ଶାସନରେ ଇତିହାସର ଦାବି

ଏଡୋଆର୍ଡୋ କ୍ୟାମ୍ପନେଲା
ମହାମାରୀ ପୂର୍ବରୁ ନୋଷ୍ଟାଲଜିକ୍‌ (ଅତୀତର ଗୌରବକୁ ମନେପକାଇ ସ୍ବପ୍ନାଭିଳାଷ କିମ୍ବା ଆସକ୍ତ ଭାବ ପୋଷଣ କରିବା) ବୈଶ୍ୱିକ ରାଜନୀତିର ଏକ ପ୍ରମୁଖ ଶକ୍ତି ଥିଲା। ଆମେରିକାକୁ ପୁନଶ୍ଚ ମହାନ୍‌ କରି ଗଢ଼ିତୋଳିବା ଲାଗି ପ୍ରତିଶ୍ରୁତି ଦେଇ ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାକୁ ଆସିଥିଲେ। ଇଂଲଣ୍ଡର ରାଜକୀୟ ସାମ୍ରାଜ୍ୟକୁ ଆଦର୍ଶ ଭାବେ ଗ୍ରହଣ କରି ବ୍ରେଜିକ୍ଟର୍ସ(ୟୁରୋପୀୟ ସଂଘରୁ ବାହାରେ ଥିବା ଇଂଲଣ୍ଡର ସପକ୍ଷବାଦୀ ଦେଶଗୁଡ଼ିକ) ସେମାନଙ୍କ ରାଜନୈତିକ ଯୁଦ୍ଧରେ ଆଂଶିକ ବିଜୟୀ ହୋଇଥିଲେ। ଚାଇନା ରାଷ୍ଟ୍ରପତି ଶିି ଜିନ୍‌ପିଙ୍ଗ ଚାଇନିଜ୍‌ମାନଙ୍କୁ ଏକ ପ୍ରଭାବୀ, ଅତ୍ୟାଧୁନିକ ଜୀବନ ଦେବା ଲାଗି ଘୋଷଣା କରିଥିଲେ। ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତୟିପ ଏର୍ଡୋଗାନ୍‌ ନବ ଓଟୋମାନ ମହତ୍ତ୍ୱାକାଂକ୍ଷାଗୁଡ଼ିକୁ ଆପଣେଇଥିଲେ ଏବଂ ହଙ୍ଗେରିର ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ପ୍ରଥମ ବିଶ୍ୱଯୁଦ୍ଧ ପରେ ପ୍ରାଦେଶିକ କ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ତେବେ କୋଭିଡ୍‌-୧୯ ମହାମାରୀ ପ୍ରକାଶ ପାଇବାବେଳେ ଉକ୍ତ ସଙ୍କଟକୁ ମୁକାବିଲା କରିବା ଉପରେ ଧ୍ୟାନଦେବାକୁ ପଡ଼ିବାରୁ ଏହିସବୁ ଭାବନା ବନ୍ଦ ହୋଇଗଲା। ଏବେ ମହାମାରୀ ଦୁର୍ବଳ ହେବା ଲକ୍ଷ୍ୟ କରାଉଥିବାବେଳେ ଏବେ ନୋଷ୍ଟାଲ୍‌ଜିଆ ଅନ୍ୟର କ୍ଷତି କରିବା ଭାବନା ସହ ଫେରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସୋଭିଏଟ୍‌ ସଂଘର ପୂର୍ବ ଗୌରବକୁ ସ୍ମରଣ କରି ପ୍ରତିଶୋଧାମତ୍କୁ ରାଜନୀତିକୁ ଗ୍ରହଣ କରିଛନ୍ତି। ମିଥ୍ୟାକୁ ଆଧାର କରି ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ କରି ଏହା ପ୍ରତିପାଦିତ କରିଛନ୍ତି। ରୁଷୀୟ ଇତିହାସ, ସଂସ୍କୃତି ଏବଂ ଆଧ୍ୟାମତ୍ିକତାର ୟୁକ୍ରେନ୍‌ ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହି ପୁଟିନ୍‌ ଯୁଦ୍ଧ ଆରମ୍ଭ କରିଛନ୍ତି। ଅତୀତର ଗୌରବ ଗାଥା ପ୍ରତି ଅଭିଳାଷ ପୋଷଣ କରୁଥିବାରୁ, ଏକ ବୃହତ୍‌ ସମ୍ପର୍କ ଶେଷକରି ଅଶାନ୍ତ ପରିବେଶ ସୃଷ୍ଟି କରିବା ପରେ ପୁଟିନ ଏକ ସୁବର୍ଣ୍ଣ ଯୁଗର ପରିକଳ୍ପନା କରିଛନ୍ତି। ଏହି ସୂବର୍ଣ୍ଣ ଯୁଗ ହେଉଛି ରୁଷିଆର ରାଜତନ୍ତ୍ରର ଏକଚ୍ଛତ୍ରବାଦ ଶାସନ। ଏଥିରେ ୟୁକ୍ରେନ ସମ୍ପୂର୍ଣ୍ଣ ଏକୀକୃତ ହୋଇ ରହିଥିଲା। ଯେତେବେଳେ ଭ୍ଲାଡିମିର ଲେଲିନ୍‌ ପୁରାତନ ରୁଷୀୟ ସାମ୍ରାଜ୍ୟରୁ ଏକ ସଂଘୀୟ ସୋଭିଏଟ୍‌ ନ୍ୟାଶ୍‌ନାଲ ରିପବ୍ଲିକ ସୃଷ୍ଟି କଲେ ସେତେବେଳେ ଏହି ସମ୍ପର୍କ ତୁଟିଲା। ପୁଟିନ୍‌ଙ୍କ ମତରେ ଏହା ପରେ ଆଧୁୁନିକ ୟୁକ୍ରେନ୍‌ ରୁଷିଆ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଗଢ଼ାଯାଇଥିଲା। ଶେଷରେ ଏହାକୁ ଭଙ୍ଗ କରିବା ମନୋଭାବ ହିଁ ଏବକାର ଅଶାନ୍ତ ସ୍ଥିତି ପାଇଁ ଦାୟୀ।
ଅନେକ ଉପାୟରେ ନୋଷ୍ଟାଲଜିକ୍‌ ଜାତୀୟତାବାଦ ଆମ ସମୟର ରାଜନୈତିକ ଅସୁସ୍ଥତାର କାରଣ ହୋଇଛି। ରାଜକୀୟ ସାମ୍ରାଜ୍ୟର ଅନେକ ଶତାବ୍ଦୀ ପରେ ଏକ ସାଧାରଣ ତଥା ମଧ୍ୟମ ଆକାରର ଦେଶରେ ପରିବର୍ତ୍ତିତ ଇଂଲଣ୍ଡକୁ ବ୍ରେଜିକ୍ଟରମାନେ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ଆମେରିକାର ଉଦାର ଆଧିପତ୍ୟର ଶେଷ ପରିଣାମ ରାଜ ଶାସନ ପର ଶକ୍ତି ଯଥା ଚାଇନା, ରୁଷିଆ, ତୁର୍କୀ ଏବଂ ହଙ୍ଗେରିକୁ ପୃଥିବୀରେ ସେମାନଙ୍କ ପୂର୍ବ ପ୍ରତିଷ୍ଠାକୁ ପୁଣି ପ୍ରଭାବୀ ବୋଲି ସାବ୍ୟସ୍ତ କରିବା ଲାଗି ଅନୁକୂଳ ସ୍ଥିତି ସୃଷ୍ଟି କରିଛି; ଯଦିଓ ସେମାନଙ୍କ ମଧ୍ୟରେ ଦୃଢ ବିଶ୍ୱାସ ଓ ସଙ୍କଳ୍ପର ବ୍ୟାପକ ପ୍ରଭେଦ ରହିଛି। ଟ୍ରମ୍ପ୍‌ ଏହି ଶକ୍ତିଗୁଡ଼ିକୁ ‘ ଆମେରିକା ପ୍ରଥମ’ କାର୍ଯ୍ୟକ୍ରମ’ ଦ୍ୱାରା ରୋକିବାକୁ ଚେଷ୍ଟା କରିଥିଲେ। ବିତି ଯାଇଥିବା ଦିନଗୁଡ଼ିକୁ ମନେ ପକାଇ ସେଠାକୁ ଫେରିଯିବାର ଅଭିଳାଷ କ୍ଷତିକାରକ ନୁହେଁ। କିନ୍ତୁ ଏହାକୁ ଭିନ୍ନ ବାଟରେ ନେତାମାନେ ପ୍ରୟୋଗ କରୁଛନ୍ତି। ଏକ ଆଦର୍ଶଗତ ଅତୀତ ପାଇଁ ଭାବୁକତା ଓ ଏ୍ୟତିହାସିକ ଆଧାରିତ ଆହ୍ବାନସବୁ ଉଗ୍ର ରାଷ୍ଟ୍ରବାଦୀ ନେତାମାନଙ୍କର ବ୍ୟବସାୟ ହୋଇଯାଇଛି। ଅତୀତକୁ ମନେପକାଇବା ଏକ ସାଧନ ହୋଇଯାଇଛି ଯାହା ଏକବାର ରାଜନୈତିକ ବିଚାରଧାରାକୁ କଳୁଷିିତ କରୁଛି। ଏହା ଋଢିବାଦ ଏବଂ ବହୁ ସମୟରେ ବିପଜ୍ଜନକ ନୀତି ପରିବର୍ତ୍ତନ ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛି। ଗୌରବମୟ ଇତିହାସର କ୍ଷଣଗୁଡ଼ିକୁ ପୁନର୍ଜୀବିତ କରିବା ଏକ ସରକାରକୁ ଧନ ଓ କ୍ଷମତା ହାସଲ କରିବା , ବିପଦ ଆମନ୍ତ୍ରଣ କରିବା ଏବଂ ଏବକାର ବୈଶ୍ୱିକ ବ୍ୟବସ୍ଥାକୁ ଅବଜ୍ଞା କରିବା ଲାଗି ପ୍ରେରିତ କରିପାରେ। ବିଶେଷକରି ପୁରାତନ ସମାଜଗୁଡ଼ିକ ଯେଉଁଠାରେ ସଂଖ୍ୟାଧିକ ଲୋକଙ୍କର ଅତୀତକୁ ଆଦର୍ଶ ଭାବେ ଗ୍ରହଣ କରିବା ଇଚ୍ଛା ରହିଛି, ସେଠାରେ ନୋଷ୍ଟାଲ୍‌ଜିଆ ଓ ଜାତୀୟତାବାଦର ଦୃଢ ସମ୍ପର୍କ ରହିଛି।
ରୁଷିଆ ଓ ଆମେରିକାର ସାଂସ୍କୃତିକ ସିଦ୍ଧାନ୍ତବାଦୀ ସ୍ବେତଲାନା ବୋୟିମ୍‌ ନିର୍ଦ୍ଦିଷ୍ଟ ଭାବେ ଦୁଇ ପ୍ରକାର ନୋଷ୍ଟାଲଜିଆ ଚିହ୍ନଟ କରିଛନ୍ତି। ଗୋଟିଏ ହେଉଛି ବିଚାରଶୀଳ ନୋଷ୍ଟାଲଜିଆ ଓ ଅନ୍ୟଟି ହେଉଛି କ୍ଷମତା ବର୍ଦ୍ଧକ ନୋଷ୍ଟାଲଜିଆ। ବିଚାରଶୀଳ ନୋଷ୍ଟାଲଜିଆ ହିତକରୀ। ଏହା ଅତୀତକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଯାଞ୍ଚ କରେ ହଜିିଯାଇଥିବା କିଛି ଏଭଳି ବିଷୟକୁ ସ୍ବୀକୃତି ଦେଇଥାଏ। ଏହି ଧାରାରେ ବହୁତ କିଛି ଲାଭ ହୋଇଥାଏ। ଅନ୍ୟପଟେ ପ୍ରଭାବଶାଳୀ ଶକ୍ତି ବା କ୍ଷମତା ବର୍ଦ୍ଧକ ନୋଷ୍ଟାଲଜିଆ ହୃତ ଅତୀତକୁ ପୁନଃ ପ୍ରତିଷ୍ଠା କରିବାକୁ ଚାହେଁ। ୟୁରୋପୀୟ ସଂଘରୁ ବାହାରି ଆସିଥିବା ଦେଶ ଏବଂ ରୁଷିଆର ୟୁକ୍ରେନ ଆକ୍ରମଣ ମଧ୍ୟରେ ପ୍ରଭେଦ ପୂରା ସ୍ପଷ୍ଟ । ଉଭୟେ ଅତୀତକୁ ସ୍ମରଣ କରି ବର୍ତ୍ତମାନକୁ ନଷ୍ଟ କରିିବାକୁ ଚେଷ୍ଟା କରିଛନ୍ତି। ବ୍ରେଜିକ୍ଟରମାନେ ଏଡଓ୍ବାର୍ଡିଆନ ଯୁଗକୁ ଫେରିଯିବାକୁ ଚାହାନ୍ତି। ସେହିଭଳି ପୁଟିିନ୍‌ ପୁରାତନ ସାମ୍ରାଜ୍ୟ ଢାଞ୍ଚାକୁ ଫେରିଯିବାକୁ ଚାହଁୁଛନ୍ତି।
ଏକଚ୍ଛତ୍ରବାଦ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ନୋଷ୍ଟାଲଜିଆ ରାଜନୀତିର ବହୁ ପ୍ରଭେଦ ରହିଛି। ପୁଟିନ୍‌ଙ୍କ ଭଳି ବ୍ରେଜିକ୍ଟରମାନଙ୍କୁ ସେମାନେ ନେଉଥିବା ପଦକ୍ଷେପ ପାଇଁ ଅଧିକାଂଶ ଭୋଟରମାନଙ୍କୁ ମନେଇବାକୁ ପଡ଼ି ନ ଥିଲା। ଗଣତନ୍ତ୍ରରେ ମୁଖ୍ୟଧାରାର ଦଳଗୁଡ଼ିକ ଦେଶର ଇତିହାସକୁ ଏକଚାଟିଆ କରିବା ପାଇଁ ନିଆଯାଉଥିବା ନୋଷ୍ଟାଲଜିକ ପଦକ୍ଷେପଗୁଡ଼ିକ ପ୍ରତି ଆହ୍ବାନ ସୃଷ୍ଟି କରିଥାଆନ୍ତି। ସେମାନେ ଅନୁକୂଳ ନୋଷ୍ଟାଲଜିଆ ତୁଳନାରେ କ୍ଷମତା ବର୍ଦ୍ଧକ ନୋଷ୍ଟାଲଜିଆକୁ ବିରୋଧ କରନ୍ତି। କିନ୍ତୁ ଏକଚ୍ଛତ୍ରବାଦୀ ଶାସନରେ, ବିରୋଧୀ ଥିଲେ ମଧ୍ୟ ସେମାନେ ଶାସନରେ ଇତିହାସର ଦାବିକୁ ନେଇ ବ୍ୟବସ୍ଥା ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି ନାହିଁ। ବିଶେଷକରି ଏହାର ଭାବନାମତ୍କ ନିବେଦନ ନେତାମାନଙ୍କର ଆମତ୍ବାଦକୁ ବଢ଼ାଇଦିଏ ଓ ଏକଚ୍ଛତ୍ରବାଦରେ ନୋଷ୍ଟାଲଜିଆ ଅଧିକ ବିପଜ୍ଜନକ ହୋଇଥାଏ। ଏସବୁ ଘଟଣାରେ ସମାଧାନର ଏକମାତ୍ର ପନ୍ଥା ହେଉଛି ସେମାନଙ୍କ କ୍ଷତିକାରକ ଭାବନାକୁ ହ୍ରାସ କରିବା ଲାଗି ଭିନ୍ନ ଭିନ୍ନ ଶକ୍ତିଗୁଡ଼ିକ ସହିତ ଅନ୍ତର୍ଜାତୀୟ ଚୁକ୍ତି କରାଯିବା ଦରକାର। ଏଭଳି ଏକ ପଦକ୍ଷେପ ଚାଇନା ପାଇଁ ଆବଶ୍ୟକ। ଶିି ଜିନ୍‌ପିଙ୍ଗ ଚାଇନାର ଇତିହାସ ଉପରେ ଲଗାତର ଜୋର ଦେଇ ତା’ ରାଜକୀୟ ଇତିହାସ ସହ ଏବକାର ଶାସନ ବ୍ୟବସ୍ଥାକୁ ଯୋଡ଼ିଚାଲିଛି। ମନେରଖିବାକୁ ହେବ ଯେ,ଏକ ବୃହତ୍‌ ପୁନର୍ଗଠନର ଧାରଣା ଏକ ସୁନ୍ଦର ଭବିଷ୍ୟତ ପାଇଁ ଏକ ନକ୍ସା ଯୋଗାଇଦେବ ଓ ଏହା ହାସଲ କରିବା ଲାଗି ଏବକାର ବ୍ୟବସ୍ଥାକୁ ଭାଙ୍ଗିବାକୁ ବି ଦରକାର ପଡ଼ିବ ନାହିଁ।
ସିନିୟର ଫେଲୋ, ମୋଜାଭର୍‌-ରାହମନି ସେଣ୍ଟର୍‌ ଫର୍‌ ବିଜ୍‌ନେସ ଆଣ୍ଡ୍‌ ଗଭର୍ନମେଣ୍ଟ, ହାଭାର୍ଡ କେନେଡି ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri