ଉପକୂଳ ପାଲଟିଛି ନିଶା ବ୍ୟବସାୟୀଙ୍କ ଚାରଣ ଭୂଇଁ

ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ବୃଦ୍ଧି ପାଉଛି ବେଆଇନ ନିଶା ବ୍ୟବସାୟ। ସ୍ଥାନୀୟ ବ୍ୟବସାୟୀମାନେ ବେଆଇନ ଭାବେ ଖୁଲମ୍‌ଖୁଲା ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏମାନେ ଦେଶୀ ମଦ ମଧ୍ୟରେ ହାଣ୍ଡିଆ, ମହୁଲି , ଜଳା ଆଦି ( ଦୁଇ ଶହ ଗ୍ରାମ ଛୋଟ ଛୋଟ ଜରି ପ୍ୟାକେଟ)ରେ ପ୍ରସ୍ତୁତ କରାଯାଇ କାର୍ଟୁନ୍‌, ବଡ ବଡ ପ୍ଲାଷ୍ଟିକ ଜାରକିନ୍‌ରେ ସତର୍କତା ସହ ବିଭିନ୍ନ ଗାଡ଼ିରେ ବିଳମ୍ବିତ ରାତିରେ ବାହାରକୁ ଚାଲାଣ କରୁଛନ୍ତି। ଅପରପକ୍ଷରେ ଅଭାବୀ ଶ୍ରେଣୀର ଶ୍ରମିକ ନିଶାଡିମାନେ କମ୍‌ ମୂଲ୍ୟରେ ନିଶା ସେବନ କରୁଛନ୍ତି। ଫଳରେ ଅନେକ ସମୟରେ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ନିଶା ଖାଉଥିବା ବ୍ୟକ୍ତିମାନେ ପେଟ, ଯକୃତ ରୋଗରେ ପୀଡ଼ିତ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡ଼ନ୍ତି ବୋଲି କୁହାଯାଇଛି।
ବ୍ଲକର ବଉଳକଣି, ନାଞ୍ଜୁରା, ପେଟଛେଲା, ଖରିନାସୀ( ବାର ନମ୍ବର ), ଜମ୍ବୁ, ସୁନୀତି ଆଦି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖୁଲମଖୁଲା ନିଶା ବ୍ୟବସାୟ ହେଉଛି। ତେବେ ହାଣ୍ଡିଆ ପ୍ରସ୍ତୁତ ହେଉଥିବା ବାଖରା ( ପାଳୁଅ ଗଛ ଚେର)କୁ ସଂଗ୍ରହ କରାଯାଇ ଅରୁଆ ଚାଉଳ ଚୂନାକୁ ଖରାରେ ଶୁଖା ଯାଇ ପରେ ମିଶ୍ରିତରେ ହାଣ୍ଡିଆ ପ୍ରସ୍ତୁତ କରାଯାଇଥାଏ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ମହୁଲ ଫୁଲ ସୁଦୂର ମୟୂରଭଞ୍ଜ ଅଞ୍ଚଳର କେତେଜଣ ବ୍ୟବସାୟୀ ଜଙ୍ଗଲରୁ ସଂଗ୍ରହ କରି ଏହି ଅଞ୍ଚଳର ବ୍ୟବସାୟମାନଙ୍କୁ ବିକ୍ରୟ କରୁଛନ୍ତି। ଏହି ମହୁଲ ଫୁଲରୁ ମଦ ପ୍ରସ୍ତୁତ କରାଯାଇଥାଏ। ଅନ୍ୟ ଏକ ପ୍ରମୁଖ ଦେଶୀ ମଦ କୁହାଯାଉଥିବା ଗୁଡ଼ ପୋଚ୍‌ରେ ଜାରକା ଟାବଲେଟ୍‌ ମିଶ୍ରିତରେ ରନ୍ଧା ଯାଇ (ଜଳା) ପ୍ରସ୍ତୁତ କରାଯାଇଥାଏ ବୋଲି ସ୍ଥାନୀୟ ଅଞ୍ଚଳର ଜଣେ ନିଶା ବ୍ୟବସାୟୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଗୁଡ଼ିକ ବଡ ବଡ ରସ ହାଣ୍ଡି, ପ୍ଲାଷ୍ଟିକ ଡ୍ରମ, ଜାରକିନ ଆଦିରେ ଦେଶୀ ମଦକୁ ରଖାଯାଇ ମାଟିରେ ପୋତି ଦିଅନ୍ତି। ଏହି ଦେଶୀ ମଦ ଜଳା ଲିଟର ପ୍ରତି ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ। ଏହାକୁ କେତେଜଣ ବ୍ୟବସାୟୀ ଚଢ଼ା ଦରରେ ବାହାର ମାର୍କେଟ ତଥା ପାରାଦୀପ, କୁଜଙ୍ଗ, କେନ୍ଦ୍ରାପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ, ପାଟକୁରା, ଡେରାବିଶ, ଚଣ୍ଡିଖୋଲ ଆଦି ଅଞ୍ଚଳକୁ ବିଳମ୍ବିତ ରାତିରେ ପିକ୍‌ଅପ୍‌ ଭ୍ୟାନ ଓ ଜଳପଥ ଦେଇ ଡଙ୍ଗାରେ ଚାଲାଣ କରିଥାନ୍ତି। ଅପରପକ୍ଷରେ ପଶ୍ଚିମବଙ୍ଗ ଆଦି ଅଞ୍ଚଳକୁ ଚାଲାଣ କରିଥାନ୍ତି ବୋଲି ଅଭିଯୋଗ ହେଉଛି। ଅଞ୍ଚଳର ଅନେକ ଯୁବ ବର୍ଗ ବିଦେଶୀ ମଦଠାରୁ କମ୍‌ ମୂଲ୍ୟରେ ଏହି ଦେଶୀ ରନ୍ଧା ମଦ ନିକଟରେ ଉପଲବ୍ଧ ହେଉଥିବାରୁ ଏମାନେ ଲୁଚି ଛପି ପାନକରୁଥିବା ଦେଖିବାକୁ ମିଳିଛି। ସକାଳୁଠାରୁ ସା ପର୍ଯ୍ୟନ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ଗଢ଼ି ଉଠିଥିବା ହାଣ୍ଡିଆ ଭାଟିରେ ଯୁବକମାନଙ୍କ ଭିଡ଼ ଜମୁଛି। ଏହାକୁ ସେବନ କରିବା ଦ୍ୱାରା ଯୁଗବର୍ଗ ପଥଭ୍ରଷ୍ଟ ହେଉଛନ୍ତି। ଫଳରେ ଅଞ୍ଚଳରେ ଚୋରି, ଡକାୟତ, ରାହାଜାନି ଭଳି ସମସ୍ୟା ଏବେ ମୁଣ୍ଡ ଟେକିଲାଣି। ସଞ୍ଜ ନଇଁଲେ ବତିଘରଠାରୁ ଖରିନାସୀ, ରାମନଗର, ପେଟଛେଲା ମୁଖ୍ୟରାସ୍ତାର ଗୁପ୍ତଗିରି ସେତୁ ଉପରେ ନିଶା ଖାଉଥିବା ବ୍ୟକ୍ତିମାନେ ବିଳମ୍ବତ ରାତି ପର୍ଯ୍ୟନ୍ତ ଆଡ୍ଡା ଜମାଉଛନ୍ତି। ଏହି ରାସ୍ତା ଦେଇ ପଥଚାରୀ, ମହିଳାମାନେ ଯିବାକୁ ନିଜକୁ ଅସୁରକ୍ଷିତ ମଣିଲେଣି। ସେହିପରି ଜମ୍ବୁ, ବାବର-ଜଗରୀ ଜୋର୍‌ ହାଟ, ତନ୍ତିଆପାଳାଠାରୁ ବାବର, ଓରତଘାଟଠାରୁ ଜାଳକଣା ସେତୁ, ଜମ୍ବୁ ଲିକଠାରୁ ମଳାଢ଼ି ଗଡା, ତେର ଗଁା ଘାଟଠାରୁ ମହାକାଳପଡ଼ା ଗଡା, ଓସ୍ତର ହାଟରୁ ଯଦୁପୁର, ବଉଦ ଗଡାଠାରୁ ନୀଳାଚଳ ବଜାର ପର୍ଯ୍ୟନ୍ତ ନିଶା ବ୍ୟବସାୟ ଖୁଲମଖୁଲା ହେଉଛି। ସ୍ଥାନୀୟ ପୋଲିସ ଓ ଜିଲା ଅବକାରୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ଏହି ବେଆଇନ ନିଶା ଚାଲାଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଅଞ୍ଚଳର ବୁଦ୍ଧିଜୀବୀ, ସ୍ବୟଂ ସହାୟକ ମହିଳା ସଙ୍ଗଠନ, ସାମାଜିକ କର୍ମୀ, ଶିକ୍ଷାବିତ୍‌ ବିରଞ୍ଚତ୍ ନାରାୟଣ ଦାସ, ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri