ଉତ୍ପାଦନ ବଢ଼ୁଥିଲେ ବି ଅଭାବ

ବ୍ରହ୍ମପୁର,୨୧ା୧୨(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ପୂର୍ବାପେକ୍ଷା ମାଛ ଉତ୍ପାଦନ ବଢ଼ିଛି। ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ କମିବାରେ ଲାଗିଛି। ଜିଲାର ଚାହିଦା ପୂରଣ କରିବାରେ ଗଞ୍ଜାମ ଆଉ କେଇ ପାଦ ପଛରେ ରହିଛି।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ତଥ୍ୟ ଅନୁସାରେ ଗଞ୍ଜାମ ଜିଲାକୁ ବର୍ଷକୁ ୭୭ ହଜାର ମେଟ୍ରିକ ଟନ ମାଛ ଆବଶ୍ୟକ ପଡୁଛି। କିନ୍ତୁ ୨୦୨୨-୨୩ ଆର୍ଥିକ ବର୍ଷରେ ଉତ୍ପାଦିତ ହୋଇଛି ୭୧୮୦୫ମେଟ୍ରିକ ଟନ। ୨୦୨୧-୨୨ରେ ୭୦୨୩୬ ହଜାର ମେଟ୍ରିକ ଟନ ମାଛ ଉତ୍ପାଦିତ ହୋଇଥିଲା। ତେବେ ବାର୍ଷିକ ୫ ହଜାର ମେଟ୍ରିକ ଟନ ମାଛ ନିଅଣ୍ଟ ପଡୁଥିବା ସରକାରୀ ସୂତ୍ରରୁ ଆକଳନ କରାଯାଇଛି। କିନ୍ତୁ ବେସରକାରୀ ଭାବେ ଏହା ଆହୁରି ଅଧିକ ହେବ ବୋଲି ବ୍ୟବସାୟୀଙ୍କ ମତ। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି। ମାଛର ଚାହିଦା ପୂରଣ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଏହି ଯୋଜନାରେ ୫ଟି ସ୍କିମରେ ଚାଷୀଙ୍କୁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଜିଲାର ୨୨ ବ୍ଲକରେ ଅନେକ ବ୍ୟକ୍ତିଗତ ପୋଖରୀ ଓ ଗୋଷ୍ଠୀଗତ ପୋଖରୀ ରହିଛି। ଅନେକ ହିତାଧିକାରୀ ମାଛ ଚାଷ କରିଛନ୍ତି। ଆଉ କେତେକ ଗାଁରେ ଗ୍ରାମ୍ୟ ପୋଖରୀଗୁଡିକୁ ନେଇ ବିବାଦ ଦେଖାଦେଉଥିବାରୁ ସେଥିରେ ମାଛ ଚାଷ ହୋଇପାରୁନାହିଁ। ଗ୍ରାମଗୁଡିକରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)କୁ ରୋଜଗାର ଦେବା ପାଇଁ ମାଛ ଚାଷରେ ଅନ୍ତର୍ଭୁକ୍ତ କରାଯାଇଛି। ମତ୍ସ୍ୟଚାଷୀମାନଙ୍କୁ ବିଭାଗ ପକ୍ଷରୁ ବିଭିନ୍ନ କର୍ମଶାଳା ମାଧ୍ୟମରେ ସଚେତନ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରକଳ୍ପ ଖର୍ଚ୍ଚ ଦେଢ଼ ଲକ୍ଷ ଟଙ୍କା ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅନୁଯାୟୀ ଏହା ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ୬୦ ପ୍ରତିଶତ ସବସିଡ ବ୍ୟବସ୍ଥା ବି ରହିଛି। ଗତବର୍ଷ ୨୩୫ ଏସଏଚଜିଙ୍କୁ ମାଛ ଚାଷ ପାଇଁ ଚିହ୍ନଟ କରାଯାଇଥିଲା। ସେମାନେ ୪୫୦.୪୨ ହେକ୍ଟର ପୋଖରୀରେ ମାଛ ଚାଷ କରିଥିଲେ। ସେମାନଙ୍କୁ ୪ କୋଟି ୫ ଲକ୍ଷ ଟଙ୍କା ସବସିଡ ମିଳିଛି। ସେହିପରି କୁଣ୍ଡରେ ମାଛ ଚାଷ କରିବା ସ୍କିମରେ ୨୭୦ ଟ୍ୟାଙ୍କ ଟାର୍ଗେଟ ଥିବାବେଳେ ୨୭୮ ଟ୍ୟାଙ୍କରେ ମାଛ ଚାଷ ହୋଇଛି। ଏହାଦ୍ୱାରା ୬୨ ଚାଷୀ ଲାଭାନ୍ବିତ ହୋଇଛନ୍ତି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ୨୦୧ ଏସଏଚଜିଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ସେହିପରି ଖାରିପାଣି ଚିଙ୍ଗୁଡି ଚାଷ ସ୍କିମରେ କଲଚର ଓ କେପଚର ପଦ୍ଧତିରେ ୬୪୬୪ ମେଟ୍ରିକ ଟନ ଚିଙ୍ଗୁଡି ଉପତ୍ାଦିତ ହୋଇଛି। ଅନ୍ୟ ସ୍କିମରେ ମତ୍ସ୍ୟ ପରିବାରର ୩୫୦ ଛାତ୍ର୍ରୀଛାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଆଉ ଏକ ସ୍କିମରେ ୩୫୦ ଚାଷୀଙ୍କୁ ୬୯.୧୩ ଲକ୍ଷ ଟଙ୍କାର ଜାଲ ପ୍ରଦାନ କରାଯାଇଛି। ସେହିପରି ମତ୍ସ୍ୟ ପୋଖରୀ ଯୋଜନାରେ ୫୨ ଜଣ ଚାଷୀ ୩୦ ହେକ୍ଟର ପୋଖରୀରେ ମାଛ ଚାଷ କରି ଲାଭାନ୍ବିତ ହୋଇଥିବାବେଳେ ୧୧୪.୨୦ ଲକ୍ଷ ଟଙ୍କା ସବସିଡି ପାଇଛନ୍ତି। ଚଳିତବର୍ଷ ୪୫ ହେକ୍ଟର ପୋଖରୀରେ ମାଛ ଚାଷ କରିବା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେଣୁ ମାଛ ଚାଷର ବିକାଶ ହୋଇଛି ବୋଲି ମୁଖ୍ୟ କାର୍ଯ୍ୟାଳୟର ସହକାରୀ ମତ୍ସ୍ୟ ଅଧିକାରୀ ସନ୍ତୋସ୍ମିତା ପ୍ରଧାନ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ କୁହନ୍ତି ଗଞ୍ଜାମରେ ମାଛ ଉତ୍ପାଦନ ବଢ଼ି ଚାଲିଛି। ଲୋକେ ଏବେ ଏହି ଚାଷ କରିବାକୁ ଆଗଭର ହେଲେଣି। ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ବି ଏଥିରେ ସମ୍ପୃକ୍ତ ହେଲେଣି। ଚାହିଦା ତୁଳନାରେ ଯାହା ଅଭାବ ପଡୁଛି ତାହା କିଛି ନୁହଁ। ଆସନ୍ତା ବର୍ଷକୁ ଗଞ୍ଜାମ ଅନ୍ୟ ଜିଲାକୁ ମାଛ ରପ୍ତାନୀ କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri