ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛି ନଡ଼ିଆ କତା ଶିଳ୍ପ

କଟକ ଅଫିସ,୮ା୩:ବର୍ତ୍ତମାନ ସମୟରେ ନାରୀମାନେ ପୁରୁଷଙ୍କ ଭଳି ପ୍ରତି କ୍ଷେତ୍ରରେ କାର୍ଯ୍ୟ କରି ନିଜର ନୂତନ ପରିଚୟ ସୃଷ୍ଟି କରିବା ସହ ସମାଜରେ ଏକ ସ୍ବତନ୍ତ୍ର ଜାଗା କରିସାରିଲେଣି। ଆଗଭଳି ନାରୀ ଆଉ ଅବଳା ନ ହୋଇ ନିଜ ପାଇଁ ନୂଆ ପଥ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କଟକ ସହରର ଏଭଳି ଏକ ମହିଳା ଗୋଷ୍ଠୀ ଅଛନ୍ତି, ଯାହାକି ନିଜେ କାର୍ଯ୍ୟ କରିବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ନିଯୁକ୍ତ ଦେଇଛନ୍ତି। ଗୋଟିଏ ଛାତ ତଳେ ଏକଜୁଟ ହୋଇ ନଡ଼ିଆ କତାରୁ ପ୍ରସ୍ତୁତ କରୁଛନ୍ତି ପାପଛ, ରଶି ଭଳି ଭିନ୍ନ ଭିନ୍ନ ସାମଗ୍ରୀ। ଯାହାକୁ ବିକ୍ରି କରି ସ୍ବାବଲମ୍ବୀ ହୋଇପାରିଛନ୍ତି ମା’ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ। ଏଥିସହ ପ୍ରାୟ ୭୦୦ରୁ ୮୦୦ ମହିଳାଙ୍କୁ ଏନେଇ ପ୍ରଶିକ୍ଷଣ ଦେଇ ରେଜଗାର ମାଧ୍ୟମ ପାଲଟିଛନ୍ତି। ଏହାବ୍ୟତୀତ ବର୍ତ୍ତମାନ ପ୍ରାୟ ୮୦ ମହିଳା ବିଭିନ୍ନ ସ୍ଥାନରୁ ଏହି ଗୋଷ୍ଠୀ ସହ ଯୋଡ଼ି ହୋଇଛନ୍ତି।
୨୦୦୫ ମସିହାରେ କବିତା ସାହୁ ଏବଂ ତାଙ୍କର ୧୨ଜଣ ସହଯୋଗୀ ମିଶି ନିଜସ୍ବ ଉଦ୍ୟମରେ ଆରମ୍ଭ କରିଥିଲେ ନଡ଼ିଆ କତା ଶିଳ୍ପ। ପରେ ଚାହିଦା ବଢିବାପରେ ଏହାର ନାମ ମା’ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ରଖାଗଲା। ୨ଟି ମେଶିନ ଏକ କୁଇଣ୍ଟାଲ କତା ଏବଂ ଟଙ୍କା ୨୦ ହଜାରରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ କୋଟିଏ ଟଙ୍କାର ବ୍ୟବସାୟରେ ପହଞ୍ଚିଗଲାଣି। ବର୍ତ୍ତମାନ ଏହି ଗୋଷ୍ଠୀ କଟକ ଖପୁରିଆରେ ଇଡ୍‌କୋ ଜମିରେ ଆଶ୍ରୟ ନେଇ ଏହି ବ୍ୟବସାୟ ଚଳାଇଛନ୍ତି। ପୂର୍ବରୁ ମହିଳାମାନେ ହାତ ଚରଖାରେ ପ୍ରସ୍ତୁତ କରୁଥିଲେ କତା ଦଉଡି। ପରେ କତା ତିଆରି ସାମଗ୍ରୀର ଚହିଦା ବଢିବାରୁ ଗୋଷ୍ଠୀ ପକ୍ଷରୁ ଓରମାସରୁ ସାହାଯ୍ୟ ନେଇ ଅତ୍ୟାଧୁନିକ ମେଶିନ ଆଣି କତା ଦଉଡି ପ୍ରସ୍ତୁତ କରିଥିଲେ। ଦଉଡି ବ୍ୟତିତ ଏଠାରେ ମ୍ୟାଟ, ହାତୀ, ଘୋଡା, କଇଁଛ, ଚଢେଇ ବସା, ଫୁଲକୁଣ୍ଡ ଆଦି ଘର ସଜା ଜିନିଷ ପ୍ରସ୍‌ୁତ ହୋଇଥାଏ। ବିଭିନ୍ନ ମେଳାରେ ଏହି ଗୋଷ୍ଠୀର ବେଶ ନଁଁ ରହିଛି। ଏଥିପାଇଁ ଅନେକ ସ୍ଥାନରୁ ଏହି ଗୋଷ୍ଠୀ ପୁରସ୍କୃତ ମଧ୍ୟ ହୋଇଛି।
ନଡ଼ିଆ କତାରୁ ପ୍ରସ୍ତୁତ, କୟାର କ୍ରାଫ୍ଟ ଏକ ବଡ଼ ଦୀର୍ଘ ମିଆଦି ପ୍ରକ୍ରିୟା ହୋଇଥାଏ । ଏହି ଗୋଷ୍ଠି ପିପିଲିରୁ କତା ଆଣି ସେଥିରୁ ମେଶିନରେ ତନ୍ତୁଗୁଡିକ ପୃଥକ କରିଥାଏ। ଏହାପରେ କତାକୁ ଶୁଖିବା ପାଇଁ ରଖାଯାଇ ସ୍ବଦେଶୀ ମେଶିନଗୁଡିକରେ ଦଉଡି ବୁଣାଯାଏ । ଦଉଡିକୁ ରଙ୍ଗ ଦିଆଯାଏ ଏବଂ ସୂକ୍ଷ୍ମ ଭାବରେ ଚାହିଦା ପୂରଣ କରିବା ପାଇଁ ବୁଣାଯାଇଥାଏ। ଏହାବ୍ୟତିତ କତା ଗଣ୍ଡରେ ଅଠା ମିଶାଇ ବଭନ୍ନ ଆକୃତିର ହାତୀ, ଘୋଡା ଆଦି ବୁଣାଯାଏ। ଏହି ଗୋଷ୍ଠୀ ପ୍ରସ୍ତୁତ କରୁଥିବା ଜିନିଷ ରାଜ୍ୟ ତଥା ରାଜ୍ୟ ବାହାରୁ ବମ୍ବେ, ଦିଲ୍ଲୀ, କେରଳ ଆଦି ପଠାଇଥାନ୍ତି। ବ୍ୟବସାୟୀମାନେ ନିଜେ ତାଙ୍କ ପାଖକୁ ଆସି ଜିନିଷ କିଣିବା ସହ ସିଧାସଳଖ କାରବାର କରୁଛନ୍ତିି। ଏଥିସହିତ ବର୍ଷସାରା ରାଜ୍ୟରେ ଯେଉଁ ସବୁ ମେଳା ମହୋତ୍ସବ ଆୟୋଜନ ହୋଇଥାଏ ସେଠାରେ ମଧ୍ୟ ସେ ଷ୍ଟଲ ପକାଇ ତାଙ୍କ ଦ୍ୱାରା ନିର୍ମିତ ହେଉଥିବା ସାମଗ୍ରୀ ବିକ୍ରି କରନ୍ତି। ୧୦ ଟଙ୍କାରୁ ଆରମ୍ଭ କରି ୧୪ ଶହ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀଗୁଡିକର ମୂଲ୍ୟ ରହିଛି ।

