ଗୁଳିମାଡ଼ରେ ସମିତିସଭ୍ୟଙ୍କ ଜୀବନ ଗଲା: ୬ ଅଟକ

କାମାକ୍ଷାନଗର,୨୫ା୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ବାରୁଆଁ ପଞ୍ଚାୟତର ସମିତିସଭ୍ୟ ଦୀପକ ମାହୁନ୍ତ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ବ୍ୟବସାୟିକ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ସନ୍ଦେହରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ, ଦୀପକ ସକ୍ରିୟ ରାଜନୀତିରେ ରହିଥିବା ବେଳେ ବାଲିଘାଟ, ପଥର ଖଣି ଏବଂ ଠିକାଦାରୀ କାର୍ଯ୍ୟରେ ନିୟୋଜିତ ଥିଲେ। ସବୁଦିନ କାମ ସାରି ଅଞ୍ଚଳବାସୀଙ୍କ ସହ ମିଳାମିଶା କରି ବିଳମ୍ବିତ ରାତିରେ ଘରକୁ ଫେରନ୍ତି। ଶୁକ୍ରବାର ସେ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଘରକୁ ଫେରି ନ ଥିଲେ। ଶୁକ୍ରବାର ସକାଳୁ କିଛି ଯୁବକ ଦୌଡ଼ିବା ପାଇଁ ଯାଇଥିବା ବେଳେ ଜାମୁଝରା ଛକ ଠାରେ ଦୀପକଙ୍କ ଗାଡ଼ି (ଓଡି ୦୨ଏନ୍‌ ୦୧୨୨) ଥୁଆ ହୋଇଥିବା ବେଳେ ଦୀପକଙ୍କ ଗାଡ଼ି ପଛେ ପଟେ ରକ୍ତ ଯୋଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ଏହା ଦେଖି ଯୁବକ ମାନେ ତାଙ୍କ ଘରକୁ ଖବର ଦେବାରୁ ତାଙ୍କର ପୁଅ ଦିବ୍ୟ ଦର୍ଶନ ମାହୁନ୍ତ ଘଟଣାସ୍ଥଳକୁ ଆସି ଚିକିତ୍ସା ପାଇଁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ତହସିଲଦାରଙ୍କ ଦସ୍ତଖତ ସମ୍ବଳିତ ୭୫୩୦ ନମ୍ବର ଥିବା ଏକ ଟ୍ରାଞ୍ଜିଟ ପରମିଟ ଏକ ରସିଦ ବହି ପଡ଼ିଥିବାରୁ ତାହା କୌଣସି ପଥର ମାଫିଆ କିମ୍ବା ବାଲି ମାଫିଆ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେ, ତୁମୁସିଙ୍ଗା ଥାନାଧିକାରୀ ଆଶିଷ ଜେନା, ପଣ୍ଡୁଆ ଫାଣ୍ଡି ଅଧିକାରୀ ଶତେପଦ୍ମ। ବିଶ୍ୱାଳ, କାମାକ୍ଷାନଗର ଥାନାଧିକାରୀ ସୁନୀଲ କୁମାର କର ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଦେହରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri