ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ ୧୦ରୁ ଊଦ୍ଧର୍‌ବ ଗୋରୁ ବର୍ଜ୍ୟବସ୍ତୁ ଖାଇ ମୃତ୍ୟୁବରଣ କରିଥିଲେ। ଏନଏସି କର୍ତ୍ତୃପକ୍ଷଙ୍କ ଅଣଦେଖା ପାଇଁ ଗୋରୁ ମୃତ୍ୟୁମୁଖରେ ପଡୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ନ ଦେଲେ ଆନ୍ଦୋଳନ କରାଯିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ନୀଳଗିରି ଏନ୍‌ଏସିରେ ପରିବେଶ ସ୍ବଚ୍ଛତା ଆଣିବା ପାଇଁ ୧୩ ଗୋଟି ୱାର୍ଡ଼ରେ ସଫେଇ କାର୍ଯ୍ୟ କରାଯାଇଥାଏ। ପ୍ରତିଦିନ ୱାର୍ଡ଼ରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ଟ୍ରାକ୍ଟର ଯୋଗେ ଜାମୁଡ଼ିହା ପଞ୍ଚାୟତ ମଲିଆଣି ଗ୍ରାମର ମୋରମ ଖାଦାନଠାରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ଗାରବେଜ ମଧ୍ୟରେ ପକାଯାଇଥାଏ। କିନ୍ତୁ ଉକ୍ତ ଗାରବେଜ ଚାରିପାଖରେ ପାଚେରି ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଆଖପାଖ ଗାଁର ଗୋରୁମାନେ ଖାଦ୍ୟ ଅନ୍ବେଷଣରେ ଏଠାରେ ପଡ଼ିଥିବା ବର୍ଜ୍ୟବସ୍ତୁ ଖାଇ ମୃତ୍ୟୁବରଣ କରୁଛନ୍ତି। ଶୁକ୍ରବାର ପରମାନନ୍ଦ ଦାସଙ୍କ ଗୋଟିଏ ଗୋରୁ ବର୍ଜ୍ୟବସ୍ତୁ ଖାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?