ଦିଗପହଣ୍ଡିର ପ୍ରମୁଖ ସେଚ ପ୍ରକଳ୍ପର ସ୍ଥିତି ଦୟନୀୟ

ଦିଗପହଣ୍ଡି,୨୧ା୧୨(ଅଶେଷ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକରେ ଥିବା ପ୍ରମୁଖ ସେଚ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ କୃଷକ ସେଲ ଉପସଭାପତି ବୃନ୍ଦାବନ ଖଟେଇ ବୁଧବାର ସେଚାଞ୍ଚଳ ଗୁଡ଼ିକୁ ପରିଦର୍ଶନରେ ଯାଇଥିଲେ। ଘୋଡାହାଡ ଡ଼୍ୟାମ, କହ୍ନେଇନାଳ, ଗଣିଆନାଳ କ୍ଷୁଦ୍ରସେଚ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ସେଚାଞ୍ଚଳର ଅନେକ ଚାଷୀଙ୍କ ସହ ଏସବୁ ସେଚ ପ୍ରକଳ୍ପ ସମ୍ପର୍କରେ ସବିଶେଷ ଆଲୋଚନା କରି ଫେରିଛନ୍ତି। ଚଳିତ ବର୍ଷର ସ୍ବ୍ବଳ୍ପ ବୃଷ୍ଟିପାତ ଜନିତ ସମସ୍ୟା ଚାଷୀକୁ କେତେ ବାଧିଛି ତାହା ଆଲୋଚନା ବେଳେ ସେ ଜାଣିପାରିଛନ୍ତି। ଦୀର୍ଘ ୪୦ ବର୍ଷ ପରେ ତାହା ଏବେ ସମ୍ପୂର୍ଣ୍ଣ ଶୁଖି ଯାଇଛି। ପ୍ରକଳ୍ପର ପୂର୍ଣ୍ଣ ଜଳଧାରଣର କ୍ଷମତା ୧୧୭.୮୦ ମିଟର। ଏହାର କେଚମେଣ୍ଟ ଏରିଆର ଦୈର୍ଘ୍ୟ ୧୩୮ ବର୍ଗ ମିଟର। ଆଗାମୀ ବର୍ଷା ଋତୁରେ ଯଦି ପ୍ରକଳ୍ପର ଉପରେ ମୁଣ୍ଡରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନହେଲେ ଆଗାମୀ ଖରିଫ ଧାନ ଚାଷ ସମୟରେ ଚାଷୀମାନେ ଜଟିଳ ସମସ୍ୟାରେ ସମ୍ମୁଖୀନ ହେବେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଡ୍ୟାମ ଓଡ଼ିଶାର ଏକ ମାତ୍ର ପାଇଲଟ ପ୍ରକଳ୍ପ ଭାବେ ପରିଗଣିତ ହେଉଥିବା ଏହା ଉପରେ ଦିଗପହଣ୍ଡି ଅଞ୍ଚଳର ଅନେକ ଚାଷୀ ନିର୍ଭର କରିଥାନ୍ତି। ଅନେକ ଧିବର ଶ୍ରେଣୀର ଲୋକ ଏହି ପ୍ରକଳ୍ପରୁ ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ପ୍ରକଳ୍ପ ଶୁଖି ଯାଇଥିବା ଯୋଗୁଁ ଏମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ବେଳେ ବିରଳ ଗୋମୁହା ପ୍ରଜାତିର କୁମ୍ଭୀର ମାନଙ୍କ ବାସସ୍ଥଳୀ ଉଜୁଡି ଯାଇଛି। ଏଣୁ ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏସବୁ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ଛେଳିଗଡ ଜଳସେଚନ ଯୋଜନାକୁ ତୁରୁନ୍ତ କାର୍ଯ୍ୟକରୀ କରିବାକୁ ସେ ଦାବି ଉପସ୍ଥାପନ କରିଛନ୍ତି। ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଚାଷୀମାନଙ୍କ ସହ ସେ ଆଲୋଚନା କରି କହ୍ନେଇନାଳ କ୍ଷୁଦ୍ରସେଚ ପ୍ରକଳ୍ପର ଅବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଗତ ୫୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ସେଚପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ପୋତି ହୋଇପଡିଛି। ଫଳରେ ବଡଡୁମୁଳା ଓ କରପଡା ଗ୍ରାମପଞ୍ଚାୟତର ପ୍ରାୟ ୭ ଶହ ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଏବେ ଅକାମୀ ହୋଇପଡିଛି। ସେହିପରି ବ୍ଲକର ସିଦ୍ଧେଶ୍ୱର, କୋଟିନଡ଼ା, ଗୋକର୍ଣ୍ଣପୁର ଓ ବାସୁଦେବପୁର ପଞ୍ଚାୟତର ୧୧ ଶହରୁ ଉଦ୍ଧର୍‌ବ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଗଣିଆନାଳ କ୍ଷୁଦ୍ରସେଚ ପ୍ରକଳ୍ପର ଅବସ୍ଥା ତଦୃପ। ଉପରୋକ୍ତ ପ୍ରକଳ୍ପ ଗୁଡିକ ସମ୍ପୁର୍ଣ୍ଣ ଶୁଖିଯାଇଥିବାରୁ ସରକାର ଓ ପ୍ରଶାସନ ଜରୁରୀକାଳୀନ ଭିତ୍ତି ରେ ଏଥିପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ସରକାର ଚାଷୀଙ୍କ ରୋଷର ଶିକାର ହେବେ ବୋଲି କୃଷକ ନେତା ବୃନ୍ଦାବନ ଖଟେଇ ପରୋକ୍ଷରେ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri