ଆଗକୁ ବର୍ଷା: ଉପକୂଳବାସୀଙ୍କ ବଢ଼ୁଛି ଚିନ୍ତା

ପଟ୍ଟାମୁଣ୍ଡାଇ,୩ା୬(ସ୍ବ.ପ୍ର.): ଜୁନ ମାସ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରାକ୍‌ ଆକଳନ କରିବା ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଯାଇଛି। ସଦା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସାମନା କରିଥିବା ଅଞ୍ଚଳବାସୀଙ୍କ ଭୟ ସଦାସର୍ବଦା ଲାଗି ରହୁଛି। ତଟକ୍ଷୟ ଯୋଗୁ ସମୁଦ୍ର ପାଣି ଗ୍ରାମ ମଧ୍ୟକୁ ପଶି ଆସିବା ସମ୍ଭାବନା ଯୋଗୁ ଭୟ ଦେଖାଦେଇଛି। ରାଜନଗର ବ୍ଲକର ପେଣ୍ଠସ୍ଥିତ ଜିଓ ଟ୍ୟୁବୱାଲ ସୁରକ୍ଷିତ ନ ଥିବା ବେଳେ ପଟ୍ଟାମୁଣ୍ଡାଇ ନରନପୁର ଲୁଣା ତଟବନ୍ଧର ଆବଶ୍ୟକ ମରାମତି ହୋଇନାହିଁ। ସମୁଦ୍ର ତଟଠାରୁ ୧୦ କିମି ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି କରାଗଲେ ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରାପଡ଼ା ଜିଲାକୁ ସୁରକ୍ଷିତ ରଖାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।
ସାମାଜିକ କର୍ମୀ ସବେଶ୍ୱର ସେଠୀ କୁହନ୍ତି, ପ୍ରତିବର୍ଷ ବନ୍ୟାରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାୟ ୧୪ଟି ପଞ୍ଚାୟତ ପ୍ରଭାବିତ ହେଉଛି। ନଦୀବନ୍ଧ ନ ଥିବାରୁ ଏହି ଅଞ୍ଚଳ ବନ୍ୟା ଜଳ ଘେରରେ ରହୁଛି। ବନ୍ୟା ପରି ସାମୁଦ୍ରିକ ଝଡ଼ର ଆଶଙ୍କା ଅଛି। ତେବେ ତଟବନ୍ଧ ଓ ଘେରିବନ୍ଧ ମରାମତି ଅଦ୍ୟାବଧି ସରିନାହିଁ। ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳରେ ତଟବନ୍ଧ ଓ ଘେରିବନ୍ଧ ନିର୍ମାଣ କାର୍ଯ୍ୟ କୋଟିକୋଟି ଟଙ୍କା ବ୍ୟୟରେ ହେଉଛି। ଡାମରପୁର ଘେରିବନ୍ଧ, ନୀଳକଣ୍ଠପୁର ଘେରିବନ୍ଧ, ପାଳପାଟଣା ପଥର ପ୍ୟାକିଂ କାର୍ଯ୍ୟ ଅଦ୍ୟବଧି ସରିନାହଁି। ପାଳପାଟଣା ପଥର ପ୍ୟାକିଂ ଓ ଉତିକଣ ଘେରିବନ୍ଧ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁ ପଥରଗୁଡିକ ଖସିଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜିଲାରେ ୪୮ କିମି ସମୁଦ୍ର ତଟ ଅଛି। ଏହି ତଟାଞ୍ଚଳର ୫୬ ପ୍ରତିଶତ ଅଞ୍ଚଳରେ ଦ୍ରୁତ ତଟକ୍ଷୟ ହେଉଥିବା ସର୍ଭେ ରିପୋର୍ଟ ଦର୍ଶାଉଛି। ଏହାର ସ୍ଥାୟୀ ନିରାକରଣ ହେଉ ନ ଥିବାରୁ ବର୍ଷାଋତୁ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ଭୟର କାରଣ ସାଜିଛି। ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ କୁମ୍ଭୀର ଉପଦ୍ରବ ଏବେ ଆତଙ୍କଜନକ ବାତାବରଣ ସୃଷ୍ଟି କରିଛି। ଗତ ମାସକ ମଧ୍ୟରେ ଦୁଇଟି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ସୋମବାର ଜଣେ ନାବାଳକ କୁମ୍ଭୀର ସହ ୧୦ ମିନିଟ୍‌ ସଂଘର୍ଷ କରି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଆଗାମୀ ବର୍ଷା ଋତୁରେ ଏପରି ଘଟଣା ବହୁବାର ହେବା ପୂର୍ବରୁ ଜିଲା ପ୍ରଶାସନ ଓ ବନ ବିଭାଗ କର୍ତ୍ତୃପକ୍ଷ ସତର୍କ ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସାମାଜିକ କର୍ମୀ ବନ ମଣ୍ଡଳ କହିଛନ୍ତି, ହେନ୍ତାଳ ବଣ ଜୁଆର ମାଡରୁ ରକ୍ଷା କରୁଥିବା ଯୋଗୁ ତଟକ୍ଷୟକୁ ରୋକାଯାଇ ପାରୁଛି। ୧୯୯୯ ମସିହା ମହାବାତ୍ୟା ସମୟରେ ଏହାର ପ୍ରମାଣ ଦେଖିବାକୁ ମିଳିଥିଲା। ଜୁଆର ଉତ୍ତାଳ ତରଙ୍ଗ ଓ ଜିଲା ମଧ୍ୟକୁ ପ୍ରବେଶ କରୁଥିବା ସମୁଦ୍ର ପାଣିକୁ ରୋକିବାରେ ସକ୍ଷମ ହୋଇଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ ଧନଜୀବନ ନଷ୍ଟ ହୋଇ ନ ଥିଲା। ତେବେ ୧୯୬୦ ମସିହାରୁ ତଟବର୍ତ୍ତୀ ଅଞ୍ଚଳରେ ବସତି ସ୍ଥାପନ ଫଳରେ ଭିତରକନିକାର ବହୁ ହେନ୍ତାଳବଣ ଜବରଦଖଲକୁ ଚାଲିଯାଇଛି। ଏଠାରେ ଥିବା ହେନ୍ତାଳ ବଣକୁ କାଟି ଚିଙ୍ଗୁଡି ଘେରି ଆଦି ନିର୍ମାଣ ଫଳରେ ତଟକ୍ଷୟ ଦ୍ରୁତ ବେଗରେ ବଢ଼ି ଚାଲିଛି। ଏପରିକି ଏହାଯୋଗୁ ସାତଭାୟା ପଞ୍ଚାୟତର ୫ଟି ଗ୍ରାମ ରାଜସ୍ବ ମାନଚିତ୍ରରୁ ହଜି ଯାଇଛି। ସମୁଦ୍ର ତଟଠାରୁ ୧୦ କିମି ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି କରା ଗଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାବାସୀଙ୍କ ଧନ ଜୀବନ ରକ୍ଷା ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?