ବୁଗୁଡ଼ା ନୂଆ ବସ୍‌ଷ୍ଟାଣ୍ଡରେ ଶୀତଳ ଜଳ ଯନ୍ତ୍ର ଅକାମୀ

ବୁଗୁଡ଼ା,୨୮।୪(ଡି.ଏନ.ଏ.): ଯାତ୍ରୀମାନଙ୍କୁ ସ୍ବଚ୍ଛ ଓ ଶୀତଳ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ମାତ୍ର ୪ ମାସ ତଳେ ବୁଗୁଡ଼ା ନୂଆଁ ବସଷ୍ଟାଣ୍ଡ ପରିସରରେ ସ୍ଥାପନ କରାଯାଇଥିବା ୱାଟର ଫିଲଟର ଅକାମି ହୋଇପଡିଛି। ଫଳରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ବସକୁ ଅପେକ୍ଷା କରୁଥିବା ଶହ ଶହ ଯାତ୍ରୀଙ୍କ ସମେତ ବସଷ୍ଟାଣ୍ଡ ପରିସରରେ ବ୍ୟବସାୟ କରୁଥିବା ଦୋକାନୀମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ମାତ୍ର କିଛି ମାସ ତଳେ ଏନଏସି ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା ଏହି ଯନ୍ତ୍ର କିଛି ଦିନପରେ ଖରାପ ହୋଇଗଲା। ଅଭିଯୋଗ ପରେ ଏହାକୁ କର୍ତ୍ତୃପକ୍ଷ ମରାମତି କରିବାରୁ ଅଳ୍ପ କେତେ ଦିନ ଚାଲିବା ପରେ ଏବେ ୧୫ ଦିନ ହେଲା ପୁଣି ଖରାପ ହୋଇ ଯାଇଛି। ଅଭିଯୋଗ କଲେ ମଧ୍ୟ କେହି ହେଲେ ଶୁଣୁ ନଥିବା ନେଇ ବସଷ୍ଟାଣ୍ଡର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ପ୍ରବଳ ଉତ୍ତାପରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ପିଇବା ପାଇଁ ପାଣି ଟୋପେ ମିଳୁ ନଥିବାରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଗୁଡ଼ା ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?