ଉପକୂଳ ପାଲଟିଛି ନିଶା ବ୍ୟବସାୟୀଙ୍କ ଚାରଣ ଭୂଇଁ

ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ବୃଦ୍ଧି ପାଉଛି ବେଆଇନ ନିଶା ବ୍ୟବସାୟ। ସ୍ଥାନୀୟ ବ୍ୟବସାୟୀମାନେ ବେଆଇନ ଭାବେ ଖୁଲମ୍‌ଖୁଲା ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏମାନେ ଦେଶୀ ମଦ ମଧ୍ୟରେ ହାଣ୍ଡିଆ, ମହୁଲି , ଜଳା ଆଦି ( ଦୁଇ ଶହ ଗ୍ରାମ ଛୋଟ ଛୋଟ ଜରି ପ୍ୟାକେଟ)ରେ ପ୍ରସ୍ତୁତ କରାଯାଇ କାର୍ଟୁନ୍‌, ବଡ ବଡ ପ୍ଲାଷ୍ଟିକ ଜାରକିନ୍‌ରେ ସତର୍କତା ସହ ବିଭିନ୍ନ ଗାଡ଼ିରେ ବିଳମ୍ବିତ ରାତିରେ ବାହାରକୁ ଚାଲାଣ କରୁଛନ୍ତି। ଅପରପକ୍ଷରେ ଅଭାବୀ ଶ୍ରେଣୀର ଶ୍ରମିକ ନିଶାଡିମାନେ କମ୍‌ ମୂଲ୍ୟରେ ନିଶା ସେବନ କରୁଛନ୍ତି। ଫଳରେ ଅନେକ ସମୟରେ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ନିଶା ଖାଉଥିବା ବ୍ୟକ୍ତିମାନେ ପେଟ, ଯକୃତ ରୋଗରେ ପୀଡ଼ିତ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡ଼ନ୍ତି ବୋଲି କୁହାଯାଇଛି।
ବ୍ଲକର ବଉଳକଣି, ନାଞ୍ଜୁରା, ପେଟଛେଲା, ଖରିନାସୀ( ବାର ନମ୍ବର ), ଜମ୍ବୁ, ସୁନୀତି ଆଦି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖୁଲମଖୁଲା ନିଶା ବ୍ୟବସାୟ ହେଉଛି। ତେବେ ହାଣ୍ଡିଆ ପ୍ରସ୍ତୁତ ହେଉଥିବା ବାଖରା ( ପାଳୁଅ ଗଛ ଚେର)କୁ ସଂଗ୍ରହ କରାଯାଇ ଅରୁଆ ଚାଉଳ ଚୂନାକୁ ଖରାରେ ଶୁଖା ଯାଇ ପରେ ମିଶ୍ରିତରେ ହାଣ୍ଡିଆ ପ୍ରସ୍ତୁତ କରାଯାଇଥାଏ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ମହୁଲ ଫୁଲ ସୁଦୂର ମୟୂରଭଞ୍ଜ ଅଞ୍ଚଳର କେତେଜଣ ବ୍ୟବସାୟୀ ଜଙ୍ଗଲରୁ ସଂଗ୍ରହ କରି ଏହି ଅଞ୍ଚଳର ବ୍ୟବସାୟମାନଙ୍କୁ ବିକ୍ରୟ କରୁଛନ୍ତି। ଏହି ମହୁଲ ଫୁଲରୁ ମଦ ପ୍ରସ୍ତୁତ କରାଯାଇଥାଏ। ଅନ୍ୟ ଏକ ପ୍ରମୁଖ ଦେଶୀ ମଦ କୁହାଯାଉଥିବା ଗୁଡ଼ ପୋଚ୍‌ରେ ଜାରକା ଟାବଲେଟ୍‌ ମିଶ୍ରିତରେ ରନ୍ଧା ଯାଇ (ଜଳା) ପ୍ରସ୍ତୁତ କରାଯାଇଥାଏ ବୋଲି ସ୍ଥାନୀୟ ଅଞ୍ଚଳର ଜଣେ ନିଶା ବ୍ୟବସାୟୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଗୁଡ଼ିକ ବଡ ବଡ ରସ ହାଣ୍ଡି, ପ୍ଲାଷ୍ଟିକ ଡ୍ରମ, ଜାରକିନ ଆଦିରେ ଦେଶୀ ମଦକୁ ରଖାଯାଇ ମାଟିରେ ପୋତି ଦିଅନ୍ତି। ଏହି ଦେଶୀ ମଦ ଜଳା ଲିଟର ପ୍ରତି ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ। ଏହାକୁ କେତେଜଣ ବ୍ୟବସାୟୀ ଚଢ଼ା ଦରରେ ବାହାର ମାର୍କେଟ ତଥା ପାରାଦୀପ, କୁଜଙ୍ଗ, କେନ୍ଦ୍ରାପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ, ପାଟକୁରା, ଡେରାବିଶ, ଚଣ୍ଡିଖୋଲ ଆଦି ଅଞ୍ଚଳକୁ ବିଳମ୍ବିତ ରାତିରେ ପିକ୍‌ଅପ୍‌ ଭ୍ୟାନ ଓ ଜଳପଥ ଦେଇ ଡଙ୍ଗାରେ ଚାଲାଣ କରିଥାନ୍ତି। ଅପରପକ୍ଷରେ ପଶ୍ଚିମବଙ୍ଗ ଆଦି ଅଞ୍ଚଳକୁ ଚାଲାଣ କରିଥାନ୍ତି ବୋଲି ଅଭିଯୋଗ ହେଉଛି। ଅଞ୍ଚଳର ଅନେକ ଯୁବ ବର୍ଗ ବିଦେଶୀ ମଦଠାରୁ କମ୍‌ ମୂଲ୍ୟରେ ଏହି ଦେଶୀ ରନ୍ଧା ମଦ ନିକଟରେ ଉପଲବ୍ଧ ହେଉଥିବାରୁ ଏମାନେ ଲୁଚି ଛପି ପାନକରୁଥିବା ଦେଖିବାକୁ ମିଳିଛି। ସକାଳୁଠାରୁ ସା ପର୍ଯ୍ୟନ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ଗଢ଼ି ଉଠିଥିବା ହାଣ୍ଡିଆ ଭାଟିରେ ଯୁବକମାନଙ୍କ ଭିଡ଼ ଜମୁଛି। ଏହାକୁ ସେବନ କରିବା ଦ୍ୱାରା ଯୁଗବର୍ଗ ପଥଭ୍ରଷ୍ଟ ହେଉଛନ୍ତି। ଫଳରେ ଅଞ୍ଚଳରେ ଚୋରି, ଡକାୟତ, ରାହାଜାନି ଭଳି ସମସ୍ୟା ଏବେ ମୁଣ୍ଡ ଟେକିଲାଣି। ସଞ୍ଜ ନଇଁଲେ ବତିଘରଠାରୁ ଖରିନାସୀ, ରାମନଗର, ପେଟଛେଲା ମୁଖ୍ୟରାସ୍ତାର ଗୁପ୍ତଗିରି ସେତୁ ଉପରେ ନିଶା ଖାଉଥିବା ବ୍ୟକ୍ତିମାନେ ବିଳମ୍ବତ ରାତି ପର୍ଯ୍ୟନ୍ତ ଆଡ୍ଡା ଜମାଉଛନ୍ତି। ଏହି ରାସ୍ତା ଦେଇ ପଥଚାରୀ, ମହିଳାମାନେ ଯିବାକୁ ନିଜକୁ ଅସୁରକ୍ଷିତ ମଣିଲେଣି। ସେହିପରି ଜମ୍ବୁ, ବାବର-ଜଗରୀ ଜୋର୍‌ ହାଟ, ତନ୍ତିଆପାଳାଠାରୁ ବାବର, ଓରତଘାଟଠାରୁ ଜାଳକଣା ସେତୁ, ଜମ୍ବୁ ଲିକଠାରୁ ମଳାଢ଼ି ଗଡା, ତେର ଗଁା ଘାଟଠାରୁ ମହାକାଳପଡ଼ା ଗଡା, ଓସ୍ତର ହାଟରୁ ଯଦୁପୁର, ବଉଦ ଗଡାଠାରୁ ନୀଳାଚଳ ବଜାର ପର୍ଯ୍ୟନ୍ତ ନିଶା ବ୍ୟବସାୟ ଖୁଲମଖୁଲା ହେଉଛି। ସ୍ଥାନୀୟ ପୋଲିସ ଓ ଜିଲା ଅବକାରୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ଏହି ବେଆଇନ ନିଶା ଚାଲାଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଅଞ୍ଚଳର ବୁଦ୍ଧିଜୀବୀ, ସ୍ବୟଂ ସହାୟକ ମହିଳା ସଙ୍ଗଠନ, ସାମାଜିକ କର୍ମୀ, ଶିକ୍ଷାବିତ୍‌ ବିରଞ୍ଚତ୍ ନାରାୟଣ ଦାସ, ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri