ଜୋରସୋରରେ ଚାଲିଛି ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ କାର୍ଯ୍ୟ

କୋଣାର୍କ,୮।୧୦(ଜ୍ୟୋତିରାଜ ମହାନ୍ତି)ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ପାଇଁ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ଜୋରଦାର ଆଗେଇ ଚାଲିଛି। କୋଣାର୍କ ଏନ୍‌ଏସି ଓ୍ବାର୍ଡ ନଂ. ୧ ଜୁଣେଇ ମୌଜାରେ ‘ସୂର୍ଯ୍ୟମନ୍ଦିର ନିର୍ମାଣ ଶାଳା କମିଟି’ ପକ୍ଷରୁ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ରାଜସ୍ଥାନରୁ ମାର୍ବଲ ପଥର ଅଣାଯାଇ କୁଶଳୀ କାରିଗରମାନେ ବିଭିନ୍ନ ମୂର୍ତ୍ତି ନିର୍ମାଣରେ ନିୟୋଜିତ ହୋଇଛନ୍ତି। କୋଣାର୍କ ଚକ୍ର ଏହି ମନ୍ଦିରର ଶୋଭା ବଢ଼ାଉଛି। ମନ୍ଦିର ନିର୍ମାଣ ସରିଲେ ମନ୍ଦିରରେ ରୀତିନୀତି ଅନୁଯାୟୀ, ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜାର୍ଚ୍ଚନା କରାଯିବ। ୧୨୦୦ ଶତାବ୍ଦୀରେ ରାଜା ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ଅର୍କକ୍ଷେତ୍ରରେ ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ। କାଳକ୍ରମେ ବ୍ରିଟିଶ ଶାସନ ସମୟଠାରୁ ଏଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ବନ୍ଦ ରହିଛି। କୋଣାର୍କ ସୂର୍ଯ୍ୟ ଉପାସନାର ଏକ ଧାର୍ମିକସ୍ଥଳୀ ଭାବେ ବିଶ୍ୱରେ ପ୍ରସିଦ୍ଧ। ଦୀର୍ଘବର୍ଷ ପରେ ସୌରକ୍ଷେତ୍ର କୋଣାର୍କରେ ସୂର୍ଯ୍ୟପୂଜା ପୁନଃ ପ୍ରଚଳନ କରିବାକୁ କୋଣାର୍କ ସମେତ ଭାରତ ବାହାରର ସୂର୍ଯ୍ୟ ଉପାସକ, ସଂସ୍କୃତି ଓ ଧାର୍ମିକ ବିଶାରଦଙ୍କ ମହଲରେ ଦାବି ହୋଇ ଆସୁଥିଲା। ‘ସୂର୍ଯ୍ୟମନ୍ଦିର ନିର୍ମାଣଶାଳା କମିଟି’ର ଅଧ୍ୟକ୍ଷ ମୁକେଶ ଜୈନ କୋଣାର୍କରେ ସୂର୍ଯ୍ୟପୂଜା ନିମନ୍ତେ ଏକ ଭବ୍ୟମନ୍ଦିର ନିର୍ମାଣ କରି ଏଠାରେ ପୁନଃ ସୂର୍ଯ୍ୟ ପୂଜାର୍ଚ୍ଚନା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଭାରତୀୟ ସଂସ୍କୃତିର ମହାନ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ଅର୍କକ୍ଷେତ୍ର କୋଣାର୍କରେ ପୁନଃ ସୂର୍ଯ୍ୟପୂଜା ଆରମ୍ଭ କରାଯାଇ ସୂର୍ଯ୍ୟ ଉପାସକଙ୍କ ନିମନ୍ତେ ଏକ ମହାନ ପ୍ରୟାସ ବୋଲି ଅଧ୍ୟକ୍ଷ ଜୈନ ମତବ୍ୟକ୍ତ କରିଛନ୍ତି। ଗତ ଏପ୍ରିଲ ୫ରେ ଏହି ମନ୍ଦିର ନିର୍ମାଣ ନିମନ୍ତେ ବିଧିବଦ୍ଧ ଭାବେ ଭୂମି ପୂଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri