ସରିଲା ଗଣତି, ଡଲଫିନ୍‌ ଦେଖାମିଳିଲାନି

ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ଜିଲାରେ ଡଲଫିନ ଗଣନା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ଡଲଫିନ୍‌ର ସନ୍ଧାନ ମିଳି ନ ଥିବା ଜିଲା ବନ ବିଭାଗ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଗଣନା କାର୍ଯ୍ୟ ପାଇଁ ଦୁଇଟି ଟିମକୁ ଆସିଷ୍ଟାଣ୍ଟ ପ୍ରଫେସର ଡ. ମୁନତାଜ ଖାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା। ଗତ ଡିସେମ୍ବର ୧୭ ଓ ୧୮ ତାରିଖରେ ଏହି ଗଣତି ଶେଷ ହୋଇଥିଲା।
ଜିଲାର ଚାନ୍ଦିପୁର, ଜଳେଶ୍ୱର ଏବଂ ନୀଳଗିରି ଆଦି ୩ଟି ରେଞ୍ଜ, ତାଳସାରି ଠାରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣ, ବଳରାମଗଡ଼ିଠାରୁ କାଂଶବାଂଶ ନଦୀ ମୁହାଣ ଏବଂ ବଳରାମଗଡ଼ିରୁ ଚୌମୁଖ ମୁହାଣ , ସାହୁପଡ଼ା ଠାରୁ ଖଣ୍ଡରପଡ଼ା ପର୍ଯ୍ୟନ୍ତ ଡଲଫିନର ସନ୍ଧାନ କରାଯାଇଥିଲା। ହେଲେ ରିପୋର୍ଟରୁ ଯାହା ଜଣାପଡ଼ିଛି ଗୋଟିଏ ବି ଡଲଫିନ୍‌ର ଦେଖାମିଳିନାହିଁ। ତେବେ ଏହି ପ୍ରାଥମିକ ରିପୋର୍ଟକୁ ଭୁବନେଶ୍ୱର ଟିମ୍‌ ଆଉ ଥରେ ତର୍ଜମା କରି ଫାଇନାଲ ରିପୋର୍ଟ ପ୍ରଦାନ କରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବିଗତ ବର୍ଷମାନଙ୍କର ବାଲେଶ୍ୱର ରେଞ୍ଜରେ ଡଲଫିନ୍‌ ଥିବା ଦେଖିବାକୁ ମିଳିଥିଲା। କିଛି ମାସ ତଳେ ଚାନ୍ଦିପୁର ସମୁଦ୍ର ଓ ବାଲିଆପାଳ ଡଗରା ସମୁଦ୍ର କୂଳକୁ ଡଲଫିନ୍‌ ଆସିଥିବା ଦେଖା ଯାଇଥିଲା। ହେଲେ କୌଣସି କାରଣରୁ ଏହି ଡଲଫିନ୍‌ର ମୃତ୍ୟୁ ହୋଇଯାଇଥିଲା। ଦୁଇ ପ୍ରଜାତିର ଡଲଫିନ୍‌ ଏଠାରେ ଦେଖାଯାଇଥାନ୍ତି। ୨୦୧୫ରେ ତାଳସାରୀରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ୫ଟି ବଟଲନୋଜ୍‌ ପ୍ରଜାତିର ଡଲଫିନ୍‌ ଦେଖିବାକୁ ମିଳିଥିଲା। ୨୦୧୬ ଓ ୨୦୧୭ ରେ ଆଦୌ ଦେଖିବାକୁ ମିଳି ନ ଥିଲା। ଦୁଇବର୍ଷ ବ୍ୟବଧାନ ପରେ ଅର୍ଥାତ୍‌ ୨୦୧୮ରେ ତାଳସାରୀରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ୪ଟି ଇରାୱାଡ଼ି ପ୍ରଜାତିର ଡଲଫିନ୍‌ ଦେଖାଯାଇଥିଲା। ସେହିପରି ୨୦୧୯ରେ ବଟଲନୋଜ୍‌ ଡଲଫିନ୍‌ ୨ଟି ଓ ଇରାୱାଡ଼ି ଡଲଫିନ୍‌ ୩ଟି ଦେଖିବାକୁ ମିଳିଥିଲା। ୨୦୨୦ରେ ତାଳସାରୀରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ବଟଲନୋଜ୍‌ ଡଲଫିନ୍‌ ଗୋଟିଏ ଏବଂ ୨୦୨୧ରେ ତାଳସାରୀରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ବଟଲନୋଜ୍‌ ଡଲଫିନ୍‌ ୨ଟି ଦେଖିବାକୁ ମିଳିଥିଲା। ମାତ୍ର ଚଳିତବର୍ଷ ଡଲଫିନ୍‌ ଆଦୌ ଦେଖାଯାଇ ନାହିଁ। ପ୍ରତିକୂଳ ପାଣିପାଗରେ ରହିବା ଓ ଗଭୀର ସମୁଦ୍ର ଭିତରକୁ ଡଲଫିନ୍‌ ପଳାଇ ଯାଇଥିଲେ ସେମାନଙ୍କ ଦେଖା ମିଳି ନ ଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri