ଦାରୁଦିଅଁଙ୍କ ପାଇଁ ରଥ ନିର୍ମାଣ ଆରମ୍ଭ

ପୁରୀ ଅଫିସ, ୨୫ା୪: ଆସନ୍ତା ଜୁନ୍‌ ୨୦ରେ ଘୋଷଯାତ୍ରା। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଶୁଭାରମ୍ଭ ହୋଇଛି। ରବିବାର ପବିତ୍ର ଅକ୍ଷୟ ତୃତୀୟାରେ ରଥ କାମ ଅନୁକୂଳ ହେବା ପରେ ସୋମବାରଠାରୁ ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ବିଧିବଦ୍ଧ ଭାବେ ରଥ ନିର୍ମାଣ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ, ପ୍ରଥମ ଦିନରେ ତିନିରଥର ତୁମ୍ବ କାର୍ଯ୍ୟ ଆରମ୍ଭ କରାଯାଇଛି। ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ରଥ ଚକ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନିରଥ ନିମନ୍ତେ ମୋଟ ୪୨ଟି ତୁମ୍ବ ନିର୍ମାଣ ହେବ। ପ୍ରଥମ ଦିନରେ ରଥଖଳାରେ ତିନିରଥର ମୁଖ୍ୟ ମହାରଣାଙ୍କ ସମେତ ଭୋଇ ସେବକ, କରତି ସେବକଙ୍କ ଉପସ୍ଥିତିରେ ତୁମ୍ବ ପାଇଁ ଆବଶ୍ୟକ ଫାସିକାଠରେ ଚିହ୍ନ ଦିଆଯାଇଥିଲା। ପରେ କରତି ସେବକମାନେ ତିନିରଥ ପାଇଁ ଉଦ୍ଦିଷ୍ଟ ଫାସିକାଠକୁ ମାପ ପ୍ରକାରେ ଗଡ଼ କରି ତାଳଧ୍ୱଜ ଚାଳି, ଦର୍ପଦଳନ ଚାଳି ଏବଂ ନନ୍ଦିଘୋଷ ଚାଳିକୁ ଦୁଇଟି ଲେଖାଏ ତୁମ୍ବ ଯୋଗାଇଥିଲେ। ଏହାପରେ ତିନିରଥର ମହାରଣା ତୁମ୍ବ ଗଡ଼ରେ ଘେରମାପ ଚିହ୍ନ ଦେବା ପରେ ମହାରଣାମାନେ ତୁମ୍ବଗଡ଼କୁ ବାରିସିରେ ହାଣି ତିନିରଥ ଲାଗି ଗୋଟିଏ ଲେଖାଏ ତୁମ୍ବ ନିର୍ମାଣ କରିଛନ୍ତି। ସେହିପରି କମାର ସେବକମାନେ ଦୋଳବେଦିଠାରେ ଅସ୍ଥାୟୀ କମାରଶାଳ ପ୍ରସ୍ତୁତ ସହ ପୂଜାର୍ଚ୍ଚନା ସାରିଛନ୍ତି। ଏଠାରେ ତିନିରଥ ପାଇଁ ଆବଶ୍ୟକ କଣ୍ଟା ତିଆରି କରାଯିବ। ତିନିରଥ ପାଇଁ ୪୨ ତୁମ୍ବ ଆବଶ୍ୟକ। ତନ୍ମଧ୍ୟରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପାଇଁ ୧୪, ମା’ ସୁଭଦ୍ରାଙ୍କ ଦେବଦଳନ ରଥ ନିମନ୍ତେ ୧୨ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସକାଶେ ୧୬ଟି ତୁମ୍ବ ନିର୍ମାଣ କରାଯିବ। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ରଥର ତୁମ୍ବ ସାଇଜ ୨ ଫୁଟ ୮ ଇଞ୍ଚ, ସୁଭଦ୍ରାଙ୍କ ରଥର ତୁମ୍ବ ସାଇଜ ୩ ଫୁଟ ରହିବ। ତୁମ୍ବ ନିର୍ମାଣ ପାଇଁ ଫାସିକାଠ ବ୍ୟବହାର ହେବ। ପ୍ରଥମ ଦିନରେ ମହାରଣା ୧୦, ଭୋଇ ସେବକ ୬, କରତି ସେବକ ୪, କମାର ସେବକ ୬ ଏବଂ ରଥ ଖଳା ସହାୟକ ଜଣଙ୍କୁ ମିଶାଇ ମୋଟ ୨୭ଜଣ ନିୟୋଜିତ ଥିଲେ। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି, ଗତବର୍ଷ ଭଳି ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଅନୁରୁୁପ ବ୍ୟବସ୍ଥା କରାଯାଇଛି। ଖଳା ଚାରିପଟେ କନା ଲଗାଯାଇଛି। ଲାଇଟ୍‌ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ତୁମ୍ବ କାର୍ଯ୍ୟ ଚାଲିଛି। ତୁମ୍ବ ପାଇଁ କରତିଆମାନେ ମାପ ଅନୁଯାୟୀ କାଠ କାଟୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି, ପର୍ଯ୍ୟାୟ କ୍ରମେ ରଥଖଳାକୁ ରଥକାଠ ଆସି ପହଞ୍ଚୁଛି। ସମ୍ପ୍ରତି ତୁମ୍ବ ନିର୍ମାଣ ଚାଲିଛି, ଯାହା ଦୁଇ ତିନି ଦିନ ଲାଗିବ। ସେହିପରି କରତି ସେବକ ରଞ୍ଜିତ ମହାରଣା କହିଛନ୍ତି, ତିନିବାଡ଼ରେ ୪ଜଣ କରତି ସେବକ କାମ କରୁଛୁ। ତୁମ୍ବ ପାଇଁ ଚିହ୍ନ ଦେବା ପରେ କାଠ କଟାଯାଇଛି। ପର୍ଯ୍ୟାୟ କ୍ରମେ ତୁମ୍ବ କାଟି ମହାରଣାଙ୍କୁ ଯୋଗାଇଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri