ଦାରୁଦିଅଁଙ୍କ ପାଇଁ ରଥ ନିର୍ମାଣ ଆରମ୍ଭ

ପୁରୀ ଅଫିସ, ୨୫ା୪: ଆସନ୍ତା ଜୁନ୍‌ ୨୦ରେ ଘୋଷଯାତ୍ରା। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଶୁଭାରମ୍ଭ ହୋଇଛି। ରବିବାର ପବିତ୍ର ଅକ୍ଷୟ ତୃତୀୟାରେ ରଥ କାମ ଅନୁକୂଳ ହେବା ପରେ ସୋମବାରଠାରୁ ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ବିଧିବଦ୍ଧ ଭାବେ ରଥ ନିର୍ମାଣ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ, ପ୍ରଥମ ଦିନରେ ତିନିରଥର ତୁମ୍ବ କାର୍ଯ୍ୟ ଆରମ୍ଭ କରାଯାଇଛି। ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ରଥ ଚକ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନିରଥ ନିମନ୍ତେ ମୋଟ ୪୨ଟି ତୁମ୍ବ ନିର୍ମାଣ ହେବ। ପ୍ରଥମ ଦିନରେ ରଥଖଳାରେ ତିନିରଥର ମୁଖ୍ୟ ମହାରଣାଙ୍କ ସମେତ ଭୋଇ ସେବକ, କରତି ସେବକଙ୍କ ଉପସ୍ଥିତିରେ ତୁମ୍ବ ପାଇଁ ଆବଶ୍ୟକ ଫାସିକାଠରେ ଚିହ୍ନ ଦିଆଯାଇଥିଲା। ପରେ କରତି ସେବକମାନେ ତିନିରଥ ପାଇଁ ଉଦ୍ଦିଷ୍ଟ ଫାସିକାଠକୁ ମାପ ପ୍ରକାରେ ଗଡ଼ କରି ତାଳଧ୍ୱଜ ଚାଳି, ଦର୍ପଦଳନ ଚାଳି ଏବଂ ନନ୍ଦିଘୋଷ ଚାଳିକୁ ଦୁଇଟି ଲେଖାଏ ତୁମ୍ବ ଯୋଗାଇଥିଲେ। ଏହାପରେ ତିନିରଥର ମହାରଣା ତୁମ୍ବ ଗଡ଼ରେ ଘେରମାପ ଚିହ୍ନ ଦେବା ପରେ ମହାରଣାମାନେ ତୁମ୍ବଗଡ଼କୁ ବାରିସିରେ ହାଣି ତିନିରଥ ଲାଗି ଗୋଟିଏ ଲେଖାଏ ତୁମ୍ବ ନିର୍ମାଣ କରିଛନ୍ତି। ସେହିପରି କମାର ସେବକମାନେ ଦୋଳବେଦିଠାରେ ଅସ୍ଥାୟୀ କମାରଶାଳ ପ୍ରସ୍ତୁତ ସହ ପୂଜାର୍ଚ୍ଚନା ସାରିଛନ୍ତି। ଏଠାରେ ତିନିରଥ ପାଇଁ ଆବଶ୍ୟକ କଣ୍ଟା ତିଆରି କରାଯିବ। ତିନିରଥ ପାଇଁ ୪୨ ତୁମ୍ବ ଆବଶ୍ୟକ। ତନ୍ମଧ୍ୟରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପାଇଁ ୧୪, ମା’ ସୁଭଦ୍ରାଙ୍କ ଦେବଦଳନ ରଥ ନିମନ୍ତେ ୧୨ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସକାଶେ ୧୬ଟି ତୁମ୍ବ ନିର୍ମାଣ କରାଯିବ। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ରଥର ତୁମ୍ବ ସାଇଜ ୨ ଫୁଟ ୮ ଇଞ୍ଚ, ସୁଭଦ୍ରାଙ୍କ ରଥର ତୁମ୍ବ ସାଇଜ ୩ ଫୁଟ ରହିବ। ତୁମ୍ବ ନିର୍ମାଣ ପାଇଁ ଫାସିକାଠ ବ୍ୟବହାର ହେବ। ପ୍ରଥମ ଦିନରେ ମହାରଣା ୧୦, ଭୋଇ ସେବକ ୬, କରତି ସେବକ ୪, କମାର ସେବକ ୬ ଏବଂ ରଥ ଖଳା ସହାୟକ ଜଣଙ୍କୁ ମିଶାଇ ମୋଟ ୨୭ଜଣ ନିୟୋଜିତ ଥିଲେ। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି, ଗତବର୍ଷ ଭଳି ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଅନୁରୁୁପ ବ୍ୟବସ୍ଥା କରାଯାଇଛି। ଖଳା ଚାରିପଟେ କନା ଲଗାଯାଇଛି। ଲାଇଟ୍‌ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ତୁମ୍ବ କାର୍ଯ୍ୟ ଚାଲିଛି। ତୁମ୍ବ ପାଇଁ କରତିଆମାନେ ମାପ ଅନୁଯାୟୀ କାଠ କାଟୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି, ପର୍ଯ୍ୟାୟ କ୍ରମେ ରଥଖଳାକୁ ରଥକାଠ ଆସି ପହଞ୍ଚୁଛି। ସମ୍ପ୍ରତି ତୁମ୍ବ ନିର୍ମାଣ ଚାଲିଛି, ଯାହା ଦୁଇ ତିନି ଦିନ ଲାଗିବ। ସେହିପରି କରତି ସେବକ ରଞ୍ଜିତ ମହାରଣା କହିଛନ୍ତି, ତିନିବାଡ଼ରେ ୪ଜଣ କରତି ସେବକ କାମ କରୁଛୁ। ତୁମ୍ବ ପାଇଁ ଚିହ୍ନ ଦେବା ପରେ କାଠ କଟାଯାଇଛି। ପର୍ଯ୍ୟାୟ କ୍ରମେ ତୁମ୍ବ କାଟି ମହାରଣାଙ୍କୁ ଯୋଗାଇଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri