ଜବାବ ଦେଉନି ସିପିସିବି

ଯାଜପୁର ଅଫିସ,୩୦ା୮: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଫାକର ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ଛାଡ଼ିବା ମାମଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ରେ ଝୁଲିରହିଛି। ଅଭିଯୋଗର ପ୍ରମାଣ ଖୋଦ୍‌ ବେଦାନ୍ତର ଖଣି କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ କଥାବାର୍ତ୍ତାରୁ ମିଳିସାରିଛି। ଏହାସତ୍ତ୍ୱେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରସ୍ତୁତ କରିଥିବା ରିପୋର୍ଟରେ ବେଦାନ୍ତକୁ କ୍ଲିନ୍‌ଚିଟ୍‌ ଦିଆଯାଇଥିଲା। ତାହାକୁ ଏସ୍‌ପିସିବିର ସଦସ୍ୟ ସଚିବ ଗତ ଜୁନ୍‌ ୨୧ ତାରିଖରେ ସିପିସିବିରେ ଦାଖଲ କରିଥିଲେ। ଏନେଇ ଅଭିଯୋଗକାରୀ ଆର୍‌.କେ. ସିଂ ଆପତ୍ତି ଉଠାଇବା ପରେ ସିପିସିବିର ଡିଏଚ୍‌-ପିଆର୍‌-ଡିଭିଜନ ପକ୍ଷରୁ ଏମ୍‌.କେ. ଚୌଧୁରୀ ଗତ ଜୁଲାଇ ୧୩ରେ ଏସ୍‌ପିସିବି ସଦସ୍ୟ ସଚିବଙ୍କୁ ଜବାବ ତଲବ (ପତ୍ରସଂଖ୍ୟା: ସିବି/ପିଆର୍‌/ପିଜି/୨୦୨୧-୨୨) କରିଥିଲେ। କିନ୍ତୁ ଆଜି ଯାଏ ଏସ୍‌ପିସିବି ପକ୍ଷରୁ ଉତ୍ତର ଦିଆଯାଇନାହିଁ। ସିପିସିବି ମଧ୍ୟ ନୀରବିଯାଇଛି। କେବଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୁହେଁ, କେନ୍ଦ୍ର ବୋର୍ଡ ମଧ୍ୟ ନିରବ ରହିବା ବିଷୟ ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଅଭିଯୋଗ ଅନୁସାରେ ଓସ୍ତପାଳ କ୍ରୋମାଇଟ ଖଣି ଗର୍ଭରେ ରହିଥିବା ପ୍ରାୟ ୧୫ ଲକ୍ଷ ଘନମିଟର ବିଷାକ୍ତ ପାଣିକୁ ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଇଟିପି) ବାହାରେ ଡମଶାଳା ନାଳରେ ଛଡ଼ାଯାଇଥିଲା। ଏନେଇ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ ଏବଂ ଯାଜପୁର ଜିଲାପାଳ ଓ ଏସ୍‌ପିସିବିକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଆର୍‌.କେ. ସିଂ ଅଭିଯୋଗ କରିଥିଲେ। ଏହାପରେ ଏସ୍‌ପିସିବି ଜରିଆରେ ଏହି ଅଭିଯୋଗର ତଦନ୍ତ ହୋଇଥିଲେ ହେଁ ବେଦାନ୍ତକୁ ସୁହାଇଲା ଭଳି ରିପୋର୍ଟ ସିପିସିବିଠାରେ ଦାଖଲ ହୋଇଥିଲା। ଏହାପରେ ଅଭିଯୋଗକାରୀ ଆର୍‌.କେ. ସିଂ ୬ା୭ା୨୦୨୧ରେ ସିପିସିବିରେ ଅଭିଯୋଗ କରି ଦର୍ଶାଇଥିଲେ ଯେ, ବେଦାନ୍ତ ଖଣିର ବର୍ଜ୍ୟଜଳ ସିଧାସଳଖ ଡମଶାଳା ନାଳରେ ଛଡ଼ାଯାଇଥିବା ପ୍ରମାଣିତ ହୋଇସାରିଛି। ତେଣୁ ଏସ୍‌ପିସିବିର ତଦନ୍ତ ଅଧିକାରୀ ହୁଏତ କିଛି ଜାଣିନାହାନ୍ତି କିମ୍ବା ସେ ବେଦାନ୍ତ ନିର୍ଦ୍ଦେଶକୁ ଅନୁସରଣ କରି ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ତେଣୁ ଏହାର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କରିବାକୁ ସେ ସିପିସିବିକୁ ଅନୁରୋଧ କରିଥିଲେ। ତଦନୁଯାୟୀ ଅଭିଯୋଗକାରୀଙ୍କୁ ଠିକ୍‌ ଉତ୍ତର ଦେବା ପାଇଁ ସିପିସିବି ପକ୍ଷରୁ ଏସ୍‌ପିସିବିକୁ ନିର୍ଦ୍ଦେଶ ହୋଇଥିଲା, ଯାହାକି କାର୍ଯ୍ୟକାରୀ ହୋଇନାହିଁ। ଇତିମଧ୍ୟରେ ଅଭିଯୋଗକାରୀ ସିଂ ଇମେଲ୍‌ ଯୋଗେ ଏକାଧିକ ଥର ସିପିସିବିଙ୍କୁ ଉତ୍ତର ମାଗିଥିଲେ ହେଁ କୌଣସି ଜବାବ ମିଳୁ ନାହିଁ। ଫାକର ଖଣି କମ୍ପାନୀର ଜେନେରାଲ ମ୍ୟାନେଜର ଏ.କେ. ପାତ୍ର ୨୦୨୦ ନଭେମ୍ବର ୧୩ରେ ବେଦାନ୍ତ ସିଇଓଙ୍କୁ କାଳିଆପାଣି ଥାନାଧିକାରୀ, ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ, ଡିଡିଏମ୍‌ ପ୍ରମୁଖଙ୍କ ପାଇଁ ଇମେଲ୍‌ ଯୋଗେ ମାସିକ ଟଙ୍କା ମାଗିଥିବାବେଳେ ସିପିସିବି ଅଧିକାରୀମାନେ ନିରବ ରହିବା ସନ୍ଦେହ ସୃଷ୍ଟି କରୁଛି। ଏନେଇ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri