ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି I ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡେ ଅଭିବାଦନ ଗ୍ରହଣ କରିଥିଲେ। ତାଙ୍କ ବକ୍ତବ୍ୟରେ ସେ ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ ବୋଲି ମତପ୍ରକାଶ କରିଥିଲେ। ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି
ବୋଲି କହିଥିଲେ। ନିଷ୍ଠା ଓ ସେବା କାର୍ଯ୍ୟ ଯୋଗୁ ଗୃହରକ୍ଷୀମାନେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଛନ୍ତି ବୋଲି ଏସ୍‌ପି ପ୍ରଶଂସା କରିଥିଲେ। ଏହି ଅବସରରେ ଏସପି ଅଭିଳାଷ ଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହୋମଗାର୍ଡ ଡିଜିଙ୍କ ବାର୍ତ୍ତା ପାଠ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀ, ଆଡିସନାଲ ଏସପି ଗୁଣନିଧି ମଲ୍ଲିକ, ଟାଉନ ଥାନା ଅଧିକାରୀ ଅବନୀ ସାହୁ, ବିଭିନ୍ନ ଥାନାର ଅଧିକାରୀ ସମେତ ଜିଲା ପୋଲିସର ବରିଷ୍ଠ ଅଧିକାରୀମାନେ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଓ ବଲାଙ୍ଗିର ନାଗରିକ କମିଟି ସଭାପତି ଶ୍ରୀକର ମିଶ୍ର ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri