାନୀୟ ଆଇସିସି ଏକାଡେମୀରେ ବୁଧବାର ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୨୦...

Advertisement
Archives

Model This Week