ବହୁ ସଂଘର୍ଷ କରି ଏହି କାର୍ଯ୍ୟ ଆରମ୍ଭ କରିଥିଲୁ। ଏଥିପାଇଁ ଓରମାସ ତରଫରୁ ଅଳ୍ପ କିଛି ସହାୟତା ମିଳୁଥିଲେ ମଧ୍ୟ ଯଦି ଆଗକୁ ଓଡ଼ିଶା ସରକାର ଆଉ କିଛି ସହାୟତା ଯୋଗାଇଦେବେ ତେବେ ମହିଳାମାନେ ଆହୁରି ଆତ୍ମନିର୍ଭରଶୀଳ ହୋଇପାରିବେ। ତେବେ ଏହି ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ନେଇଯିବାର ଲକ୍ଷ୍ୟ ରହିଛି।
କବିତା ସାହୁ, ଗୋଷ୍ଠୀ ମୁଖ୍ୟ

୨୦୦୫ରେ କବିତା ଦିଦିଙ୍କ ସହ ମିଶି ଏହି କାର୍ଯ୍ୟ ଆରମ୍ଭ କରିଥିଲୁ। ପ୍ରାରମ୍ଭିକ ସ୍ତରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ହେଲେ ସଂଘର୍ଷ କରି ଏବେ ଆମେ ଏହି ସ୍ଥାନରେ ପହଞ୍ଚି ପାରିଛୁ ା ନଡିଆ କତା ଶିଳ୍ପ ଦ୍ୱାରା ମୋ ଘର ଚଳୁଛି କହିଲେ ଅତୃପ୍ତି ହେବ ନାହିଁ।
ସୁଜାତା ସାହୁ, ସଭାପତି

୧୭ବର୍ଷ ହେବ ମୁଁ ଏହି କାର୍ଯ୍ୟରେ ନିୟୋଜିତ ଅଛି। ଘରର ଆର୍ଥିକ ସ୍ଥିତିକୁ ଦେଖି ରୋଜଗାର ପାଇଁ ପଦାକୁ ଗୋଡ଼ କାଢିଥିଲି । ଏଥିପାଇଁ ଅନେକ ଟାହି ଟାପରା ସହିଥିଲି। ଶେଷରେ ମୋ ଲକ୍ଷ୍ୟକୁ ପୂରଣ କରିପାରିଛି। ଯାହାଦ୍ୱାର ମୋ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଛି ।
ସୁକାନ୍ତି ବେହେରା, ସଦସ୍ୟା

ସ୍ବାମୀଙ୍କ ଦେହ ଅସୁସ୍ଥ ସମୟରେ ଘରେ ଆର୍ଥତ୍କ ପରିସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ସେହି ସମୟରେ ମୁଁ ଆସି କବିତା ଦିଦିଙ୍କ ସହ ଯୋଡି ହେଲି। ଏହାପରେ ପ୍ରଶିକ୍ଷିତ ହୋଇ କତାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ଆରମ୍ଭ କରିଦେଲି। ଏହାଦ୍ୱାରା ଘରର ଆର୍ଥତ୍କ ପରିସ୍ଥିତିରେ ସାମନ୍ୟ ସୁଧାର ଆସିବାରେ ଲାଗିଲା ଏବଂ ମୋର ଏହି କାର୍ଯ୍ୟପ୍ରତି ଆଗ୍ରହ ମଧ୍ୟ ବଢିବାରେ ଲାଗିଲା।
ସଂଯୁକ୍ତା ସାହୁ, ସଦସ୍ୟା

ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri