ଇଡି ସ୍କାନରରେ ବୁର୍ଜ ଖଲିଫା ନିର୍ମାଣ କରିଥିବା କମ୍ପାନୀ, ଜାଣନ୍ତୁ ପୂରା ଘଟଣା…

ଦୁବାଇ,୧ା୯: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇରେ ଥିବା ପ୍ରସିଦ୍ଧ ରିଏଲ ଇଷ୍ଟେଟ କମ୍ପାନୀର ଭାରତୀୟ ୟୁନିଟ୍‌ ଏମାର ଇଣ୍ଡିଆ ବିରୋଧରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏମାର ଇଣ୍ଡିଆ ଲିମିଟେଡ୍‌ ଏବଂ ଏମ୍‌ଜିଏଫ୍‌ ଡେଭଲପ୍‌ମେଣ୍ଟ ଲିମିଟେଡର ଅସ୍ଥାବର ସମ୍ପତ୍ତି ଜବତ କରିଛି। ଯାହାର ମୂଲ୍ୟ ୮୩୪.୦୩କୋଟି ଟଙ୍କା ବୋଲି କୁହାଯାଉଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଏମାର ଇଣ୍ଡିଆ ଏବଂ ଏମ୍‌ଜିଏଫ୍‌ ଡେଭଲପମେଣ୍ଟ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହା ବିଷୟରେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ମାଧ୍ୟମରେ ଇଡି ନିଜେ ପ୍ରଦାନ କରିଛି। କୌତୂହଳର ବିଷୟ, ଏହା ହେଉଛି ସେହି ସମାନ ଫାର୍ମ ଯାହାର ପ୍ୟାରେଣ୍ଟ କମ୍ପାନୀ ଦୁବାଇରେ ବୁର୍ଜ ଖଲିଫା ଦୁନିଆର ସବୁଠୁ ଉଚ୍ଚତମ ଢାଞ୍ଚାରେ ନିର୍ମାଣ କରିଛି। ଦୀର୍ଘ ସମୟ ଧରି ଏହି ବିଲଡିଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

୧୯୯୭ରେ ମହମ୍ମଦ ଅଲ୍ଲବାର ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା। ବର୍ତ୍ତମାନ, ଏହି କମ୍ପାନୀ ବାଣିଜି୍ୟକ ଏବଂ ଆବାସିକ ସମ୍ପତ୍ତି ସହିତ ମଲ୍‌ ଏବଂ ବିଳାସପୂର୍ଣ୍ଣ ହୋଟେଲ ନିର୍ମାଣ କରୁଛି। କମ୍ପାନୀ ଆରମ୍ଭ ସମୟରେ ଏହା ଶତପ୍ରତିଶତ ଦୁବାଇ ସରକାରଙ୍କର ଥିଲାବେଳେ ପ୍ରତିଷ୍ଠାତା ଅଂଶୀଦାରମାନେ ୨୪.୩ ପ୍ରତିଶତ ଅଂଶଧନ ଧାରଣ କରିଥିଲେ। ଆଇପିଓ ପରେ, ଏମାର କମ୍ପାନୀର ବ୍ୟବସାୟ ୨୦୦୦ରେ ଏକ ପବ୍ଲିକ କମ୍ପାନୀ ଭାବରେ ଆରମ୍ଭ ହୋଇଥିଲା।

ଏମାର କମ୍ପାନୀ ସମଗ୍ର ବିଶ୍ୱରେ ରହିଛି। ଏହା ମଧ୍ୟ ଅନେକ ପ୍ରକାରର ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ନ୍ୟୁୟର୍କରେ ୨୦୧୫ର ନୂଆ ବର୍ଷ ଇଭେଣ୍ଟ। ଏହି ଶୋ’ ସେହି ସମୟରେ ଟିଭିରେ ସର୍ବାଧିକ ଦେଖାଯାଇଥିବା ଶୋ’ ଭାବରେ ପରିଗଣିତ ହୋଇଥିଲା। ଏହାର ନାମ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ମଧ୍ୟ ପଞ୍ଜୀକୃତ ହୋଇଥିଲା। ଡିସେମ୍ବର ୨୦୦୦ରେ ଏମାରର ଚେୟାରମ୍ୟାନ ମହମ୍ମଦ ଅଲ୍ଲବାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ପରିଚାଳନା ନିର୍ଦ୍ଦେଶକ ଭାବରେ ସେ ପ୍ରତିଦିନ କମ୍ପାନୀର କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ଏମାରର ମୋଟ୍‌ ସମ୍ପତ୍ତି ହେଉଛି ୨୩.୭୬ ବିଲିୟନ ଡଲାର।

ଏହି ଅନୁଯାୟୀ, ଏମାର ସମ୍ପତ୍ତି ଉପରେ କାର୍ଯ୍ୟ ଭାରତରେ ପ୍ରଥମ ଘଟଣା ନୁହେଁ। ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, ଏମାର କମ୍ପାନୀର ସହାୟକ କମ୍ପାନୀ ଏମାର ଇଣ୍ଡିଆ ଲିମିଟେଡ୍‌ର କିଛି ଅଧିକାରୀ ୨୦୨୩ରେ ଦିଲ୍ଲୀ ପୋଲିସର ଇକୋନୋମିକ୍‌ ଅଫେନ୍ସ ଓ୍ବିଙ୍ଗ୍‌ ନିକଟରେ ଏକ ଠକେଇ ମାମଲାରେ ହାଜର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?