ଉପକୂଳରୁ ଉପାନ୍ତ ସବୁଠି ତାତି

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ଉତ୍ତପ୍ତ ହୋଇଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ଦେଖାଦେଇଛି। ଗତ ୨-୩ ଦିନ ହେବ ପାରଦ ଉପରମୁହଁା ହୋଇଥିବାବେଳେ ଅସହ୍ୟ ଝାଞ୍ଜି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦିନ ୧୧ଟା ପରେ ବାହାରେ ରହିବା ମୁସ୍କିଲ ହୋଇପଡୁଛି। ଗୁରୁବାର ରାଜ୍ୟର ୩ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଏବଂ ୮ଟି ସହର ୩୯ ଡିଗ୍ରୀ ଟପିଯାଇଛି। ବଲାଙ୍ଗୀରର ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ୪୦, ଝାରସୁଗୁଡ଼ା ୩୯.୨, ସମ୍ବଲପୁର ୩୯.୧, ଭବାନୀପାଟଣା ୩୯.୪, ଟିଟିଲାଗଡ଼ ୩୯.୬, ସୋନପୁର ୩୯.୨, ନୟାଗଡ଼ ୩୯, ଅନୁଗୋଳ ୩୮.୭, ତାଳଚେର ୩୮, ଭଦ୍ରକ ୩୭.୬, ଯାଜପୁର ୩୭.୨ ଫୁଲବାଣୀ ୩୭.୬, ହୀରାକୁଦ ୩୭.୯ ଏବଂ ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୭.୫ ଡିଗ୍ରୀ ସେଲ୍‌ସିୟସ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ ଏବଂ ସମ୍ବଲପୁରରେ ପ୍ରବଳ ତାତି ଅନୁଭୂତ ହେବ। ଏ ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ସତର୍କ ରହିବା ଏବଂ ଅଂଶୁଘାତ ମୁକାବିଲା ଲାଗି ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି।
ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଡେଇଁବା ସରକାରଙ୍କ ଚିନ୍ତା ବଢ଼ାଇଛି। ଏହାର ମୁକାବିଲା ଲାଗି ଗୁରୁବାର ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ରାଜ୍ୟସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପାନୀୟଜଳ ଯୋଗାଣ, ଡାକ୍ତରଖାନାରେ ଅଂଶୁଘାତ ଚିକିତ୍ସା, ଜଙ୍ଗଲ ନିଅଁା ନିରୋଧ ବ୍ୟବସ୍ଥାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପାନୀୟ ଜଳ ଉତ୍ସ ବିଶୁଦ୍ଧୀକରଣ, ନିୟମିତ ଯାଞ୍ଚ, ଆବଶ୍ୟକ ସ୍ଥଳେ ମରାମତି କରିବା ଲାଗି କୁହାଯାଇଛି। କୂଅ, ନଳକୂପ ନିକଟରେ ବୁଲାପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ବ୍ୟବସ୍ଥା, ଜଙ୍ଗଲରେ ପ୍ରବାହିତ ଝରଣାରେ ବାଲି ବସ୍ତା ଦେଇ ଛୋଟ ଆଡିବନ୍ଧ ନିର୍ମାଣ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ବିପର୍ଯ୍ୟୟ ମୁକାବିଲା ଗ୍ରୁପ୍‌ଗୁଡ଼ିକ ଦୈନିକ ବୈଠକ କରି ପ୍ରସ୍ତୁତିର ଅନୁଶୀଳନ କରିବା, ଗ୍ରୀଷ୍ମପ୍ରବାହ ସମ୍ପର୍କରେ ଆଗୁଆ ସତର୍କ ସୂଚନା ପ୍ରସାରଣ, ସଚେତନତା ସୃଷ୍ଟିରେ ଗଣମାଧ୍ୟମ, ସ୍ବେଚ୍ଛାସେବୀ ସଂଘ, ପଞ୍ଚାୟତିରାଜ ଅନୁଷ୍ଠାନ, ଗ୍ରାମ୍ୟଗୋଷ୍ଠୀକୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି, ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ଫେବୃୟାରୀରୁ ଏସ୍‌ଓପି ଜାରି କରାଯାଇଛି। ସମ୍ପୃକ୍ତ ବିଭାଗ ପ୍ରସ୍ତୁତି ଯୋଜନାର ଅଗ୍ରଗତି ବିଷୟରେ ନିୟମିତ ଭାବେ ସ୍ବତନ୍ତ୍ର ରିଲିଫ୍‌ କମିଶନଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବା ପାଇଁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଅଙ୍ଗନଓ୍ବାଡି ଏବଂ ଆଶାକର୍ମୀଙ୍କ ପାଖରେ ଓଆର୍‌ଏସ୍‌ ପ୍ୟାକେଟ ମହଜୁଦ ରଖିବା, ପଶୁପକ୍ଷୀଙ୍କ ନିମନ୍ତେ ଜଳ ବ୍ୟବସ୍ଥା, ଶ୍ରମିକଙ୍କ କାର୍ଯ୍ୟସ୍ଥଳୀରେ ଜଳ ଓ ବିଶ୍ରାମସ୍ଥଳ ନିର୍ମାଣ, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରର ସମୟ ନିର୍ଘଣ୍ଟରେ ଆବଶ୍ୟକ ପରିବର୍ତ୍ତନ, ଯାତ୍ରୀବାହୀ ଯାନବାହନରେ ପାଣି, ଭିଡ଼ ନିୟନ୍ତ୍ରଣ, ଫାଷ୍ଟଏଡ୍‌ ବ୍ୟବସ୍ଥା, ନିରନ୍ତର ବିଦ୍ୟୁତ୍‌ ଯୋଗାଣ, କେନାଲରେ ପାଣି ଛାଡ଼ିବା ଆଦି ବିଷୟରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?