ଉତ୍କଳ ଆଲୁମିନା ଚାରିପଟ ଗ୍ରାମକୁ ସ୍ଥାନାନ୍ତର ଦାବି

ରାୟଗଡ଼ା ଅଫିସ, ୨୯।୯: କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ରାୟଗଡ଼ା ଜିଲା ଟିକିରିସ୍ଥିତ ଉତ୍କଳ ଆଲୁମିନା ଚାରିପଟେ ଥିବା ଗ୍ରାମବାସୀଙ୍କୁ ନେଇ ମଙ୍ଗଳବାର ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆର୍‌ଡିସି ଟି.ଆଓଙ୍କୁ ଭେଟିଛନ୍ତି। କମ୍ପାନୀ ଚାରିପଟେ ରହିଥିବା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ଦାବି କରିଛନ୍ତି। କମ୍ପାନୀ ପ୍ରତିଷ୍ଠାବେଳେ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତିକୁ ଏଯାବତ୍‌ ପୂରଣ କରାଯାଇନି ବୋଲି ସେ ଆର୍‌ଡିସିଙ୍କୁ ଜଣାଇଥିଲେ।
ଟିକିରିର ଦୋରାଗୁଡାରେ ୨୦୦୪ କମ୍ପାନୀ ସ୍ଥାପନବେଳେ ପ୍ରଭାବିତ ହୋଇଥିବା ଦିମୁଣ୍ଡି, ଡ଼ି-କରଳ ଓ କେନ୍ଦୁଖୁଟି ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର, ଜମି ଓ ଘର ହରାଇଥିବା ପରିବାରକୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ କାରଖାନା ସ୍ଥାପନକୁ ୧୭ବର୍ଷ ବିତିଗଲାଣି। କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ଆଜି ଯାଏ ହୋଇପାରିଲା ନାହିଁ। କାରଖାନାକୁ ଲାଗିରହିଥିବା ଗ୍ରାମଗୁଡିକରେ ବାୟୁ, ଶବ୍ଦ, ଜଳ ପ୍ରଦୂଷଣ ହେଉଛି। ଲୋକେ ଅନେକ ରୋଗରେ ପୀଡିତ ହୋଉଛନ୍ତି। ସେହିଭଳି ଆଜିଯାଏ କିଛି ବିସ୍ଥାପିତ ପରିବାରକୁ କମ୍ପାନୀରେ ନିଯୁକ୍ତି ମଧ୍ୟ ମିଳିଲା ନାହିଁ। ଏ ସମସ୍ତ ବିଷୟରେ ହାଇକୋର୍ଟଙ୍କୁ ଅବଗତ ପରେ ଆର୍‌ଡିସିଙ୍କୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀ ଚାରିପଟେ ଥିବା ଗ୍ରାମର ମୌଳିକ ଆବଶ୍ୟତା ପୂରଣ ପାଇଁ ସିଏସ୍‌ଆର୍‌ ପାଣ୍ଠିରୁ ଅର୍ଥ ପ୍ରଦାନ ପାଇଁ ବାରମ୍ବାର ଅବଗତ କଲେ ମଧ୍ୟ କିଛି ଫଳ ମିଳୁନି। ଅଞ୍ଚଳବାସୀ ବାରମ୍ବାର ଜିଲାପାଳ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗୁହାରି କରିବା ସତ୍ତ୍ୱେ କୌଣସି ଫଳ ମିଳୁନାହିଁ ବୋଲି ଗ୍ରାମବାସୀ ଓ ଏମ୍‌ପି ଉଲ୍ଲାକା ଆର୍‌ଡିସିଙ୍କୁ କହିଥିଲେ। ୩ମାସ ମଧ୍ୟରେ ବିସ୍ଥାପିତ ଓ ପାରିପାର୍ଶ୍ୱିକ ବିକାଶ ପରାମର୍ଶଦାତା କମିଟି ବୈଠକ ରାୟଗଡ଼ାରେ କରାଯିବ। ସେଠାରେ ଏହି ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ଆର୍‌ଡିସି ପ୍ରତିଶ୍ରୁତି ଦେଇଥିଲେ।
କମ୍ପାନୀ ପ୍ରତିଷ୍ଠା ହେବା ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ତାହା ପୁରଣ କରୁନି। କମ୍ପାନୀର ଚତୁର୍ପାଶ୍ୱରେ ଆମ ଘର ହୋଇଥିବାରୁ ଶବ୍ଦ ପ୍ରଦୂଷଣ, ଧୁଆ ପ୍ରତିଦିନ ସହ୍ୟ କରିବାକୁ ପଡୁଛି। ପିଲାମାନେ ପାଠ ପଢିବା ପାଇଁ ଅନେକ ଅସୁବିଧା ହେଉଛି। ମାନସିକ ରୂପେ ଦୁର୍ବଳ ହୋଇଗଲୁଣି ବୋଲି ବାରମ୍ବାର ଜିଲା ପ୍ରଶାସନକୁ ଜଣାଇଲୁ। କମ୍ପାନୀ ଏବଂ ଗ୍ରାମକୁ ସଂଯୋଗ କରୁଥିବା ଏକ ଗେଟ ଦେଇ କମ୍ପାନୀ ଭିତରକୁ ଯାଇ କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଲୁ। ଆମ ଉପରେ ଲାଠି ଚାର୍ଜ କରାଯାଇ ତୁରନ୍ତ ଜାଗା ଛାଡିବାକୁ କୁହାଯାଇ ଥିଲା। ଏବେ ଉକ୍ତ ଗେଟକୁ ବନ୍ଦ କରି ଦିଆଗଲା। ଆମକୁ ତୁରନ୍ତ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତ ଦିମୁଣ୍ଡି ଗ୍ରାମର ସୁଶୀଳା ନାୟକ କହିଛନ୍ତି। କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ଡି-କରଳ ଗ୍ରାମ ର ହଳ ଧର ନାୟକ କହିଛନ୍ତି, କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଅଞ୍ଚଳବାସୀଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିଲେ। ରାସ୍ତାଘାଟ, ପାନୀୟ ଜଳ ସମସ୍ୟା ସମାଧାନ ସହ ଦୀର୍ଘ ୧୫ ବର୍ଷ ହେବ ଆମକୁ ସ୍ଥାନାନ୍ତର କରାଯାଉ ବୋଲି ଦାବି କରିଥିଲେ ମଧ୍ୟ ତାହା ପୂରଣ ହେଉ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri