ପାରାମାନଙ୍କ ଅବଦାନ

ମାନେକା ଗାନ୍ଧୀ

ପାରାମାନଙ୍କୁ ମୁଁ ଭାରି ଭଲ ପାଏ। ସେମାନଙ୍କ ସ୍ବର ନରମ ଓ ଛନ୍ଦଯୁକ୍ତ। ମୁଁ ସମ୍ମୁଖ ବାରଣ୍ଡାରେ ସେମାନଙ୍କ ପାଇଁ ଗୁଡ଼ିଏ ବାସ୍କେଟ୍‌ ରଖିଛି ଏବଂ ସେମାନେ ସେଠାରେ ଚୁପଚାପ୍‌ ରୁହନ୍ତି। ସେମାନେ ଖାଦ୍ୟ ମାଗନ୍ତି ନାହିଁ- ବୋଧହୁଏ ଦୟାଳୁ ବ୍ୟକ୍ତିମାନେ ଆଖପାଖରୁ ବା ଦୂରରୁ ଆସି ମୋ ଘର ପାଖରେ ପ୍ରତିଦିନ ସେମାନଙ୍କ ପାଇଁ ପକାଉଥିବା ଖାଦ୍ୟ ଖାଇ ତାଙ୍କ ପେଟ ପୂରିଯାଇଥାଏ। ମୋର ବି ପକ୍ଷୀମାନଙ୍କ ପାଇଁ ଚାଉଳ ଓ ଫଳ ରଖାଯାଇଥିବା ଏକ ଟେବୁଲ୍‌ ଅଛି। ସେମାନେ ଯେତେବେଳେ ଚାହିଁବେ ସେଠାରେ ଖାଇ ପାରିବେ।
ମୁମ୍ବାଇ ପୌର କମିଶନର ବୋଧହୁଏ ତାଙ୍କର ସଂକ୍ଷିପ୍ତ କାର୍ଯ୍ୟକାଳ ଭିତରେ ମୁମ୍ବାଇକୁ ପାରାମୁକ୍ତ କରିବା ପାଇଁ ବଦ୍ଧପରିକର ହୋଇଛନ୍ତି। ଯେଉଁମାନେ ପାରାମାନଙ୍କୁ ଘୃଣା କରନ୍ତି ସେମାନେ ଜାଣିବା ଉଚିତ ଯେ ସେମାନେ ଆମ ମଣିଷମାନଙ୍କ ପାଇଁ ବର୍ଷ ବର୍ଷ ଧରି କ’ଣ କରିଛନ୍ତି। ମଣିଷ ସମାଜ ପ୍ରତି ସେମାନଙ୍କ ଅବଦାନ କ’ଣ।
ପାରାଙ୍କୁ ନେଇ ପ୍ରଥମ ଏୟାରମେଲ୍‌ ୧୮୯୬ ମସିହାରେ ନ୍ୟୁଜିଲାଣ୍ଡରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ପିଜନ୍‌-ଗ୍ରାମ୍‌ ସେବା ଭାବରେ ଜଣାଶୁଣା। ସେମାନଙ୍କର ବେଗ ହାରାହାରି ୭୭.୬ ମାଇଲ/ଘଣ୍ଟା, ଏକ ଆଧୁନିକ ବିମାନ ଅପେକ୍ଷା ୪୦% ଧୀର। ପ୍ରତ୍ୟେକ ପାରା ୫ଟି ବାର୍ତ୍ତା ବହନ କରିଥାନ୍ତି ଏବଂ ଏଥିପାଇଁ ସ୍ବତନ୍ତ୍ର ପିଜନ୍‌-ଗ୍ରାମ୍‌ ଷ୍ଟାମ୍ପ ବିକ୍ରି କରାଯାଇଥାଏ।
ପ୍ରଥମ ବିଶ୍ୱଯୁଦ୍ଧରେ ବାର୍ତ୍ତା ପ୍ରେରଣ ପାଇଁ ପାରାଙ୍କୁ ବହୁଳ ଭାବରେ ବ୍ୟବହାର କରାଯାଉଥିଲା। ମାଇନ୍‌ସୁଇପିଂ ବୋଟ୍‌ (ମାଇନ୍‌ ବା ବିସ୍ଫୋରକ ଠାବ କରି ନଷ୍ଟ କରୁଥିବା ନୌବାହିନୀ ବୋଟ୍‌)ଗୁଡ଼ିକ ପାରାମାନଙ୍କୁ ସାଙ୍ଗରେ ନେଇଥାନ୍ତି। ଯଦି କୌଣସି ୟୁ-ବୋଟ୍‌ ଦ୍ୱାରା ସେମାନେ ଆକ୍ରମଣର ଶିକାର ହୁଅନ୍ତି, ତେବେ କେଉଁ ସ୍ଥାନରେ ଆକ୍ରମଣର ଶିକାର ହୋଇ ବୋଟ୍‌ଟି ବୁଡ଼ିଯିବାକୁ ବସିଛି ସେ ସମ୍ପର୍କରେ ଏକ ବାର୍ତ୍ତା ସହିତ ଗୋଟିଏ ପାରାକୁ ମୁକ୍ତ କରିଦିଅନ୍ତି, ଯାହା ଫଳରେ ବୋଟ୍‌ର କର୍ମଚାରୀମାନଙ୍କୁ ଉଦ୍ଧାରକାରୀ ଦଳ ଆସି ବଞ୍ଚାଇବାର ସମ୍ଭାବନା ଥାଏ। ଶତ୍ରୁମାନଙ୍କ ଗତିବିଧି ବିଷୟରେ ଜରୁରୀ ସୂଚନା ପ୍ରଦାନ କରିବାକୁ ନୌବିମାନ (ସିପ୍ଲେନ୍‌)ଗୁଡ଼ିକ ସାଙ୍ଗରେ ପାରା ନେଉଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୟୁରୋପ, ଭାରତ ଓ ବର୍ମାରେ ସକ୍ରିୟ ସେବାରେ ପାରାଙ୍କୁ ବ୍ୟବହାର କରାଯାଉଥିଲା।
ଦୁନିଆର ଶେଷ ପାରା ମେସେଜିଂ ସେବା ଓଡ଼ିଶାରେ ଥିଲା, ଯାହାକୁ ଓଡ଼ିଶା ପୋଲିସ୍‌ କ୍ୟାରିୟର୍‌ ପିଜନ୍‌ ସେବା କୁହାଯାଉଥିଲା ଏବଂ ୮୦୦ ପକ୍ଷୀଙ୍କ ଦ୍ୱାରା ୬୦ ବର୍ଷର ସକ୍ରିୟ ସେବା ପରେ ୨୦୦୬ରେ ଏହାକୁ ବନ୍ଦ କରିଦିଆଗଲା। କ୍ୟାରିୟର ପାରାମାନେ ସାରା ରାଜ୍ୟରେ ଓଡ଼ିଶାର ୪୦୦ ପୋଲିସ ଷ୍ଟେଶନ ମଧ୍ୟରେ ଦୈନିକ ଯୋଗାଯୋଗ ରଖିବାରେ ସାହାଯ୍ୟ କରୁଥିଲେ। ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନେ ଅତ୍ୟାବଶ୍ୟକ ବାର୍ତ୍ତା ବହନ କରିଥିଲେ: ୧୯୭୧ର ବାତ୍ୟା ଏବଂ ୧୯୮୨ର ପ୍ରଳୟଙ୍କରୀ ବନ୍ୟା। ପାରାମାନଙ୍କର ପ୍ରତିକୂଳ ପାଗରେ ଉଡ଼ିବାର କ୍ଷମତା ଯୋଗୁ ଅନେକ ମାନବ ଜୀବନ ରକ୍ଷା ପାଇଥିଲା।
ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ସାଇରସ୍‌ ଦି ଗ୍ରେଟ୍‌ଙ୍କ ଦ୍ୱାରା ଆସିରିୟା ଓ ପର୍ସିଆରେ ପାରା ବାର୍ତ୍ତାବହମାନଙ୍କର ପ୍ରଥମ ନେଟ୍‌ୱର୍କ ପ୍ରତିଷ୍ଠିତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଖ୍ରୀଷ୍ଟପୂର୍ବ ୨୦୦୦ରେ ସେମାନେ ମେସୋପଟାମିଆର ଯୁଦ୍ଧରତ ଗୋଷ୍ଠୀଗୁଡ଼ିକ ପାଇଁ ବାର୍ତ୍ତା ପରିବହନ କରୁଥିଲେ। ଖ୍ରୀଷ୍ଟପୂର୍ବ ୫୩ରେ ସେମାନେ ହାନିବାଲଙ୍କ ବାର୍ତ୍ତା ବହନ କରିଥିଲେ। ଖ୍ରୀଷ୍ଟପୂର୍ବ ୫୮ରୁ ୫୧ ପର୍ଯ୍ୟନ୍ତ ଗଲ୍‌ ଜିତିବା ସମୟରେ ଜୁଲିୟସ୍‌ ସିଜର ପାରାଙ୍କୁ ବ୍ୟବହାର କରିଥିଲେ। ଚାଇନା ଯାତ୍ରା ସମୟରେ ଭାରତୀୟ ଏବଂ ଆରବ ବଣିକମାନେ କ୍ୟାରିୟର ପାରାମାନଙ୍କୁ ବ୍ୟବହାର କରୁଥିଲେ। ଖ୍ରୀଷ୍ଟପୂର୍ବ ୭୭୬ରେ ଅନୁଷ୍ଠିତ ପ୍ରଥମ ଅଲିମ୍ପିକ୍‌ କ୍ରୀଡ଼ାରେ ଭାଗ ନେଇଥିବା ପ୍ରତ୍ୟେକ ଆଥ୍‌ଲେଟ୍‌ ତାଙ୍କ ଗାଁରୁ ଏକ ପୋଷା ପାରା ସାଙ୍ଗରେ ଆଣିଥିଲେ। ଯଦି ସେ ତାଙ୍କ ଇଭେଣ୍ଟରେ ଜିତନ୍ତି, ତେବେ ଉକ୍ତ ପାରା ସେହି ଖବରକୁ ନେଇ ତାଙ୍କ ଘରେ ପହଞ୍ଚାଇଦିଏ।
ଖ୍ରୀଷ୍ଟପୂର୍ବ ୬୩ରୁ ଖ୍ରୀଷ୍ଟାବ୍ଦ ୨୧ ମଧ୍ୟରେ ଗ୍ରୀକ୍‌ ଭୌଗୋଳିକ ଷ୍ଟ୍ରାବୋ ଉଲ୍ଲେଖ କରିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ପୋଷା ପାରା ଭୂମଧ୍ୟସାଗରୀୟ ଉପକୂଳରେ କିଛି ଦୂର ମଧ୍ୟରେ ଉଡି ବହୁ ସଂଖ୍ୟାରେ ମାଛ ଉପକୂଳକୁ ଆସିବା ଖବର ନେଇ ତଟଦେଶରେ ଅପେକ୍ଷା କରିଥିବା ମତ୍ସ୍ୟଜୀବୀଙ୍କୁ ଦେଉଥିଲେ।
ନ୍ୟୁଜ୍‌ ଏଜେନ୍ସି ରଏଟର୍ସ ୧୮୪୦ ଦଶକରେ ଖବର ସରବରାହ କରିବା ପାଇଁ ପାରାଙ୍କୁ ବ୍ୟବହାର କରିଥିଲା। ଟେଲିଗ୍ରାମ୍‌ ଉଦ୍ଭାବନ ହେବା ପରେ ପଲ୍‌ ଜୁଲିୟସ୍‌ ରଏଟରଙ୍କ ପାରାଗୁଡ଼ିକର ସେବା ବନ୍ଦ ହୋଇଗଲା। ୧୮୭୦ ମସିହାରେ ଶତ୍ରୁ ସୈନ୍ୟମାନଙ୍କ ଦ୍ୱାରା ପ୍ୟାରିସ୍‌ ଅବରୋଧ ସମୟରେ ପାରାମାନେ ସମଗ୍ର ଫ୍ରାନ୍ସରେ ବାର୍ତ୍ତା ସରବରାହ କରିଥିଲେ।
୧୯୧୫ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭରେ, ୱେଷ୍ଟର୍ନ ଫ୍ରଣ୍ଟରେ ଦୁଇଟି ପିଜନ କର୍ପସ୍‌ ପ୍ରତିଷ୍ଠା କରାଯାଇଥିଲା, ଯେଉଁଥିରେ ୪ଟି ପାରା ଓ ଜଣେ ହ୍ୟାଣ୍ଡଲର୍‌ ନିଯୁକ୍ତ ଥିବା ୧୫ଟି ପାରା ଷ୍ଟେଶନ୍‌ ରହିଥିଲା। ପିଜନ୍‌ କର୍ପସ୍‌ ଏତେ ସଫଳ ହୋଇଥିଲା ଯେ, ପରେ ଅଧିକ ପକ୍ଷୀଙ୍କୁ ନିଯୁକ୍ତ କରାଯାଇଥିଲା ଏବଂ ଉକ୍ତ ସେବା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା। ଯୁଦ୍ଧ ଶେଷ ସୁଦ୍ଧା ୧୫୦ ମୋବାଇଲ୍‌ ଲଫ୍ଟରେ ୪୦୦ କର୍ମଚାରୀ ଓ ୨୨,୦୦୦ ପାରା ରହିଥିଲେ।
ଚିଠିଗୁଡିକ ଏକ ଛୋଟ ଧାତବ ଖୋଳରେ ରଖି ପାରାର ଗୋଡରେ ବାନ୍ଧି ଦିଆଯାଏ। ତା’ ପରେ ପକ୍ଷୀଟିକୁ ମୁକ୍ତ କରିଦିଆଯାଏ ଏବଂ ଏହା ନିଜ ଲଫ୍ଟକୁ ଫେରି ଆସି ଏକ ଶବ୍ଦ କରି ପହଞ୍ଚିଥିବାର ସୂଚନା ଦିଏ। ଇଂଲଣ୍ଡ ଉପକୂଳରେ ଥିବା ପ୍ରତ୍ୟେକ ଏୟାରଫିଲ୍ଡର ନିଜସ୍ବ ଲଫ୍ଟ ଥିଲା ଯାହାଦ୍ୱାରା ଶତ୍ରୁ ଆକ୍ରମଣ ବା ଅନୁପ୍ରବେଶ ସମୟରେ ପାରାଙ୍କ ଦ୍ୱାରା ବାର୍ତ୍ତା ପଠାଯାଇପାରିବ। ବୋମାବର୍ଷୀ ବିମାନର କର୍ମଚାରୀମାନେ ସାଧାରଣତଃ ଯୋଡ଼ିଏ ପାରା ସାଙ୍ଗରେ ରଖୁଥିଲେ। ଯଦି ଶତ୍ରୁ ଗୁଳିରେ ବିମାନଟି ତଳକୁ ଖସିପଡ଼େ, ତେବେ ସଙ୍ଗେ ସଙ୍ଗେ ପକ୍ଷୀ ବେକରେ ଦୁର୍ଘଟଣା ସ୍ଥଳର ବିବରଣୀ ସହିତ ଏକ ଚିଠି ବାନ୍ଧି ମୁକ୍ତ କରିଦିଆଯାଏ। ପ୍ରଥମ ବିଶ୍ୱଯୁଦ୍ଧରେ ଗୋଇନ୍ଦା ସେବାରେ ଏହି ପକ୍ଷୀଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୪୦ରେ ୟୁରୋପର ଶତ୍ରୁ-ଅଧିକୃତ ଅଞ୍ଚଳରେ ୩୦୦ କ୍ରେଟ୍‌ ପାରା ପକାଯାଇଥିଲା। ପ୍ରତ୍ୟେକ ପକ୍ଷୀକୁ ୧୦ ଦିନର ଖାଦ୍ୟ ସହିତ ଏକ ବାକ୍ସରେ ପ୍ୟାକ୍‌ କରାଯାଇଥିଲା। ବାକ୍ସରେ ନିର୍ଦ୍ଦେଶନାମା ଏବଂ ପ୍ରଶ୍ନାବଳୀ ରଖାଯାଇଥିଲା। ଉଦ୍ଦେଶ୍ୟ ଥିଲା ଯଦି କେହି ସହଯୋଗୀ ବାକ୍ସଟି ପାଆନ୍ତି, ତେବେ ସେ ଶତ୍ରୁମାନଙ୍କ ଗତିବିଧି ବିଷୟରେ ସୂଚନା ସହ ପାରାଟିକୁ ଛାଡ଼ିଦେବେ। ଦ୍ୱିତୀୟ ମହାଯୁଦ୍ଧ ସମୟରେ ୧୬,୫୪୪ ପାରାଙ୍କୁ ପାରାଶୁଟ ମାଧ୍ୟମରେ ଅଧିକୃତ ୟୁରୋପରେ ଛଡ଼ା ଯାଇଥିଲା। ସେଥିମଧ୍ୟରୁ କେବଳ ୧,୮୪୨ ଫେରି ଆସିଥିଲେ।
୧,୦୦,୦୦୦ରୁ ଅଧିକ ବ୍ରିଟିଶ ପାରା ସାମରିକ ସେବାରେ ପ୍ରାଣ ହରାଇଥିଲେ। ରେଡ୍‌ କକ୍‌ ବୁଡ଼ି ଯାଉଥିବା ଜାହାଜର ଗ୍ରୀଡ୍‌ ରେଫରେନ୍ସ ନେଇ ଉଡ଼ିଯାଇଥିଲା ଏବଂ ଜାହାଜର କର୍ମଚାରୀମାନଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିଥିଲା। ଅକ୍ଟୋବର ୧୯୧୮ରେ, ୭୭ତମ ଇନ୍‌ଫ୍ୟାଣ୍ଟ୍ରିର ୫୦୦ ପଦାତିକ ସୈନିକ ଫ୍ରାନ୍ସର ଆର୍ଗୋନରେ ଫସିଯାଇଥିଲେ। ତାଙ୍କ ପାଖରେ ଥିଲା ନା ଖାଦ୍ୟ ନା ଅସ୍ତ୍ରଶସ୍ତ୍ର। ଏଣେ ଶତ୍ରୁ ଆଡ଼ୁ ବୋମାମାଡ଼ ଜାରି ରହିଥାଏ। ମେଜର ଚେର ଆମି ନାମକ ପାରା ସାହାଯ୍ୟରେ ଉଦ୍ଧାର ପାଇଁ ବାର୍ତ୍ତା ପଠାଇଲେ। ପକ୍ଷୀଟି ଶତ୍ରୁର ଗୁଳିମାଡ଼ରେ ଆହତ ହୋଇ ତଳେ ପଡ଼ିଯାଇଥିଲା। ତା’ ପରେ ସେ ପୁଣି ଉଡ଼ିବା ଆରମ୍ଭ କରି ୨୫ ମିନିଟରେ ୨୫ ମାଇଲ୍‌ ଅତିକ୍ରମ କରି ଡିଭିଜନ୍‌ ମୁଖ୍ୟାଳୟରେ ପହଞ୍ଚିଥିଲା। ଫଳରେ ଫସିଥିବା ଲୋକମାନେ ଉଦ୍ଧାର ପାଇଗଲେ। ଛାତିରେ ଗୁଳି ବାଜିବା, ଗୋଟିଏ ଆଖି ନଷ୍ଟ ହୋଇଯିବା ଏବଂ ଗୋଟିଏ ମାତ୍ର ସଂଯୋଜକ ଟିସୁ ଦ୍ୱାରା ଗୋଡ଼ଟି ଝୁଲୁଥିବା ଅବସ୍ଥାରେ ଚେର ଆମି ଏହି ବାର୍ତ୍ତା ପହଞ୍ଚାଇଥିଲା। ଯୁଦ୍ଧ ସମୟରେ ବିରଳ ସାହସିକତା ପାଇଁ ପ୍ରାଣୀଙ୍କୁ ଡିକିନ୍‌ ପଦକ ପ୍ରଦାନ କରାଯାଇଥାଏ। ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ୫୫ଟି ପଦକ ମଧ୍ୟରୁ ପାରାମାନେ ୩୨ଟି ପଦକ ପାଇଛନ୍ତି।
ଅନ୍ୟ ପଶୁଙ୍କ ଅପେକ୍ଷା ପାରାମାନେ ସଙ୍କଟ ସମୟରେ ମନୁଷ୍ୟର ସର୍ବୋତ୍ତମ ବନ୍ଧୁ ଅଟନ୍ତି। ସେମାନେ ଅଳ୍ପ କିଛି ଶସ୍ୟ ପାଇଁ ମଣିଷ ପାଖରେ ନିଜକୁ ଉତ୍ସର୍ଗ କରିଦିଅନ୍ତି। ସେମାନଙ୍କ ଅବଦାନ ଭୁଲିବାର ନୁହେଁ। ଆପଣଙ୍କୁ ସେମାନଙ୍କ ଋଣ ଦିନ ପରେ ଦିନ ପରିଶୋଧ କରିବାକୁ ପଡିବ।

ଇମେଲ: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri