ଉତ୍ପାଦନ ବଢ଼ୁଥିଲେ ବି ଅଭାବ

ବ୍ରହ୍ମପୁର,୨୧ା୧୨(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ପୂର୍ବାପେକ୍ଷା ମାଛ ଉତ୍ପାଦନ ବଢ଼ିଛି। ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ କମିବାରେ ଲାଗିଛି। ଜିଲାର ଚାହିଦା ପୂରଣ କରିବାରେ ଗଞ୍ଜାମ ଆଉ କେଇ ପାଦ ପଛରେ ରହିଛି।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ତଥ୍ୟ ଅନୁସାରେ ଗଞ୍ଜାମ ଜିଲାକୁ ବର୍ଷକୁ ୭୭ ହଜାର ମେଟ୍ରିକ ଟନ ମାଛ ଆବଶ୍ୟକ ପଡୁଛି। କିନ୍ତୁ ୨୦୨୨-୨୩ ଆର୍ଥିକ ବର୍ଷରେ ଉତ୍ପାଦିତ ହୋଇଛି ୭୧୮୦୫ମେଟ୍ରିକ ଟନ। ୨୦୨୧-୨୨ରେ ୭୦୨୩୬ ହଜାର ମେଟ୍ରିକ ଟନ ମାଛ ଉତ୍ପାଦିତ ହୋଇଥିଲା। ତେବେ ବାର୍ଷିକ ୫ ହଜାର ମେଟ୍ରିକ ଟନ ମାଛ ନିଅଣ୍ଟ ପଡୁଥିବା ସରକାରୀ ସୂତ୍ରରୁ ଆକଳନ କରାଯାଇଛି। କିନ୍ତୁ ବେସରକାରୀ ଭାବେ ଏହା ଆହୁରି ଅଧିକ ହେବ ବୋଲି ବ୍ୟବସାୟୀଙ୍କ ମତ। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି। ମାଛର ଚାହିଦା ପୂରଣ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଏହି ଯୋଜନାରେ ୫ଟି ସ୍କିମରେ ଚାଷୀଙ୍କୁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଜିଲାର ୨୨ ବ୍ଲକରେ ଅନେକ ବ୍ୟକ୍ତିଗତ ପୋଖରୀ ଓ ଗୋଷ୍ଠୀଗତ ପୋଖରୀ ରହିଛି। ଅନେକ ହିତାଧିକାରୀ ମାଛ ଚାଷ କରିଛନ୍ତି। ଆଉ କେତେକ ଗାଁରେ ଗ୍ରାମ୍ୟ ପୋଖରୀଗୁଡିକୁ ନେଇ ବିବାଦ ଦେଖାଦେଉଥିବାରୁ ସେଥିରେ ମାଛ ଚାଷ ହୋଇପାରୁନାହିଁ। ଗ୍ରାମଗୁଡିକରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)କୁ ରୋଜଗାର ଦେବା ପାଇଁ ମାଛ ଚାଷରେ ଅନ୍ତର୍ଭୁକ୍ତ କରାଯାଇଛି। ମତ୍ସ୍ୟଚାଷୀମାନଙ୍କୁ ବିଭାଗ ପକ୍ଷରୁ ବିଭିନ୍ନ କର୍ମଶାଳା ମାଧ୍ୟମରେ ସଚେତନ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରକଳ୍ପ ଖର୍ଚ୍ଚ ଦେଢ଼ ଲକ୍ଷ ଟଙ୍କା ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅନୁଯାୟୀ ଏହା ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ୬୦ ପ୍ରତିଶତ ସବସିଡ ବ୍ୟବସ୍ଥା ବି ରହିଛି। ଗତବର୍ଷ ୨୩୫ ଏସଏଚଜିଙ୍କୁ ମାଛ ଚାଷ ପାଇଁ ଚିହ୍ନଟ କରାଯାଇଥିଲା। ସେମାନେ ୪୫୦.୪୨ ହେକ୍ଟର ପୋଖରୀରେ ମାଛ ଚାଷ କରିଥିଲେ। ସେମାନଙ୍କୁ ୪ କୋଟି ୫ ଲକ୍ଷ ଟଙ୍କା ସବସିଡ ମିଳିଛି। ସେହିପରି କୁଣ୍ଡରେ ମାଛ ଚାଷ କରିବା ସ୍କିମରେ ୨୭୦ ଟ୍ୟାଙ୍କ ଟାର୍ଗେଟ ଥିବାବେଳେ ୨୭୮ ଟ୍ୟାଙ୍କରେ ମାଛ ଚାଷ ହୋଇଛି। ଏହାଦ୍ୱାରା ୬୨ ଚାଷୀ ଲାଭାନ୍ବିତ ହୋଇଛନ୍ତି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ୨୦୧ ଏସଏଚଜିଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ସେହିପରି ଖାରିପାଣି ଚିଙ୍ଗୁଡି ଚାଷ ସ୍କିମରେ କଲଚର ଓ କେପଚର ପଦ୍ଧତିରେ ୬୪୬୪ ମେଟ୍ରିକ ଟନ ଚିଙ୍ଗୁଡି ଉପତ୍ାଦିତ ହୋଇଛି। ଅନ୍ୟ ସ୍କିମରେ ମତ୍ସ୍ୟ ପରିବାରର ୩୫୦ ଛାତ୍ର୍ରୀଛାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଆଉ ଏକ ସ୍କିମରେ ୩୫୦ ଚାଷୀଙ୍କୁ ୬୯.୧୩ ଲକ୍ଷ ଟଙ୍କାର ଜାଲ ପ୍ରଦାନ କରାଯାଇଛି। ସେହିପରି ମତ୍ସ୍ୟ ପୋଖରୀ ଯୋଜନାରେ ୫୨ ଜଣ ଚାଷୀ ୩୦ ହେକ୍ଟର ପୋଖରୀରେ ମାଛ ଚାଷ କରି ଲାଭାନ୍ବିତ ହୋଇଥିବାବେଳେ ୧୧୪.୨୦ ଲକ୍ଷ ଟଙ୍କା ସବସିଡି ପାଇଛନ୍ତି। ଚଳିତବର୍ଷ ୪୫ ହେକ୍ଟର ପୋଖରୀରେ ମାଛ ଚାଷ କରିବା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେଣୁ ମାଛ ଚାଷର ବିକାଶ ହୋଇଛି ବୋଲି ମୁଖ୍ୟ କାର୍ଯ୍ୟାଳୟର ସହକାରୀ ମତ୍ସ୍ୟ ଅଧିକାରୀ ସନ୍ତୋସ୍ମିତା ପ୍ରଧାନ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ କୁହନ୍ତି ଗଞ୍ଜାମରେ ମାଛ ଉତ୍ପାଦନ ବଢ଼ି ଚାଲିଛି। ଲୋକେ ଏବେ ଏହି ଚାଷ କରିବାକୁ ଆଗଭର ହେଲେଣି। ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ବି ଏଥିରେ ସମ୍ପୃକ୍ତ ହେଲେଣି। ଚାହିଦା ତୁଳନାରେ ଯାହା ଅଭାବ ପଡୁଛି ତାହା କିଛି ନୁହଁ। ଆସନ୍ତା ବର୍ଷକୁ ଗଞ୍ଜାମ ଅନ୍ୟ ଜିଲାକୁ ମାଛ ରପ୍ତାନୀ କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପାରମ୍ପରିକ ଆସନ ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ। ଷଷ୍ଠଥର ପାଇଁ ସେ ଏହି...

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri